ରାଷ୍ଟ୍ରପତି ପାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେନି ଉଦ୍ଧବ ଠାକରେ
News 18 Odia Digital
ନୂଆଦିଲ୍ଲୀ; ଏନିଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଆଜି ମୁମ୍ୱାଇରେ ବୈଠକ କରିବେ । ପୂର୍ବରୁ ଶିବସେନାର ସମର୍ଥନ ଦ୍ରୌପଦୀଙ୍କୁ ମିଳିଥିଲା । କିନ୍ତୁ ସମର୍ଥନ ପରେ ମଧ୍ୟ ଶିବସେନାରୁ କୌଣସି ନେତାଙ୍କୁ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର ସୁଯୋଗ ମିଳିନାହିଁ । ସବୁଠୁ ବଡ଼ କଥା ହେଉଛି ଉଦ୍ଧବ ଠାକରେ ମଧ୍ୟ ଦ୍ରୌପଦୀଙ୍କୁ ଭେଟିବାର ନିମନ୍ତ୍ରଣ ପାଇ ନାହାନ୍ତି । ଯାହାକୁ ନେଇ ସବୁ ମହଲରେ ଏବେ ଚର୍ଚ୍ଚା ।
ଶିବସେନା ସାଂସଦ ବିନାୟକ ରାଉତଙ୍କ କହିବାନୁଯାୟୀ, ସେ କିମ୍ୱା ତାଙ୍କ ଦଳ ଏଯାଏଁ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପାଇଁ କୌଣସି ଆମନ୍ତ୍ରଣ ପାଇନାହାନ୍ତି । ତେଣୁ ଦ୍ରୌପଦୀଙ୍କ ବୈଠକରେ ଶିବସେନା ଯୋଗଦେବ ନାହିଁ ।
ଆଜି ଅପରାହ୍ନରେ ଦ୍ରୌପଦୀ ମୁର୍ମୁ ମୁମ୍ବାଇରେ ପହଞ୍ଚିବା ନେଇ ସୂଚନା ରହିଛି । କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଓ ଭାରତୀ ପାୱାରଙ୍କ ସହ ଅନ୍ୟ ବରିଷ୍ଠ ନେତାମାନେ ଦ୍ରୌପଦୀଙ୍କୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି । ଏୟାରପୋର୍ଟ ନିକଟରେ ଥିବା ଏକ ହୋଟେଲରେ ବିଜେପିର କିଛି ସାଂସଦ ଓ ବିଧାୟକଙ୍କୁ ଦ୍ରୌପଦୀ ମୁର୍ମୁ ଭେଟିବା ସହ ଆଲୋଚନା କରିବେ ।
୧୨ ଜଣ ସାଂସଦଙ୍କ ଅପିଲ ପରେ ଉଦ୍ଧବ ଠାକରେ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ କରିବା ପାଇଁ ରାଜି ହୋଇଥିଲେ । ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ । ମୁର୍ମୁଙ୍କୁ ବିପକ୍ଷରେ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା ରାଷ୍ଟ୍ରପତି ପାର୍ଥି ହିସାବରେ ମୈଦାନରେ ଅଛନ୍ତି ।
ପୂର୍ବରୁ ୨୦୦୭ ମସିହାରେ ୟୁପିଏ ପ୍ରାର୍ଥିନୀ ପ୍ରତିଭା ପାଟିଲ , ୨୦୧୨ରେ ପ୍ରଣବ ମୁଖାର୍ଜୀ ଓ ୨୦୧୭ରେ ରାମନାଥ କୋବିନ୍ଦଙ୍କୁ ଶିବସେନା ସମର୍ଥନ ଦେଇଥିଲା । ଏବେ ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସମର୍ଥନ ଦେଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।