ଆମେରିକା ଓ ଇରାନ ମଧ୍ୟରେ ଝଗଡ଼ାରେ ସେୟାର ମାର୍କେଟ ପ୍ରଭାବିତ: ବୁଡିଲା ନିବେଶକଙ୍କ ୩ ଲକ୍ଷ କୋଟି ଟଙ୍କା

ମାର୍କେଟ୍‌ର ନିମ୍ନ ଗତି ଯୋଗୁଁ ସୁନାର ମୂଲ୍ୟ ବଢ଼ି ଭାରତରେ ପ୍ରତି ୧୦ ଗ୍ରାମ୍‌ ଆଜି ୪୧ ହଜାର ଟଙ୍କାରେ ପହଞ୍ଚିଛି । ବିଶ୍ବ ବଜାରରେ ସଫ୍ଟ ସୁନାର ଦାମ୍‌ ୧.୪ ପ୍ରତିଶତ ବଢ଼ିବା ସହ ୧,୫୭୩. ୧୪ ପ୍ରତି ଆଉନ୍ସ ସ୍ତରରେ ପହଞ୍ଚିଯାଇଛି ।

ଆମେରିକା ଓ ଇରାନ ମଧ୍ୟରେ ଝଗଡ଼ାରେ ସେୟାର ମାର୍କେଟ ପ୍ରଭାବିତ: ବୁଡିଲା ନିବେଶକଙ୍କ ୩ ଲକ୍ଷ କୋଟି ଟଙ୍କା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: January 6, 2020, 6:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News 18 Odia Digital

ନୂଆ ଦିଲ୍ଳୀ: ଗଲା ସପ୍ତାହଟିର ଶେଷ ଦିନ ସେୟାର ବଜାର ପାଇଁ ବଡ଼ ଖରାପ ସାବ୍ୟସ୍ତ ହୋଇଥିଲା । ଏଇ ସପ୍ତାହରେ ଆମେରିକ ଏୟାର ଷ୍ଟ୍ରାଇକରେ ଇରାନର ଜେନେରାଲ କାସିମ  ସୁଲେମାନିର ମୃତ୍ୟୁ ହେବାପରେ ଆମେରିକା ଏବଂ ଇରାନ ମଧ୍ୟରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ପୁରା ବିଶ୍ବରେ ଅସ୍ଥିରତା ଦେଖାଦେଇଛି । ଫଳରେ ଭାରତର ସେୟାର ମାର୍କେଟ  ୭୮୮ ଅଙ୍କ ତଳକୁ ଖସି ୪୦, ୬୭୬.୬୩ରେ ବନ୍ଦ ହୋଇଥିବାବେଳେ ନିଫ୍ଟି ୧୧, ୯୯୩ରେ ବନ୍ଦ ହୋଇଥିଲା । ସେୟାର ବଜାରରେ ଏଭଳି ସ୍ଥିତି ଯୋଗୁଁ ନିବେଶକମାନଙ୍କର ୩ ଲକ୍ଷ କୋଟି ଟଙ୍କା ପାଣିରେ ପଡ଼ିଯାଇଥିଲା ।

୩ ଜାନୁଆରୀ ୨୦୨୦ରେ ବିଏସ୍‌ଇରେ ଲିଷ୍ଟେଡ୍‌ ସମସ୍ତ କମ୍ପାନୀମାନଙ୍କର ମାର୍କେଟ କ୍ୟାପ୍‌ ୧,୫୬,୮୭,୭୭୦.୬୫ କୋଟି ଥିବାବେଳେ ଯାହା ଆଜି ୨,୯୯,୭୯୦.୩୭ କୋଟିରୁ ଖସି ୧,୫୩, ୮୭,୯୮୦.୨୮ କୋଟି ରହିଯାଇଛି ।

ମାର୍କେଟର ନିମ୍ନ ଗତି ଯୋଗୁଁ ସୁନାର ମୂଲ୍ୟ ବଢ଼ି ୧୦ ଗ୍ରାମ ପ୍ରତି ଆଜି ୪୧ ହଜାର ଟଙ୍କାରେ ପହଞ୍ଚିଛି । ଏମସିଏକ୍ସରେ ସୁନାର ମୂଲ୍ୟ ୨.୩୫ ପର୍ଯ୍ୟନ୍ତ ଉପରକୁ ଉଠି ଏହି ସ୍ତରରେ ପହଞ୍ଚିଯାଇଛି । ସେହିପରି ବିଶ୍ବ ବଜାରରେ ସଫ୍ଟ ସୁନାର ଦାମ୍‌ ୧.୪ ପ୍ରତିଶତ ବଢ଼ିବା ସହ ୧,୫୭୩. ୧୪ ପ୍ରତି ଆଉନ୍ସ ସ୍ତରରେ ପହଞ୍ଚିଯାଇଛି । ଯାହା ୧୦ ଅପ୍ରେଲ ୨୦୧୩ ପରେ ସର୍ବାଧିକ ସ୍ତରରେ ପହଞ୍ଚିଛି । ସେହିପରି ରୁପା ଦର ମଧ୍ୟ ୯୮୭ ଟଙ୍କା ବଢ଼ି ୪୮, ୫୧୪ରେ ପହଞ୍ଚିଥିବାବେଳେ କାରବାର ସମୟରେ ୪୮,୬୬୦ରେ ଥିଲା ।
Published by: Durgamadhab Rath
First published: January 6, 2020, 6:07 PM IST
corona virus btn
corona virus btn
Loading