News18 Odia Digital
DRDO Recruitment 2023: ବର୍ତ୍ତମାନ ସମୟରେ ଚାକିରି ଟିଏ କରିବା ବହୁତ କାଠିକର ପାଠ । ଆଉ ଯଦି କୌଣସି ବିଭାଗରେ ନିଯୁକ୍ତି ବାହାରୁଛି ତେବେ ଯଥା ଶୀଘ୍ର ଏହା ପାଇଁ ଆବେଦନ କରିବା ନିହାତି ଆବଶ୍ୟକ । ତେଣୁ ଏହି ଭଳି ଚାକିରି ଆଶାୟୀ ମାନଙ୍କ ପାଇଁ ଆଉ ଏକ ଖୁସି ଖବର ଆସି ପହଞ୍ଚିଛି । ଅସ୍ତ୍ରଶସ୍ତ୍ର ଅନୁସନ୍ଧାନ ଏବଂ ବିକାଶ ପ୍ରତିଷ୍ଠାନ (DRDO) ଆପ୍ରେଣ୍ଟିସ୍ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ DRDO ଅଫିସିଆଲ୍ ୱେବସାଇଟ୍ drdo.gov.in ଯାଇଁ ଏହି ନିଯୁକ୍ତି ବିଷୟରେ ସମସ୍ତ ସୂଚନା ପାଇ ପାରିବେ ।
କିଭଳି କରିବେ ଆବେଦନ:ଏହି ପଦବୀ ପାଇଁ ଆବେଦନକାରୀ ମାନେ ଅନଲାଇନରେ ଆବେଦନ କରିପାରିବେ ।
ପଦବୀ: ଏହି ଡ୍ରାଇଭ ଯୋଗେ ୭୫ ଟି ପଦ ପାଇଁ DRDO ନିଯୁକ୍ତିର ସୁଯୋଗ ଦେଇଛି । ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରିପାରିବେ । ଗୁରୁତ୍ବପୂର୍ଣ୍ଣ ତାରିଖ:ଆବେଦନ ୩୦ ମଇ ୨୦୨୩ ରୁ ଆରମ୍ଭ ହେବାକୁ ଯାଉଛି । ଆବେଦନ ପରେ ପ୍ରାର୍ଥୀମାନଙ୍କୁ ଚୟନ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ପର୍ଯ୍ୟାୟ ଦେଇ ଗତି କରିବାକୁ ପଡିବ ।
ପଦବୀସ୍ନାତକ ଇଞ୍ଜିନିୟର ଆପ୍ରେଣ୍ଟିସ୍: :୫୦ଟି ପୋଷ୍ଟ
ଡିପ୍ଲୋମା ଆପ୍ରେଣ୍ଟିସ୍: ୨୫ ଟି ପୋଷ୍ଟ
ଶିକ୍ଷାଗତ ଯୋଗ୍ୟତା କଣ ଆବଶ୍ୟକ ?ସ୍ନାତକୋତ୍ତର ଶିକ୍ଷାର୍ଥୀ: ଅତି କମରେ 6.3 CGPA ସହିତ ଏକ ସ୍ୱୀକୃତିପ୍ରାପ୍ତ ଭାରତୀୟ ବିଶ୍ୱବିଦ୍ୟାଳୟ / ପ୍ରତିଷ୍ଠାନରୁ ପ୍ରଥମ ଶ୍ରେଣୀ ସହିତ ଇଞ୍ଜିନିୟରିଂ ଡିଗ୍ରୀ ରହିଥିବା ଆବଶ୍ୟକ ।
ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ଷ୍ଟେଟ ଟେକ୍ନିକାଲ୍ ଏଜୁକେସନ୍ / ସ୍ୱୀକୃତିପ୍ରାପ୍ତ ଭାରତୀୟ ବିଶ୍ୱବିଦ୍ୟାଳୟର ୬୦% ମାର୍କ ସହିତ ଇଞ୍ଜିନିୟରିଂରେ ପ୍ରଥମ ଶ୍ରେଣୀ ଡିପ୍ଲୋମା ରହିଥିବା ଆବଶ୍ୟକ ।
କେମିତି ହେବ ଚୟନ ପ୍ରକ୍ରିୟା ?ଏହି ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ । ଯେଉଁଥି ପାଇଁ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଦେବାକୁ ପଡ଼ିବ । ପରୀକ୍ଷାରେ ମିଳିଥିବା ମାର୍କ ଆଧାରରେ ଆଗାମୀ ସୋପାନ ପାଇଁ ଚୟନ କରାଯିବ । ପ୍ରାର୍ଥୀମାନେ ଅଧିକ ବିବରଣୀ ପାଇଁ ଦିଆଯାଇଥିବା ସରକାରୀ ବିଜ୍ଞପ୍ତି ଦେଖନ୍ତୁ ।
ପଢନ୍ତୁ ଏହି ଖବର:
SBI Loan: ଆପଣଙ୍କର ଏହି ଡକ୍ୟୁମେଣ୍ଟ ଅଛି କି...ଆକାଉଣ୍ଟରେ ଜମା ହେବ ୨୦ ଲକ୍ଷ ଟଙ୍କା !ପଢନ୍ତୁ ଏହି ଖବର:
Helicopter booking: ବିବାହ ପାଇଁ ହେଲିକପ୍ଟର ବୁକିଂ କରିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କେତେ ଟଙ୍କା ଦେବାକୁ ପଡିବନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।