ଡିଏସପି ସୁରେନ୍ଦ୍ର ବିଷ୍ଣୋଇ (ଫଚୋ ସୌଜନ୍ଯ: ଆଜ ତକ}
News18 Odia Digital
ହରିୟାଣାର ନୁହରେ ଡିଏସପି ସୁରେନ୍ଦ୍ର ବିଷ୍ଣୋଇଙ୍କ ହତ୍ୟା ମାମଲାରେ ଡ୍ରାଇଭରକୁ ଏନକାଉଣ୍ଟର କରିଛି ପୋଲିସ। ଆଜି ଅଭିଯୁକ୍ତଙ୍କ ସହ ପୋଲିସର ଗୁଳି ବିନିମୟ ମଧ୍ୟ ହୋଇଛି। ଆଣ୍ଠୁରେ ଗୁଳି ବାଜିବା ପରେ ଡ୍ରାଇଭରକୁ ନଲହର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଡିଏସପି ସୁରେନ୍ଦ୍ର ନୁହ ଜିଲ୍ଲାରେ ବେଆଇନ ଖଣି ଖନନ ବନ୍ଦ କରିବାକୁ ଯାଇଥିଲେ। ସେହି ସମୟରେ ତାଙ୍କୁ ଡ଼ମ୍ପର ଚଢାଇ ହତ୍ୟା କରିଥିଲେ ଖଣି ମାଫିଆ।
ସୂଚନାନୁସାରେ, ସିଆଇଏର ଦାୟିତ୍ୱରେ ଥିବା ସୁରେନ୍ଦ୍ର ସିଦ୍ଧୁ,ଟିମ ଓ ଅଭିଯୁକ୍ତଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଅଭିଯୁକ୍ତକୁ ଗିରଫ କରିବା ସମୟରେ ଏହି ଏନକାଉଣ୍ଟର ହୋଇଥିଲା।
ସହୀଦ ସୁରେନ୍ଦ୍ର ସିଂଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ପ୍ରଦାନ କରିବେ ବୋଲି ହରିୟାଣା ସିଏମ ମନୋହର ଲାଲ ଖଟ୍ଟର ଏହା କହିଛନ୍ତି। ତାଙ୍କ ପରିବାରର ଜଣେ ବ୍ୟକ୍ତି ମଧ୍ୟ ସରକାରୀ ଚାକିରି ମିଳିବ। ଡିଏସପିଙ୍କ ସାନଭାଇ ଅଶୋକ ମଞ୍ଜୁ କହିଛନ୍ତି ମୁଁ ଆଜି ତାଙ୍କ ସହ କଥା ହେଲି। ସେ ଚଳିତ ମାସରେ ଅବସର ନେବାକୁ ଯାଉଥିଲେ। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି।
ଏହି ପ୍ରସଙ୍ଗରେ ହରିୟାଣାର ଖଣି ମନ୍ତ୍ରୀ ମୋଲ ଚାନ୍ଦ ଶର୍ମାଙ୍କ ବିବୃତ୍ତି ମଧ୍ୟ ଆସିଛି। ସେ କହିଛନ୍ତି ଯେ ସେହି ଅଞ୍ଚଳ ଖଣି ନୁହେଁ, ବରଂ ଜଙ୍ଗଲ କ୍ଷେତ୍ର ଅଟେ। ସେହି ସ୍ଥାନରେ ବେଆଇନ ଖଣି ଖନନ ବନ୍ଦ କରିବାକୁ ସମସ୍ତ ଅଧିକାରୀ ସମୟ ସମୟରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି। ପୂର୍ବ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଯଦି ପୂର୍ବତନ ମୁଖ୍ୟମନ୍ତ୍ରୀ କାମ କରିଥାନ୍ତେ, ତେବେ ଏହି ଦିନ ଦେଖିବାକୁ ପଡ଼ି ନଥାନ୍ତା।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।