କୋଲେଷ୍ଟ୍ରଲକୁ କମ୍ କରେ ଏହି ୪ଟି ନେଚୁରାଲ ଡ୍ରିଙ୍କ୍ସ
News18 Odia Digital
Cholesterol Diet: ଯେତେବେଳେ ଶରୀରରେ କୋଲେଷ୍ଟ୍ରଲ୍ର ପରିମାଣ ବଢ଼େ, ହୃଦୟ ସହିତ ଜଡିତ ସମସ୍ୟା ମଧ୍ୟ ଆରମ୍ଭ ହୁଏ। ଭୁଲ ଜୀବନଶୈଳୀ, ମେଦବହୁଳତା, ଅଧିକ ତେଲଯୁକ୍ତ ଖାଦ୍ୟ ଖାଇବା ଓ ବାହାରେ ମସଲାଯୁକ୍ତ ଖାଦ୍ୟ ମଧ୍ୟ କୋଲେଷ୍ଟ୍ରଲ ବୃଦ୍ଧି କରିଥାଏ।
ଏଭଳି ପରିସ୍ଥିତିରେ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଖାଦ୍ୟରେ ଅନେକ ପରିବର୍ତ୍ତନ କରାଯାଇଥାଏ। ଅନେକ ଖାଦ୍ୟ ସାମଗ୍ରୀ ମଧ୍ୟ କୋଲେଷ୍ଟ୍ରଲ ପାଇଁ ଘରୋଇ ଉପଚାର ଭାବରେ ବିବେଚନା କରାଯାଏ। ସେହିଭଳି, କିଛି ଡ୍ରିଙ୍କ୍ସ ଅଛି ଯାହା କୋଲେଷ୍ଟ୍ରଲ ହ୍ରାସ କରିବାରେ ସହାୟକ ହୋଇଥାଏ।
କୋଲେଷ୍ଟ୍ରଲ କମ୍ କରୁଥିବା ଡ୍ରିଙ୍କ୍ସ
ଗ୍ରୀନ ଟି
ଅନେକ ଆଣ୍ଟିଅକ୍ସିଡାଣ୍ଟ ଗ୍ରୀନ୍ ଟିରେ ମିଳିଥାଏ ଯାହା ଖରାପ କୋଲେଷ୍ଟ୍ରଲ୍ ସ୍ତରକୁ ହ୍ରାସ କରିଥାଏ। ଉଚ୍ଚ କୋଲେଷ୍ଟ୍ରଲ ସ୍ତରର ଖାଦ୍ୟରେ ଗ୍ରୀନ୍ ଟି ପିଇ ପାରିବେ। ଏହା ବ୍ୟତୀତ ଗ୍ରୀନ୍ ଟି ମେଦବହୁଳତା ମଧ୍ୟ୍ ହ୍ରାସ କରିଥାଏ।
ଓଟସ୍ ଡ୍ରିଙ୍କ୍ସ
ଓଟସ୍ରେ ବିଟା ଗ୍ଲୁଟେନ୍ ଥାଏ ଯାହା କୋଲେଷ୍ଟ୍ରଲର ଅବଶୋଷଣରେ ସାହାଯ୍ୟ କରିଥାଏ, ଯାହାଦ୍ୱାରା ବଢ଼ିଥିବା କୋଲେଷ୍ଟ୍ରଲ କମ୍ ହୁଏ। ଏକ ଗ୍ଲାସ୍ ଓଟସ୍ ଡ୍ରିଙ୍କ୍ସ ପରି ଓଟସ୍ ମିଲ୍କ ପ୍ରତିଦିନ ପିଇପାରିବେ।
ଟମାଟୋ ଜୁସ୍
କୋଲେଷ୍ଟ୍ରଲ କମାଇବା ପାଇଁ ଟମାଟୋ ଜୁସ୍ ମଧ୍ୟ ଫାଇଦା ଦେଇଥାଏ। ଟମାଟୋରେ ଅଧିକ ପରିମାଣର ଲାଇକୋପିନ୍ ଯୌଗିକ ରହିଥାଏ ଯାହା ଖରାପ କୋଲେଷ୍ଟ୍ରଲ ହ୍ରାସ କରିବାରେ ସହାୟକ ହୋଇଥାଏ। କେବଳ ଏତିକି ନୁହେଁ ଟମାଟୋ ଜୁସରେ କୋଲେଷ୍ଟ୍ରଲ କମାଇବା ଫାଇବର ଓ ନିୟାସିନ୍ ମଧ୍ୟ ମିଳିଥାଏ।
ବେରିଜରେ ତିଆରି ହୋଇଥିବା ସ୍ମୁଦି
ଅନେକ ପ୍ରକାରର ବେରିଜ ଯେପରିକି ଷ୍ଟ୍ରବେରି, ବ୍ଲୁବେରି ଓ ବ୍ଲାକବେରି ଆଣ୍ଟିଅକ୍ସିଡାଣ୍ଟ ଓ ଫାଇବରରେ ଭରପୂର। ଯାହା ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିବାରେ କାମ କରିଥାଏ। ଏହି ବେରିଜରୁ ସ୍ମୁଦି ତିଆରି କରାଯାଇପାରେ ଯେଉଁଥିରେ ଆପଣ ଦହି କିମ୍ବା କମ୍ ଚର୍ବିଯୁକ୍ତ କ୍ଷୀର ବ୍ୟବହାର କରିପାରିବେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।