Drug case: ପ୍ରସିଦ୍ଧ ମହିଳା ହାସ୍ୟ ଅଭିନେତା ଭାରତୀ ସିଂଙ୍କ ଘରେ NCB ର ରେଡ୍; ସମନ ଜାରି ହେଲା

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର (NCB) ଟିମ୍ ଶନିବାର ଦିନ ଭାରତୀ ସିଂଙ୍କ ଆନ୍ଧେରି ଅଞ୍ଚଳରେ ଘରେ ଚଢ଼ାଉ କରି ସେଠାରୁ ଡ୍ରଗ୍ସ ଜବତ କରିଛି ।

Drug case: ପ୍ରସିଦ୍ଧ ମହିଳା ହାସ୍ୟ ଅଭିନେତା ଭାରତୀ ସିଂଙ୍କ ଘରେ NCB ର ରେଡ୍; ସମନ ଜାରି ହେଲା
ପ୍ରସିଦ୍ଧ ମହିଳା ହାସ୍ୟ ଅଭିନେତା ଭାରତୀ ସିଂଙ୍କ ଘରେ NCB ର ରେଡ଼
  • News18 Odia
  • Last Updated: November 21, 2020, 12:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ମାମଲାର ଡ୍ରଗ୍ସ ଆଙ୍ଗଲ୍ ଆସିବା ଦିନଠାରୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ବଲିଉଡ ସେଲିବ୍ରିଟିଙ୍କ ଘରେ କ୍ରମାଗତ ଭାବେ ଚଢ଼ାଉ କରିଆସୁଛି । ଏହି ଧାରାବାହିକରେ ଏନସିବି ଟିମ୍ ଶନିବାର ଜଣେ ପ୍ରସିଦ୍ଧ ମହିଳା ହାସ୍ୟ ଅଭିନେତା ଭାରତୀ ସିଂଙ୍କ ଘରେ ଚଢ଼ାଉ କରିଛି ।

ସୂଚନା ଅନୁସାରେ ଏନସିବି ଟିମ୍ ଟିଭି ଅଭିନେତ୍ରୀ ଭାରତୀ ସିଂଙ୍କ ଘରୁ କିଛି ପରିମାଣର ଡ୍ରଗ୍ସ ଜବତ କରିଛି । କେତେ ପରିମାଣର ଡ୍ରଗ୍ସ ମିଳିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । କିନ୍ତୁ ଏନସିବି ଟିମ୍ ଟିଭି ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀଙ୍କୁ ସମନ କରିଛି ।



ଏହା ବି ପଢ଼ନ୍ତୁ | ପୁରୀ ହାଜତ ମୃତ୍ୟୁ: ରମେଶର ପରିବାରକୁ ଭେଟିଲେ ସମ୍ୱିତ ପାତ୍ର; ତାଙ୍କ ପାଇଁ କୋଟି ଟଙ୍କା ଦାବି କଲେ

ସୂଚନାନୁସାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର (NCB) ଏକ ଟିମ୍ ଶନିବାର ଭାରତ ସିଂର ଆନ୍ଧେରି ଅଞ୍ଚଳରେ ଘରେ ଚଢ଼ାଉ କରି ସେଠାରୁ ଡ୍ରଗ୍ସ ଜବତ କରିଛି । ଯେତେବେଳେ ଏନସିବି ଦଳ ଏହି କାର୍ଯ୍ୟ କରିଥିଲେ ସେତେବେଳେ ଭାରତୀୟ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଘରେ ଉପସ୍ଥିତ ଥିଲେ । ସୂଚନା ଅନୁଯାୟୀ ଏ ପର୍ଯ୍ୟନ୍ତ ଏନସିବି ଦଳ ଭାରତୀ ସିଂଙ୍କ ଘରୁ କିଛି ପରିମାଣର ଡ୍ରଗ୍ସ ପାଇଛି ।



ଭାରତ ସିଂଙ୍କ ଘରୁ ଡ୍ରଗ୍ସ ପାଇବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଭାରତୀ ଏବଂ ତାଙ୍କ ସ୍ୱାମୀ ହର୍ଷଙ୍କୁ ପଚରାଉଚରା ପାଇଁ ଡକାଇଛି । ଏବେ ଏହା ଦେଖିବାକୁ ପଡ଼ିବ ଯେ କେତେବେଳେ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ଏନସିବି ଅଫିସରେ ପହଞ୍ଚିବେ ।
Published by: Jagdish Barik
First published: November 21, 2020, 12:20 PM IST
corona virus btn
corona virus btn
Loading