ପ୍ରେମିକର ପ୍ୟାଣ୍ଟରୁ ମିଳିଲା କଣ୍ଡୋମ ରସିଦ; ପ୍ରେମିକକୁ ଗୁଳି କରି ହତ୍ୟା କଲେ ପୋଲିସ ମ୍ୟାଡାମ୍
- News18 Odia
- Last Updated :
- Other, India
News 18 Odia Digital
Murder For Condom: ଡରୱନ ହାର୍ବର୍ ପୋଲିସ୍ ଷ୍ଟେସନର ଜଣେ ମହିଳା ପୋଲିସ୍ (Durban Cop) ତାଙ୍କ ପ୍ରେମିକଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟାକାଣ୍ଡର କାରଣ ହେଉଛି କଣ୍ଡୋମ । ଆଜ୍ଞା ହଁ, ପ୍ରେମିକର ପକେଟରୁ ମିଳିଥିବା କଣ୍ଡୋମର ରସିଦ ଦେଖି ରାଗିଯାଇ ମହିଳା ପୋଲିସ ଜଣକ ତାଙ୍କ ପ୍ରେମିକକୁ ଗୁଳି କରିଥିଲେ ।
ସ୍ଵତନ୍ତ୍ର ପୋଲିସ ତଦନ୍ତ ନିର୍ଦ୍ଦେଶାଳୟ (ଆଇପିଆଇଡି) ଅନୁଯାୟୀ ରବିବାର ଦିନ ଜଙ୍ଗଲରେ ଏହି ହତ୍ୟାକାଣ୍ଡ ଘଟିଛି । ଆଇପିଆଇଡି ମୁଖପାତ୍ର ଲିଜି ସୁପିଙ୍ଗ କହିଛନ୍ତି, "ଅଭିଯୋଗ ହୋଇଛି ଯେ ମହିଳା ଅଧିକାରୀ ତାଙ୍କ ପ୍ରେମିକଙ୍କ କଟ୍ରାଉଜରରେ କଣ୍ଡୋମ ରସିଦ ପାଇବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ଝଗଡ଼ା ପରେ ମହିଳା ଜଣଙ୍କ ଗୁଳି ଚଳାଇଥିଲେ "। ଏନେଇ ମଙ୍ଗଳବାର ବିଭାଗ ପକ୍ଷରୁ କୁହାଯାଇଛି।
ଏହି ହତ୍ୟାକାଣ୍ଡ ପରେ ମହିଳା ଅଧିକାରୀ ନିଜକୁ ପୋଲିସ ନିକଟରେ ସମର୍ପଣ କରିଥିଲେ । ତାଙ୍କ ଜାମିନ ନାମଞ୍ଜୁର ହେବାରୁ ମଙ୍ଗଳବାର ଦିନ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଆଇପିଆଇଡି ତଦନ୍ତ ଚାଲିଛି ଓ ତଦନ୍ତ ଶେଷ ହେବା ପରେ ନିର୍ଦ୍ଦେଶାଳୟ ଏହାର ଫଳାଫଳ ଘୋଷଣା କରିବେ ବୋଲି ସୁପିଙ୍ଗ କହିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।