News18 Odia Digital
Draupadi Murmu to Address Nation: ୭୪ତମ ଗଣତନ୍ତ୍ର ଦିବସ(Republic Day) ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ(President Draupadi Murmu) ବୁଧବାର ଦିନ ଦେଶକୁ ସମ୍ବୋଧିତ କରିବେ। ଏହି ଅବସରରେ ଏହା ତାଙ୍କର ପ୍ରଥମ ଭାଷଣ ହେବ।
ରାଷ୍ଟ୍ରପତିଙ୍କ ପାଦ ଛୁଇଁବା ପଡିଲା ମହଙ୍ଗା; ଚାକିରି ହରାଇଲେ କନିଷ୍ଠ ଇଞ୍ଜିନିୟର
ରାଷ୍ଟ୍ରପତି ଭବନ (Rastrspati Bhawan) ବିବୃତ୍ତି ଅନୁଯାୟୀ, ଏହି ସମ୍ବୋଧନ ଅଲ ଇଣ୍ଡିଆ ରେଡିଓ (All india Radio)(ଏଆର)ର ସମସ୍ତ ଜାତୀୟ ନେଟୱାର୍କରେ ଓ ହିନ୍ଦୀରେ ଦୂରଦର୍ଶନତଳର ସମସ୍ତ ଚ୍ୟାନେଲରେ ଓ ତା’ପରେ ସନ୍ଧ୍ୟା ୭ଟାରୁ ଇଂରାଜୀରେ ପ୍ରସାରିତ ହେବ।
ଲୋହରୀ, ମକର ସଂକ୍ରାନ୍ତି, ମାଘବିହୁ ଓ ପୋଙ୍ଗଲ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶୁଭେଚ୍ଛା
ଏହା ପରେ ରାଷ୍ଟ୍ରପତିଙ୍କ ଭାଷଣ ଆଞ୍ଚଳିକ ଚ୍ୟାନେଲ ଦ୍ୱାରା ଆଞ୍ଚଳିକ ଭାଷାରେ ପ୍ରସାରିତ ହେବ। ଅଲ ଇଣ୍ଡିଆ ରେଡିଓ ରାଷ୍ଟ୍ରପତିଙ୍କ ଭାଷଣ ଆଞ୍ଚଳିକ ଭାଷାରେ ରାତି ୯.୩୦ ରୁ ଏହାର ଆଞ୍ଚଳିକ ନେଟୱାର୍କରେ ପ୍ରସାରଣ କରିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।