ମଦ୍ୟପ ରାସ୍ତା କଡ଼ରେ ଅଟକି ପରିଶ୍ରା କରୁଥିଲେ, ଚ଼ୋର ତାଙ୍କ BMW କାର୍ ନେଇ ଫେରାର୍ ହେଲା

BMW କାରରେ ଥିବା ବ୍ୟକ୍ତି ନିଜ ଅଭିଯୋଗରେ କହିଛନ୍ତି ଯେ ଅପରାଧୀମାନେ ଏକ ବାଇକରେ ଆସି ପହଞ୍ଚିଥିଲେ ଓ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ । ସେ ମଦ ନିଶାରେ ଥିବାରୁ ଏହା କେତେ ଦୂର ସତ୍ୟ ପୋଲିସ ଏହାର ତଦନ୍ତ କରୁଛି ।

ମଦ୍ୟପ ରାସ୍ତା କଡ଼ରେ ଅଟକି ପରିଶ୍ରା କରୁଥିଲେ, ଚ଼ୋର ତାଙ୍କ BMW କାର୍ ନେଇ ଫେରାର୍ ହେଲା
ବି.ଏମ୍‌.ଡବଲ୍ୟୁ. କାର୍‌ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 16, 2020, 9:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୋଇଡ଼ା: ରାସ୍ତା କଡ଼ରେ ଗାଡ଼ି ରଖି ପରିଶ୍ରା କରିବା ଲାଗି ଓହ୍ଲାଇଥିବା ସମୟରେ ଜଣେ ବ୍ୟକ୍ତିଙ୍କ ବି.ଏମ୍‌.ଡବ୍ଲ୍ୟୁ. କାର୍ ଲୁଟ ହୋଇଛି । ବ୍ୟକ୍ତି ଜଣକ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ତାଙ୍କୁ କିଛି ଅଜ୍ଞାତ ଅପରାଧୀ ଏଭଳି ଚୁନା ଲଗାଇଛନ୍ତି । ଉତ୍ତର ପ୍ରଦେଶର ନୋଇଡ଼ାରେ ଏହି ଘଟଣା ଘଟିଥିବା ପୋଲିସ୍ ଜଣାଇଛି ।

ପୋଲିସ୍ ଅଧିକାରୀଙ୍କ କହିବା ମୁତାବକ ଲଗ୍ଜରୀ କାରଟି ଶନିବାର ରାତିରେ ନୋଇଡା ଫେଜ୍-୨ ପୋଲିସ ଷ୍ଟେସନ ଅନ୍ତର୍ଗତ ସେକ୍ଟର ୯୦ରେ ଚୋରି ହୋଇଯାଇଥିଲା । ଏହି କାରରେ ରିଷଭ ଅରୋଡ଼ା ନାମକ ଜଣେ ଷ୍ଟକ ବ୍ରୋକର ଏକ ପାର୍ଟି କାର୍ଯ୍ୟକ୍ରମ ସାରି ଫେରୁଥିଲେ । ତାଙ୍କର ଜଣେ ସମ୍ପର୍କୀୟ ଭାଇ କାରର ପ୍ରକୃତ ମାଲିକ ଅଟନ୍ତି, ଏବଂ ଗାଡ଼ିଟି ଉପରେ ୪୦ ଲକ୍ଷ ଟଙ୍କାର ଲୋନ୍ ବାକି ପଡ଼ିଛି ।

‘‘କୌଣସି ବ୍ୟକ୍ତିଙ୍କ ଏକ ବି.ଏମ୍‌.ଡବ୍ଲ୍ୟୁ. କାର୍ ଚୋରି ହୋଇଥିବା ନେଇ ସୂଚନା ଆସିଥିଲା । ପରେ ଘଟଣା ସ୍ଥଳରେ ବରିଷ୍ଠ ଅଧିକାରୀଙ୍କ ସହ ଏକ ପୋଲିସ ଦଳ ପହଞ୍ଚିଥିଲେ,’’ ସେଣ୍ଟ୍ରାଲ୍ ନୋଇଡ଼ା ଡିସିପି ହରିଶ ଚନ୍ଦର କହିଛନ୍ତି । ‘‘ଅରୋଡ଼ା ମଝି ରାସ୍ତାରେ କାର ଅଟକାଇ ପରିଶ୍ରା କରିବା ଲାଗି ବାହାରକୁ ଆସିଥିଲେ । ସେ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ଘଟଣା ସ୍ଥଳରେ କିଛି ଦୁର୍ବୃତ୍ତ ପହଞ୍ଚି କାର୍ ଧରି ଚମ୍ପଟ ମାରିଥିଲେ,’’ କହିଛନ୍ତି ଡିସିପି ।

ସେ ଏହା ମଧ୍ୟ କହିଛନ୍ତି ଯେ ଗାଡ଼ି ମାଲିକଙ୍କୁ ଜାଣିଥିବା କେହି ଜଣେ ଯୋଜନା କରି କାରଟିକୁ ଲୁଟିଛି । ‘‘ଅଜଣା ବ୍ୟକ୍ତିଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି ଓ ବିଭିନ୍ନ ଦୃଷ୍ଟିକୋଣରୁ ପୋଲିସ ଘଟଣାର ତଦନ୍ତ କରୁଛି । ଖୁବ୍‌ ଶୀଘ୍ର ଗାଡ଼ିଟିକୁ ଜବତ କରାଯିବ,’’ ସେ କହିଥିଲେ ।

ଷ୍ଟକ ବ୍ରୋକର ଜଣକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବାରୁ ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହେବ କି ବୋଲି ପ୍ରଶ୍ନର ଉତ୍ତରରେ ଡିସିପି ଚନ୍ଦର ପିଟିଆଇକୁ କହିଥିଲେ, ‘‘ଦୁର୍ବୃତ୍ତଙ୍କୁ ଗିରଫ କରିବା ସହ ବିଏମବ୍ଲ୍ୟୁ ଗାଡ଼ିଟିକୁ ଉଦ୍ଧାର କରିବା ପ୍ରଥମ ପ୍ରାଥମିକତା ରହିଛି । ସିଟି ରୋଡ଼ ଉପରୁ ଜଣଙ୍କର କାର୍ ଏଭଳି ଚୋରି ହେବା ଏକ ଚିନ୍ତାଜନକ ପ୍ରସଙ୍ଗ ।"

ଅଧିକାରୀ ଜଣକ ଆହୁରି କହିଛନ୍ତି: ‘‘ଅରୋଡ଼ା ନିଜ ଅଭିଯୋଗରେ କହିଛନ୍ତି ଯେ ଅପରାଧୀମାନେ ଏକ ବାଇକରେ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ । ସେ ନିଜେ ନିଶାସକ୍ତ ଅବସ୍ଥାରେ ଥିବାରୁ ଏହା କେତେ ଦୂର ସତ୍ୟ ତାହାର ତଦନ୍ତ ଚାଲିଛି ।’’
First published: March 16, 2020, 9:30 PM IST