Drugs case: ଦୀପିକା ପାଦୁକୋନଙ୍କ ମ୍ୟାନେଜରଙ୍କ ଘରେ NCB ର ଛାପା, ଚରସ ଓ CBD ତେଲ ଜବତ- ସୂତ୍ର

କରିସ୍ମା ପ୍ରକାଶଙ୍କୁ (Karishma Prakash) ଡ୍ରଗ୍ସ ମାମଲାରେ ପଚରାଉଚରା କରିବା ପାଇଁ ଏନସିବି ପକ୍ଷରୁ ଗୁରୁବାରକୁ ଡକାଯାଇଛି । ତାଙ୍କ ଫୋନ୍ ସୁଇଚ୍ ଅଫ୍ ଅଛି । ଏନସିବିକୁ ଜଣା ନାହିଁ ଯେ ସେ କେଉଁଠାରେ ଅଛନ୍ତି ।

Drugs case: ଦୀପିକା ପାଦୁକୋନଙ୍କ ମ୍ୟାନେଜରଙ୍କ ଘରେ NCB ର ଛାପା, ଚରସ ଓ CBD ତେଲ ଜବତ- ସୂତ୍ର
ଦୀପିକା ପାଦୁକୋନଙ୍କୁ ଗତ ମାସରେ ଏନସିବି ସମ୍ମୁଖରେ ହାଜର ହୋଇ ସାରିଛନ୍ତି
  • News18 Odia
  • Last Updated: October 28, 2020, 1:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh rajput) ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ମଙ୍ଗଳବାର ଦିନ ଅଭିନେତ୍ରୀ ଦୀପିକା ପାଦୁକୋନ (Deepika padukone) ମ୍ୟାନେଜର କରିସ୍ମା ପ୍ରକାଶଙ୍କ (Karishma Prakash) ଘରେ ଚଢ଼ାଉ କରିଛି । ଏନସିବି ସହ ଜଡିତ ସୂତ୍ରରୁ ପ୍ରକାଶ ଯେ ଭର୍ସୋଭାସ୍ଥିତ କରିସ୍ମାଙ୍କ ଘରେ ହୋଇଥିବା ଚଢ଼ାଉରେ ୧.୭ ଗ୍ରାମ ଚରସ ଓ ଅତି କମରେ ଦୁଇଟି ବୋତଲ CBD ତେଲ ଜବତ କରାଯାଇଛି । ସୁଶାନ୍ତ ସିଂ ରାଜପୁତ ମାମଲାରେ ଦାଖଲ ହୋଇଥିବା ଏଫ୍ଆଇଆର୍ ଉପରେ କରିସ୍ମା ପ୍ରକାଶଙ୍କୁ ଏନସିବି ପକ୍ଷରୁ ମଧ୍ୟ ପଚରାଉଚରା କରାଯାଇଥିଲା ।

ଏହି ଛାପାମାରିକୁ ନେଇ ଏନସିବି ଅଧିକାରୀ କହିଛନ୍ତି ଯେ ବଲିଉଡରେ ଡ୍ରଗ୍ସ ନେଟୱାର୍କର ଅନୁସନ୍ଧାନରେ ଧରାପଡିଥିବା ଜଣେ ଡ୍ରଗ୍ସ ବେପାରୀଙ୍କୁ ପଚରାଉଚରା କରିବା ବେଳେ ସେ କରିସ୍ମା ପ୍ରକାଶଙ୍କ ନାମ ନେଇଥିଲେ । ଏହାକୁ ଭିତ୍ତି କରି ମଙ୍ଗଳବାର ତାଙ୍କ ଘରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ୧.୭ ଗ୍ରାମ ଚରସ ଓ ଅତି କମରେ ଦୁଇଟି ବୋତଲ CBD ତେଲ ଉଦ୍ଧାର କରାଯାଇଛି ।

ଅଧିକାରୀ କହିଛନ୍ତି ଯେ ଚଢ଼ାଉ ସମୟରେ ପ୍ରକାଶ ଘରେ ନଥିଲେ ଓ ତାଙ୍କ ପରିଚିତଙ୍କ ଉପସ୍ଥିତିରେ ତାଙ୍କ ଘରେ ଖୋଜାଖୋଜି କରାଯାଇଥିଲା । ଏହି ଘଟଣାରେ ପଚରାଉଚରା ପାଇଁ ଗୁରୁବାର ଦିନ କରିସ୍ମା ପ୍ରକାଶଙ୍କୁ ଏନସିବି ପକ୍ଷରୁ ଡକାଯାଇଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି । ତାଙ୍କର ଫୋନ୍ ସୁଇଚ୍ ଅଫ୍ ଅଛି । ସେ କେଉଁଠାରେ ଅଛନ୍ତି ଏନସିବିକୁ ଜଣା ନାହିଁ ।

ଅଧିକାରୀଙ୍କ ଅନୁଯାୟୀ କରିସ୍ମା ପ୍ରକାଶ ଏନଡିପିଏସ୍ ଆକ୍ଟର ଧାରାକୁ ଉଲ୍ଲଂଘନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ତାଙ୍କର ନାମ FIR ରେ ପଞ୍ଜୀକରଣ କରିବା ପୂର୍ବରୁ ତାଙ୍କୁ ଥରେ ନିଜକୁ ରକ୍ଷା କରିବାର ସୁଯୋଗ ଦିଆଯିବ । ତେବେ ଏହି ମାମଲାରେ ଦୀପିକା ପାଦୁକୋନଙ୍କ ସହ ସଂଯୋଗ ମିଳିଲା ନାହିଁ । ଦୀପିକା ପାଦୁକୋନଙ୍କୁ ମଧ୍ୟ ଗତ ମାସରେ ଏନସିବି ସମ୍ମୁଖରେ ହାଜର ହୋଇ ସାରିଛନ୍ତି ।
Published by: Jagdish Barik
First published: October 28, 2020, 1:06 PM IST
corona virus btn
corona virus btn
Loading