ଦେଶର ପ୍ରଥମ ମାନବ ବିହୀନ ଯୁଦ୍ଧ ବିମାନର ଉଡାଣ ସଫଳ ପରୀକ୍ଷଣ; ଆକାଶ ପଥରୁ ଶତ୍ରୁଙ୍କୁ କରିବ ଟାର୍ଗେଟ

ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ସଫଳତା । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଦେଶର ପ୍ରଥମ ମାନବ ବିହୀନ ଯୁଦ୍ଧ ବିମାନର ଉଡାଣ ସଫଳ ହୋଇଛି । ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ- ଡିଆରଡିଓ ପକ୍ଷରୁ ଏହାର ବିକାଶ ଓ ନିର୍ମାଣ କରାଯାଇଛି।

ଦେଶର ପ୍ରଥମ ମାନବ ବିହୀନ ଯୁଦ୍ଧ ବିମାନର ଉଡାଣ ସଫଳ ପରୀକ୍ଷଣ ।

ଦେଶର ପ୍ରଥମ ମାନବ ବିହୀନ ଯୁଦ୍ଧ ବିମାନର ଉଡାଣ ସଫଳ ପରୀକ୍ଷଣ ।

  • Share this:
News 18 Odia Digital

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ସଫଳତା । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଦେଶର ପ୍ରଥମ ମାନବ ବିହୀନ ଯୁଦ୍ଧ ବିମାନର ଉଡାଣ ସଫଳ ହୋଇଛି। ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ- ଡିଆରଡିଓ ପକ୍ଷରୁ ଏହାର ବିକାଶ ଓ ନିର୍ମାଣ କରାଯାଇଛି ।

କର୍ଣ୍ଣାଟକର ଚିତ୍ରଦୁର୍ଗ ଏରୋନଟିକାଲ ଟେଷ୍ଟ ରେଞ୍ଜରେ ଏହାର ପରୀକ୍ଷଣ କରାଯାଇଥିଲା । ତେବେ ଏହି ସ୍ୱୟଂଚାଳିତ ବିମାନଟି ସଫଳତାର ସହ ଆକାଶରେ ଉଡିବା ପରେ ନିରାପଦରେ ଅବତରଣ କରିଥିଲା । ମାନବ ବିହୀନ ଏହି ଡ୍ରୋନ୍ଟି ଛୋଟିଆ ଟର୍ବୋଫ୍ୟାନ ଇଞ୍ଜିନ୍ ଦ୍ୱାରା ସ୍ୱୟଂଚାଳିତ ।

ଆଗାମୀ ଦିନରେ ଭାରତର ମାନବ ବିହୀନ ବିମାନ ନିର୍ମାଣ କ୍ଷେତ୍ରରେ ଏହି ପ୍ରଯୁକ୍ତି ବିଦ୍ୟା ଓ ଜ୍ଞାନକୌଶଳ ବେସ୍ ଉପଯୋଗୀ ହୋଇପାରିବ । ବେଙ୍ଗାଳୁରୁ ସ୍ଥିତ ଏରୋନଟିକାଲ ଡେଭଲପମେଂଟ୍ ଏଷ୍ଟାବ୍ଲିସମେଂଟ୍ ଏହାକୁ ପ୍ରସ୍ତୁତ କରିଛି । ଏହା ପ୍ରଥମ ଭାରତୀୟ ଅଟୋମେସନ୍ ଫ୍ଲାଇଟ୍ ଡେମୋନଷ୍ଟ୍ରେଟର ଅଟେ । ଆମେରିକାର ବି-୨ ବୋମାବର୍ଷୀ ବିମାନ ଭଳି ଦେଖାଯାଉଥିବା ଏହି ଯାନ ସଂପୂର୍ଣ୍ଣ ସ୍ୱୟଂଚାଳିତ। ଭବିଷ୍ୟତରେ ଏହି ଡ୍ରୋନ୍ ଭାରତର ଏକ ପ୍ରମୁଖ ଯୁଦ୍ଧ ବିମାନ ଭାବେ ଉଭା ହେବ ବୋଲି ବୈଜ୍ଞାନିକ ମାନେ ଆଶା କରିଛନ୍ତି ।

ଏହି ଜ୍ଞାନକୌଶଳର ବିକାଶ ଫଳରେ ୟୁଏଭି ପାଇଁ ଇସ୍ରାଏଲ ଉପରେ ନିର୍ଭରଶୀଳତା କମିବ । ଭାରତ ପାଖରେ ଏବେ ରହିଥିବା ୧୦୦ରୁ ଅଧିକ ମାନବ ବିହୀନ ଯୁଦ୍ଧ ବିମାନ ବା ଡ୍ରୋନଗୁଡିକ ପ୍ରାୟତଃ ଇସ୍ରାଏଲ କିମ୍ବା ଆମେରିକାଠାରୁ କିଣାଯାଇଛି । ଏହି ୟୁଏଭି ଶତ୍ରୁର ଗତିବିଧି ଉପରେ ନଜର ରଖିବା ସହ ଶତ୍ରୁପକ୍ଷ ଉପରେ ଆକ୍ରମଣ କରିବାକୁ ମଧ୍ୟ ସମର୍ଥ । ଏହି ମାନବ ବିହୀନ ଡ୍ରୋନ୍ ଲେଜର ଗାଇଡେଡ୍ ବୋମା ନିକ୍ଷେପ କରିବା ସହ ଆକାଶରେ ରହି ଟ୍ୟାଙ୍କ ବିଧ୍ୱଂଶୀ ମିଜାଇଲ ମାଡ କରିବାକୁ ସମର୍ଥ ।
Published by:Soubhagya Mishra
First published: