ଡ୍ରୋନ୍ ବୈଜ୍ଞାନିକ ଭାବେ ଅଜସ୍ର ଖ୍ୟାତି ପାଇଥିବା କର୍ଣ୍ଣାଟକ ଯୁବକ ପ୍ରତାପଙ୍କ ମିଛ ଧରାପଡ଼ିଲା

ପ୍ରତାପ ଏନ୍.ଏମ୍. ନାମକ ଏହି ୨୨ ବର୍ଷୀୟ ଯୁବକ ଡ୍ରୋନ୍ ଡିଜାଇନ୍ କରିବାରେ ଅସାଧାରଣ ‘‘ସଫଳତା’’ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇଥିବା ଖବର ବ୍ୟାପିଥିଲା । ତାଙ୍କୁ ପ୍ରଧାନ ମନ୍ତ୍ରୀ DRDOରେ ଚାକିରି ଦେବାକୁ ସୁପାରିଶ କରିଥିବା କଥା ବି ଆସିଥିଲା ।

ଡ୍ରୋନ୍ ବୈଜ୍ଞାନିକ ଭାବେ ଅଜସ୍ର ଖ୍ୟାତି ପାଇଥିବା କର୍ଣ୍ଣାଟକ ଯୁବକ ପ୍ରତାପଙ୍କ ମିଛ ଧରାପଡ଼ିଲା
ପ୍ରତାପ ଏନ୍. ଏମ୍. (ଅମିତ ସିଂ ରାଜାୱତ ଟ୍ୱିଟରରେ ଦେଇଥିବା ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନିକଟରେ କର୍ଣ୍ଣାଟକର ପ୍ରତାପ ଏନ୍‌.ଏମ୍. (Prathap NM) ନାମକ ଜଣେ ୨୨ ବର୍ଷୀୟ ଯୁବକ ଡ୍ରୋନ୍‌ ଡିଜାଇନ୍‌ କରିବାରେ ଅସାଧାରଣ ‘‘ସଫଳତା’’ ପାଇଥିବା ଓ କେତେକ ଅନ୍ତର୍ଜାତୀୟ ପୁରସ୍କାର ପାଇଥିବା ଦାବି କରିବା ପରେ କନ୍ନଡ଼ ଗଣମାଧ୍ୟମରେ ‘‘ଡ୍ରୋନ୍ ପ୍ରତାପ’’ (Drone Prathap) ଭାବରେ ଉପନାମ ଅର୍ଜନ କରି ବେଶ୍‌ ଖ୍ୟାତି ପାଇଛନ୍ତି । ‘ଡେକାନ୍ ହେରାଲ୍ଡ’ ଖବରକାଗଜ ଓ ‘ଇଣ୍ଡିଆ ଟାଇମ୍ସ’ ପରି କିଛି ଇଂରାଜୀ ୱେବସାଇଟ୍ ମଧ୍ୟ ପ୍ରତାପଙ୍କ ଅଭୂତପୂର୍ବ ସଫଳତା ଉପରେ ଖବର ଲେଖିଛନ୍ତି ଓ ତାଙ୍କ ‘ସଫଳତା’ର ତାଲିକା ପ୍ରକାଶ କରିଛନ୍ତି । ପ୍ରତାପ ୬୦୦ଟି ଡ୍ରୋନ୍ ନିର୍ମାଣ କରି ସାରିଛନ୍ତି ବୋଲି ରିପୋର୍ଟଗୁଡ଼ିକରେ କୁହାଯାଇଛି । ହେଲେ ପ୍ରତାପ କୌଣସି ଡ୍ରୋନ୍ ନିର୍ମାଣ କରୁଥିବାର ଭିଡିଓ କିମ୍ବା ଫଟୋ ନାହିଁ । ଅଲ୍ଟ ନ୍ୟୁଜ୍‌ ଫ୍ୟାକ୍ଟ ଚେକିଂ ୱେବସାଇଟର ଅନୁସନ୍ଧାନ ମୁତାବକ ପ୍ରତାପ ନିଜେ କୌଣସି ଡ୍ରୋନ୍‌ ବନେଉ ନାହାନ୍ତି ଓ କୌଣସି ଅନ୍ତର୍ଜାତୀୟ ପୁରସ୍କାର ବି ପାଇନାହାନ୍ତି ।

ଖବର ଏହା ବି ଆସିଥିଲା ଯେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ପ୍ରତାପଙ୍କୁ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO)ରେ ଚାକିରି ଦେବାକୁ ସଂସ୍ଥାକୁ କହିଛନ୍ତି । ଏହି ଖବର ମୁଖ୍ୟତଃ ଟ୍ୱିଟର ମାଧ୍ୟମରେ ବ୍ୟାପିଥିଲା ଓ ପ୍ରତାପଙ୍କ ପାଇଁ ଆହୁରି ପ୍ରସିଦ୍ଧି ଆଣିଥିଲା । ହେଲେ ଏହି ଖବର ଆଧାରହୀନ ଓ ଅସତ୍ୟ ବୋଲି ନିଜେ ପ୍ରତାପ ଅଲ୍ଟ ନ୍ୟୁଜକୁ ଏକ ସାକ୍ଷାତକାରରେ କହିଛନ୍ତି ।

ଜୁଲାଇ ୪ରେ ଅମିତ ସିଂ ରାଜାୱତ ନାମକ ଜଣେ ବ୍ୟକ୍ତି ନିକଟରେ ଟ୍ୱିଟରରେ ପ୍ରତାପଙ୍କ ଅଭୂତପୂର୍ବ ‘‘ସଫଳତା’’ ବିଷୟରେ ଅନେକ କଥା ଲେଖିଥିଲେ ଓ ତାଙ୍କୁ ଚାକିରି ଦେବାକୁ ପ୍ରଧାନ ମନ୍ତ୍ରୀଙ୍କ DRDOକୁ ସୁପାରିଶ କରିଥିବା ବିଷୟରେ କହିଥିଲେ । ସେହି ଟ୍ୱିଟ୍‌ ପାଖାପାଖି ୧୭,୦୦୦ ରିଟ୍ୱିଟ୍‌ ଓ ପାଖାପାଖି ୩୫,୦୦୦ ଲାଇକ୍‌ ପାଇଥିଲା । ଏହା ପରେ ପ୍ରତାପଙ୍କ ପ୍ରସିଦ୍ଧି ଆହୁରି ବଢ଼ିଯାଇଥିଲା ।

ପ୍ରତାପ ଏନ୍. ଏମ୍.ଙ୍କ ସଫଳତା ବିଷୟରେ ଇଣ୍ଟରନେଟରେ ବ୍ୟାପିଥିବା ଅନ୍ୟତମ ଛବି


ପ୍ରତାପଙ୍କ ସଫଳତା ଉପରେ ସନ୍ଦେହ ବଢ଼ିବା ପରେ ସେ ନିକଟରେ କନ୍ନଡ଼ ଟିଭି ଚ୍ୟାନେଲ ବିଟିଭି ନ୍ୟୁଜ୍ କନ୍ନଡ଼କୁ ଦେଇଥିବା ଏକ ସାକ୍ଷାତକାରରେ କିଛି ‘ପ୍ରମାଣ’ ଦେଇଥିଲେ। ଆଙ୍କର ତାଙ୍କୁ ତାଙ୍କ ପାଖରେ ସେ ନିର୍ମାଣ କରିଥିବା ଡ୍ରୋନର ଫଟୋ ନାହିଁ ବୋଲି କହିବାରୁ ପ୍ରତାପ ନିଜ ଫୋନ ବାହାର କରି ଦର୍ଶକଙ୍କୁ ଏକ ଫଟୋ ଦେଖାଇଥିଲେ ଯେଉଁଥିରେ ସେ ଏକ ଡ୍ରୋନ୍ ସହିତ ଫଟୋ ଉଠାଇଛନ୍ତି। ହେଲେ ସେହି ଫଟୋ ଜର୍ମାନ କମ୍ପାନୀ ବିଲ୍ଜ-ଆଇ ଦ୍ୱାରା ନିର୍ମିତ ଏକ ଡ୍ରୋନର ବୋଲି ଜଣା ପଡ଼ିଛି।

ଜର୍ମାନୀ ସ୍ଥିତ ବିଲ୍ଜ-ଆଇ କମ୍ପାନୀର ମାଲିକ ବିଲ୍ ଗଟବିୟର୍ ତାଙ୍କ କମ୍ପାନୀର ୱେବସାଇଟରେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ପ୍ରତାପଙ୍କ ଦ୍ୱାରା ଟିଭିରେ ଦେଖାଯାଇଥିବା ଡ୍ରୋନ୍ ବିଲଜ୍‌-ଆଇ ଦ୍ୱାରା ନିର୍ମିତ ଏବଂ ହାନୋଭରରେ ହୋଇଥିବା CEBIT 2018 ପ୍ରଦର୍ଶନୀରେ ସେହି ଡ୍ରୋନର ପ୍ରଦର୍ଶିନ କରାଯାଇଥିଲା । ବିବୃତ୍ତିରେ କୁହାଯାଇଛି ଯେ ପ୍ରତାପ ଡ୍ରୋନ୍ ବିଷୟରେ ଜାଣିବାକୁ ଆଗ୍ରହୀ ଥିଲେ ଓ କେଉଁ ଗଟବିୟରଙ୍କୁ କେତେକ ପ୍ରଶ୍ନ ପଚାରିଥିଲୋ । ଗଟବିୟର୍‌ ସେହି ପ୍ରଶ୍ନଗୁଡ଼ିକର ଉତ୍ତର ଖୁସିରେ ଦେଇଥିଲେ ।

ପରବର୍ତ୍ତୀ ସମୟରେ ପ୍ରତାପ ବିଲ୍ଜ-ଆଇ କମ୍ପାନୀର ‘BETH-01’ ନାମକ ସେହି ଡ୍ରୋନର ଏକ ଫଟୋ ଉଠାଇ ପାରିବେ କି ବୋଲି ପଚାରିବାରୁ ଗଟବିୟର ତାଙ୍କୁ ଅନୁମତି ଦେଇଥିଲେ । ‘‘ଏହି ଡ୍ରୋନର ଡିଜାଇନ୍, ବିକାଶ, ଉତ୍ପାଦନ କିମ୍ବା ବିତରଣ ସହିତ ପ୍ରତାପଙ୍କର କୌଣସି ସମ୍ପର୍କ ନାହିଁ  । ସେ କମ୍ପାନୀକ ଜଣେ କର୍ମଚାରୀ, ଅଂଶୀଦାର ବା ସହଭାଗୀ ନୁହଁନ୍ତି,’’ ଗଟବିୟର୍‌ କହିଛନ୍ତି ।

ଜର୍ମାନୀରେ ଆୟୋଜିତ CEBIT 2018 ପ୍ରଦର୍ଶନୀରେ ସେହି ସମାନ ଡ୍ରୋନ୍ ପାଇଁ ପ୍ରତାପ “ଆଲବର୍ଟ ଆଇନଷ୍ଟାଇନ ଇନୋଭେସନ୍ ଗୋଲ୍ଡ ମେଡାଲ” ପାଇଥିଲେ ବୋଲି ଦାବି କରିଥିଲେ । ଫଟୋରେ ଦେଖାଯାଉଥିବା ଡ୍ରୋନକୁ ସେ ନିର୍ମାଣ କରିଥିବା ଦାବି କରିଥିଲେ ମଧ୍ୟ ତାହା ବିଲ୍ଜ-ଆଇ କମ୍ପାନୀ ଦ୍ୱାରା ନିର୍ମିତ ହୋଇଛି । ବିଭିନ୍ନ କୀ ୱାର୍ଡ଼ ସହିତ ଏକାଧିକ ଗୁଗୁଲ୍ ସର୍ଚ୍ଚ କରାଯାଇଥିଲେ ମଧ୍ୟ “ଆଲବର୍ଟ ଆଇନଷ୍ଟାଇନ୍ ଇନୋଭେସନ ଗୋଲ୍ଡ ମେଡାଲ” ଭଳି କିଛି ପୁରସ୍କାର ନ ଥିବା ଜଣାପଡ଼ିଛି ବୋଲି ଅଲ୍ଟ-ନ୍ୟୁଜ୍‌ କହିଛି ।

ଏହା ବି ପଢ଼ନ୍ତୁ: ‘କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଗୋମୂତ୍ର ପିଅନ୍ତୁ’: ପଶ୍ଚିମ ବଙ୍ଗ BJP ସଭାପତି ଦିଲୀପ ଘୋଷ

ଏହା ବି ପଢ଼ନ୍ତୁ: ହସପିଟାଲରେ କରୋନା ସଂକ୍ରମିତ ଐଶ୍ୱର୍ଯ୍ୟା ରାୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି; ସାଙ୍ଗରେ ଝିଅ ବି ଅଛି

ପ୍ରତାପ ଏନ୍‌.ଏମ୍‌. ୬୦୦ଟି ଡ୍ରୋନ୍‌ ନିର୍ମାଣ କରିଥିବା ଦାବି କରିଥିଲେ ମଧ୍ୟ ଏ ସବୁ ତିଆରି କରୁଥିବା ବେଳେ ତାଙ୍କର କୌଣସି ଫଟୋ ବା ଭିଡିଓ ନାହିଁ । ବାସ୍ତବରେ ସେ ଅନ୍ୟ କମ୍ପାନୀର ଡ୍ରୋନଗୁଡ଼ିକୁ ନିଜର ବୋଲି ଉପସ୍ଥାପନ କରିଛନ୍ତି ବୋଲି ଅଲ୍ଟ ନ୍ୟୁଜ୍‌ ଖବର ପ୍ରକାଶିତ କରିଛି । ଏହି କର୍ଣ୍ଣାଟକ ବାସିନ୍ଦା ଯୁବକଙ୍କ କଥାକୁ ବିନା ଯାଞ୍ଚରେ ମାନି ନେଇ ତାଙ୍କୁ ଭାରତର ଅନ୍ୟତମ ସର୍ବକନିଷ୍ଠ “ଡ୍ରୋନ୍ ବୈଜ୍ଞାନିକ” ଭାବରେ ଗଣମାଧ୍ୟମର କେତେକ ଅଂଶ ଚିତ୍ରଣ କରିଥିଲେ । ଏହି ସମଗ୍ର ପ୍ରକରଣ ଗଣମାଧ୍ୟମର ବିଶ୍ୱସନୀୟତା ଉପରେ ବି ପ୍ରଶ୍ନ ଚିହ୍ନ ଠିଆ କରାଇଛି ।
Published by: Anand Shankar Thankur Das
First published: July 19, 2020, 3:42 PM IST
corona virus btn
corona virus btn
Loading