News18 Odia Digital
2000 Note: ରିଜର୍ଭ ବ୍ୟାଙ୍କ ୨୦୦୦ଟଙ୍କିଆକୁ ନେଇ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଏହା ପରେ ଚାରିଆଡ଼େ ଏହାକୁ ନେଇ ବେଶ ଚର୍ଚ୍ଚା ମଧ୍ଯ ହେଉଛି । ଏହାରି ଭିତରେ ଉତ୍ତରପ୍ରଦେଶ ଗାଜିଆବାଦରୁ ଏକ ଖବର ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ମୋଦିନଗରରେ ଅଟୋରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ୨୦୦୦ଟଙ୍କା ପାଇଁ ମାଡ଼ ଖାଇବାକୁ ପଡ଼ିଛି ।
ମିଡ଼ିଆ ରିପୋର୍ଟ ମୁତାବିକ, ମିରଠ ପ୍ରତାପପୁର ନିବାସୀ ଅର୍ଜେଶ କୁମାର ରାଜ ଚୌପଲ ପର୍ଯ୍ୟନ୍ତ ଅଟୋରେ ଯାତ୍ରା କରିଥିଲେ । ଅଟୋ ଭଡ଼ା ଦେବା ପାଇଁ ସେ ୨୦୦୦ଟଙ୍କିଆ ନୋଟ କାଢ଼ି ଡ୍ରାଇଭରକୁ ଦେଇଥିଲେ । ଡ୍ରାଇଭର ଜଣଙ୍କ ନୋଟ ନେବା ପାଇଁ ମନା କରିବା ସହ ଏଠି ନୋଟ ବନ୍ଦ ହୋଇଗଲାଣି ବୋଲି କହିଥିଲେ । ଏହି କଥାକୁ ନେଇ ଉଭୟଙ୍କ ମଝିରେ ପାଟିତୁଣ୍ଡ ହୋଇଥିଲା ।
ଗୋଟେ ପଟେ ଡ୍ରାଇଭର ଜଣଙ୍କ ନୋଟ ନେବାକୁ ମନା କରୁଥିବା ବେଳେ ୨୦୦୦ଟଙ୍କିଆ ବନ୍ଦ ହୋଇନାହିଁ ବୋଲି ଯାତ୍ରୀ ଜଣଙ୍କ ଦାବି କରୁଥିଲେ । ଆପଣ ବ୍ୟାଙ୍କରେ ଏହାକୁ ଜମା କରିପାରିବେ । ଏହା ଶୁଣି ଡ୍ରାଇଭର ଜଣଙ୍କ ଆହୁରି ରାଗି ଯାଇଥିଲେ । ଉଭୟଙ୍କ ମଝିରେ ମାରପିଟ ଆରମ୍ଭ ହୋଇଥିଲା। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ପୁଣି ଯାତ୍ରୀ ଜଣଙ୍କ ଡ୍ରାଇଭରକୁ ଖୁଚୁରା ପଇସା ଦେଇଥିଲେ ।
କେବେ ଲାଗୁଛି ବର୍ଷର ଦ୍ୱିତୀୟ ସୂର୍ଯ୍ଯ ପରାଗ; ୫ ରାଶି ଉପରେ ବଡ଼ ସଙ୍କଟ!ସୂଚନାଯୋଗ୍ୟ, ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି ଯେ, ୨୦୦୦ ନୋଟ ସେପ୍ଟେମ୍ୱର ପର୍ଯ୍ୟନ୍ତ ମାର୍କେଟରେ ଉପଲବ୍ଧ ହେବ । ଏହାରି ଭିତରେ ଲୋକମାନେ ଏହାକୁ ବଦଳାଇପାରିବେ। ୨୦୦୦ଟଙ୍କିଆ ନୋଟ ନେବାକୁ କେହି ମନା କରିବେ ନାହିଁ । କିନ୍ତୁ କେତେକ ରାଜ୍ଯରେ ଏଭଳି ଘଟଣାମାନ ଦେଖିବାକୁ ମିଳୁଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।