ଦିଲ୍ଲୀରେ ମଦ ବିକ୍ରି ଉପରେ ଲଗାଗଲା ପ୍ରତିବନ୍ଧକ
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ଦିଲ୍ଲୀରେ ହେବାକୁ ଥିବା ଏମସିଡି ନିର୍ବାଚନକୁ ଦୃଷ୍ଟିରେ ରଖି ଡିସେମ୍ବର ୨ ରୁ ୪ ପର୍ଯ୍ୟନ୍ତ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯିବ। ଦିଲ୍ଲୀର ଏକ୍ସାଇଜ୍ ବିଭାଗ ଏହା ଘୋଷଣା କରିଛି। ଜାତୀୟ ରାଜଧାନୀ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନର ୨୫୦ ୱାର୍ଡ ପାଇଁ ମତଦାନ ରବିବାର ଦିନ ଅନୁଷ୍ଠିତ ହେବ, ଯାହାର ଗଣନା ଡିସେମ୍ବର ୭ ରେ ହେବ। ଡିସେମ୍ବର ୭ ରେ ମଧ୍ୟ ରାଜଧାନୀରେ ମଦ ବିକ୍ରି ସମ୍ପୂର୍ଣ୍ଣ ନିଷିଦ୍ଧ ହେବ ବୋଲି ଏକ୍ସାଇଜ୍ ବିଭାଗ ସୂଚନା ଦେଇଛି।
ଏକ ବିଜ୍ଞପ୍ତିରେ ଦିଲ୍ଲୀ କମିଶନର (ଏକ୍ସାଇଜ୍) କୃଷ୍ଣ ମୋହନ ବୁଧବାର ଦିନ କହିଛନ୍ତି ଯେ ଦିଲ୍ଲୀ ଏକ୍ସାଇଜ୍ ନିୟମ, ୨୦୧୦ ଅନୁଯାୟୀ , ଡିସେମ୍ବର ୨,୪ ଏବଂ ଡିସେମ୍ବର ୭ କୁ "ଡ୍ରାଏ ଡେ" ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଦିନ ସରକାର ଏକ ନିର୍ଦ୍ଦିଷ୍ଟ ଦିନରେ ଦୋକାନ, କ୍ଲବ, ବାର ଇତ୍ୟାଦିରେ ମଦ ବିକ୍ରିକୁ ବାରଣ କରନ୍ତି। ବିଜ୍ଞପ୍ତିରେ କୁହାଯାଇଛି ଯେ ଶୁକ୍ରବାର, ଡିସେମ୍ବର ୨ ୨୦୨୨ ଅପରାହ୍ନ ୫:୩୦ରୁ ରବିବାର, ଡିସେମ୍ବର ୪ ୨୦୨୨ ଯାଏଁ ବାରଣ ରହିବ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।