ଦ୍ରୌପଦୀଙ୍କ ବିଜୟ ପରେ ପ୍ରଥମ ପ୍ରତିକ୍ରିୟା ରଖିଲେ ସିହ୍ନା; କହିଲେ ଏମିତି କଥା

ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସିହ୍ନା । ସେ କହିଛନ୍ତି ନୂଆ ରାଷ୍ଟ୍ରପତି କୌଣସି ଭୟ ବିନା କାମ କରିବା ଉଚିତ ।

ଯଶୋବନ୍ତ ଓ ଦ୍ରୌପଦୀ ମୁର୍ମୁ (ପ୍ରତୀକାତ୍ମକ ଛବି)

ଯଶୋବନ୍ତ ଓ ଦ୍ରୌପଦୀ ମୁର୍ମୁ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଦ୍ରୌପଦୀ ମୁର୍ମୁ ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କର ଏହି ଜିତରେ ନେତା ଠୁ ମନ୍ତ୍ରୀ ଓ ଜନସାଧାରଣ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ତାଙ୍କ ବିଜୟରେ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନା ତାଙ୍କୁ ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ଶୁଭେଚ୍ଛା ଜଣାଇ ସିହ୍ନା କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନ ୨୦୨୨ରେ ବିଜୟରେ #ଦ୍ରୌପଦୀ ମୁର୍ମୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।  ମୁଁ ଓ ପ୍ରାୟ ପ୍ରତ୍ୟେକ ଭାରତୀୟ ଆଶା କରୁଛୁ ଯେ ୧୫ ତମ ରାଷ୍ଟ୍ରପତି ଭାବରେ ସେ କୌଣସି ଭୟ କିମ୍ବା ଅନୁଗ୍ରହ ବିନା ସମ୍ବିଧାନର ରକ୍ଷକ ଭାବରେ କାର୍ଯ୍ୟ କରିବେ। ମୁଁ ଦେଶବାସୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି।

ଦ୍ରୌପଦୀ ମୁର୍ମୁଙ୍କୁ ୨୮୨୪ ଜଣ ସାଂସଦ ଓ ବିଧାୟକଙ୍କ ଭୋଟ ମିଳିଛି । ଏହାର ମୂଲ୍ୟ ୬,୭୬,୮୦୩ । ରାଷ୍ଟ୍ରପତି ଭାବେ ନିର୍ବାଚନ ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କ ଭୋଟ ମୂଲ୍ୟ ୫,୨୮, ୪୯୧ ହେବାର ଆବଶ୍ୟକ ଥିଲା । ହେଲେ ଦ୍ରୌପଦୀ ମୁର୍ମୁଙ୍କ ଭୋଟ ମୂଲ୍ୟ ୬ ଲକ୍ଷରୁ ଅଧିକ । ସେହିପରି ଯଶୋବନ୍ତ ସିହ୍ନା ପାଇଛନ୍ତି ୧୮୭୭ ଖଣ୍ଡ ଭୋଟ । ଯାହାର ମୂଲ୍ୟ ୩,୮୦,୧୭୭ । ରିଟର୍ଣ୍ଣିଂ ଅଫିସର ପିସି ମୋଡୀ ରାତି ପ୍ରାୟ ୯.୪୦ରେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ବିଜେତା ଘୋଷଣା କରିଛନ୍ତି । ତାଙ୍କ ସୂଚନା ଅନୁସାରେ, ୪୭୫୪ ଭୋଟ ରାଷ୍ଟ୍ରପତି ନିର୍ବାଚନରେ ପଡ଼ିଥିଲା । ଏହା ମଧ୍ୟରୁ ୪୭୦୧ ବୈଧ ଭୋଟ ହୋଇଥିବା ବେଳେ ୫୩ ଖଣ୍ଡ ଭୋଟ ନାକଚ ହୋଇ ଯାଇଛି । ଏହା ମଧ୍ୟରେ ୧୫ ଜଣ ସାଂସଦଙ୍କ ଭୋଟ ମଧ୍ୟ ରହିଛି ।
Published by:Soumya Das
First published: