ଡ୍ରିମ୍ -୧୧ ଆଇପିଏଲର ନୂତନ ଟାଇଟଲ୍ ସ୍ପୋନାସର୍ ହେଲା; ୨୨୨ କୋଟିରେ କିଣିଲା ଏହି ଅଧିକାର

ଆଇପିଏଲ୍ ସ୍ପୋନାସର୍ ଦୌଡ଼ରେ ଟାଟା ଗ୍ରୁପ୍ ଅନ୍ତିମ ବିଡ୍ କରି ନ ଥିବାବେଳେ ଦୁଇ କମ୍ପାନୀ ବୈଜୁ (୨୦୧ କୋଟି) ଓ ୟୁନାକେଡି (୧୭୦ କୋଟି) ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ଦୌଡ଼ରେ ପତଞ୍ଜଳି ମଧ୍ୟ ଜଡ଼ିତ ଥିଲା, କିନ୍ତୁ ପରେ ସେ ଏହି ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଥିଲା ।

ଡ୍ରିମ୍ -୧୧ ଆଇପିଏଲର ନୂତନ ଟାଇଟଲ୍ ସ୍ପୋନାସର୍ ହେଲା; ୨୨୨ କୋଟିରେ କିଣିଲା ଏହି ଅଧିକାର
ବିସିସିଆଇ ପ୍ରତିବର୍ଷ ଭିଭୋ ଠାରୁ ୪୪୦ କୋଟି ଟଙ୍କା ପାଉଥିଲା (ଫାଇଲ ଫଟୋ)
  • News18 Odia
  • Last Updated: August 18, 2020, 5:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଚାଇନାର କମ୍ପାନୀ ଭିଭୋ (VIVO) ନିଜର ଚୁକ୍ତି ପ୍ରତ୍ୟାହାର କରିବା ପରେ ବିସିସିଆଇ ଆଇପିଏଲ୍ ୨୦୨୦ ର ମୁଖ୍ୟ ପ୍ରଯୋଜକ ପାଇଁ ଏକ ନୂତନ ସ୍ପୋନାସର୍ ପାଇଛି । ଡ୍ରିମ୍-୧୧(Dream-11) ଆଇପିଏଲର ୧୩ ତମ ସିଜନର ଟାଇଟଲ୍ ସ୍ପୋନାସର୍ ହେବ । ଏହି ସ୍ପୋନାସର୍ ଦୌଡ଼ରେ ଟାଟା ଗ୍ରୁପ୍ ସହିତ ଅନେକ ବଡ଼ ନାମ ଜଡ଼ିତ ଥିଲା । କିନ୍ତୁ ଡ୍ରିମ୍ ୧୧ ଏହି ଅଧିକାର ୨୨୨ କୋଟି ଟଙ୍କା ଟେଣ୍ଡର କରି ହାସଲ କରିଛି । ଡ୍ରିମ୍-୧୧ ଗତ କିଛି ବର୍ଷ ପୂର୍ବରୁ ମଧ୍ୟ ଆଇପିଏଲ୍ ର ସ୍ପୋନାସର୍ ସହିତ ଜଡ଼ିତ ହୋଇସାରିଛି । ଆଇପିଏଲ୍ ସଭାପତି ବ୍ରିଜେଶ ପଟେଲ କହିଛନ୍ତି ଯେ ଡ୍ରିମ୍ ୧୧ ଏହି ଅଧିକାରକୁ ୨୨୨ କୋଟି ଟଙ୍କାର ହାସଲ କରିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟାଟା ଗ୍ରୁପ୍ ଅନ୍ତିମ ବିଡ୍ କରି ନ ଥିବାବେଳେ ଦୁଇ କମ୍ପାନୀ ବୈଜୁ (୨୦୧ କୋଟି) ଓ ୟୁନାକେଡି (୧୭୦ କୋଟି) ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ଏହି ଖବର ଅନୁଯାୟୀ ଡ୍ରିମ୍-୧୧ ଏହାର ଆର୍ଥିକ ବିଡ୍ ଆଧାରରେ ଆଇପିଏଲ୍ ୨୦୨୦ ର ମୁଖ୍ୟ ପୃଷ୍ଠପୋଷକ ହେବାର ଅଧିକାର ହାସଲ କରିଛି । ଭାରତ ଓ ଚୀନ୍ ସୀମାରେ ମଧ୍ୟରେ ତିକ୍ତତା ଥିବାରୁ ଭିଭୋ ଓ ବିସିସିଆଇ ଚଳିତ ଆଇପିଏଲ୍ ଅଧିବେଶନ ପାଇଁ ହୋଇଥିବା ବାର୍ଷିକ ୪୪୦ କୋଟି ଟଙ୍କାର ଚୁକ୍ତି ସ୍ଥଗିତ ରଖିଛନ୍ତି । ଏହି ଦୌଡ଼ରେ ପତଞ୍ଜଳି ମଧ୍ୟ ଜଡ଼ିତ ଥିଲା, କିନ୍ତୁ ପରେ ସେ ଏହି ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଥିଲା ।

୨୦୨୨ ସୁଦ୍ଧା ଭିଭୋ ସହିତ ଚୁକ୍ତିନାମା
ଚାଇନାର କମ୍ପାନୀ ଭିଭୋ ସହିତ ଚୁକ୍ତିନାମା ସ୍ଥଗିତ ରଖିବାକୁ ବିସିସିଆଇର ଅନିଚ୍ଛା ଥିଲା । ଜୁନ୍ ମାସରେ ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ଧୁମାଲ କହିଥିଲେ ଯେ ଭିଭୋ ସହିତ ଚୁକ୍ତି ଭଙ୍ଗ କରିବାର ବିସିସିଆଇର କୌଣସି ଉଦ୍ଦେଶ୍ୟ ନାହିଁ । ସେ ଯୁକ୍ତି ବାଢ଼ିଛନ୍ତି ଯେ ଚୀନ୍ ନୁହେଁ ଚାଇନାର କମ୍ପାନୀରୁ ଆସୁଥିବା ଅର୍ଥରୁ ଭାରତ ଉପକୃତ ହେଉଛି ।

ଆଇପିଏଲ୍ ପରିଚାଳନା ପରିଷଦ ବୈଠକରେ ମଧ୍ୟ ଭିଭୋଙ୍କୁ ଆଇପିଏଲର ମୁଖ୍ୟ ପୃଷ୍ଠପୋଷକ ଭାବରେ ରଖାଯାଇଥିଲା । ଏହା ପରେ, ଚାପ ହେତୁ ବିସିସିଆଇ ଓ ଚୀନ୍ କମ୍ପାନୀ ୨୦୨୦ ବର୍ଷ ପାଇଁ ସେମାନଙ୍କ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲେ । ବିସିସିଆଇ ଭିଭୋରୁ ବାର୍ଷିକ ୪୪୦ କୋଟି ଟଙ୍କା ପାଉଥିଲା ଓ ଉଭୟଙ୍କ ମଧ୍ୟରେ ଚୁକ୍ତିନାମା ୨୦୨୨ ପର୍ଯ୍ୟନ୍ତ ଥିଲା ।
Published by: Jagdish Barik
First published: August 18, 2020, 5:57 PM IST
corona virus btn
corona virus btn
Loading