ଓଡ଼ିଶାରୁ ୧୩୭ ଭୋଟ ପାଇଛନ୍ତି ଦ୍ରୌପଦୀ ମୁର୍ମୁ; ଯଶୱନ୍ତ ସିହ୍ନା ପାଇଛନ୍ତି ୯ ଭୋଟ

ଉଭୟ ଦ୍ରୌପଦୀ ଓ ଯଶୱନ୍ତଙ୍କୁ କେତେ ଭୋଟ ମିଳିଛି, ତା’ର ଚିତ୍ର ସାମ୍ନାକୁ ଆସିଛି । ନିର୍ବାଚନ ଜିତିଥିବା ମୁର୍ମୁଙ୍କୁ ଦେଶର ସବୁ ରାଜ୍ୟରୁ ଭୋଟ ମିଳିଛି । ହେଲେ ଯଶୱନ୍ତ ସିହ୍ନାଙ୍କୁ ୩ ଟି ରାଜ୍ୟ ଆନ୍ଧ୍ର ପ୍ରଦେଶ, ସିକ୍କିମ ଓ ନାଗାଲାଣ୍ଡରୁ ଗୋଟିଏ ହେଲେ ବି ଭୋଟ ମିଳିନି ।

ଓଡ଼ିଶାରୁ ୧୩୭ ଭୋଟ ପାଇଛନ୍ତି ଦ୍ରୌପଦୀ ମୁର୍ମୁ; ଯଶୱନ୍ତ ସିହ୍ନା ପାଇଛନ୍ତି ୯ ଭୋଟ

ଓଡ଼ିଶାରୁ ୧୩୭ ଭୋଟ ପାଇଛନ୍ତି ଦ୍ରୌପଦୀ ମୁର୍ମୁ; ଯଶୱନ୍ତ ସିହ୍ନା ପାଇଛନ୍ତି ୯ ଭୋଟ

  • Share this:
News 18 Odia Digital

ଭୁବନେଶ୍ୱର; ରାଇସିନା ହିଲ୍ ଯିବେ ରାଇରଙ୍ଗପୁରର ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ମହାମହିମଙ୍କୁ ସବୁମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ରାଷ୍ଟ୍ରପତି ଭାବେ ଅନେକ କ୍ଷେତ୍ରରେ ପ୍ରଥମ ହେଲେ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ପ୍ରଥମ ଆଦିବାସୀ, ପ୍ରଥମ ଓଡ଼ିଆ ମହିଳା ଭାବେ ରାଷ୍ଟ୍ରପତି ହୋଇଛନ୍ତି। ଏହା ସହିତ ସ୍ୱାଧୀନ ଭାରତରେ ଜନ୍ମିତ ପ୍ରଥମ ମହିଳା ଭାବେ ରାଷ୍ଟ୍ରପତି ପଦ ହାସଲ କରିଛନ୍ତି । ସେ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ହରାଇ ଐତିହାସିକ ବିଜୟ ହାସଲ କରିଛନ୍ତି ।

ଦ୍ରୌପଦୀ ମୁର୍ମୁଙ୍କୁ ୨୮୨୪ ଜଣ ସାଂସଦ ଓ ବିଧାୟକଙ୍କ ଭୋଟ ମିଳିଛି । ଏହାର ମୂଲ୍ୟ ୬,୭୬,୮୦୩ । ରାଷ୍ଟ୍ରପତି ଭାବେ ନିର୍ବାଚନ ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କ ଭୋଟ ମୂଲ୍ୟ ୫,୨୮, ୪୯୧ ହେବାର ଆବଶ୍ୟକ ଥିଲା । ହେଲେ ଦ୍ରୌପଦୀ ମୁର୍ମୁଙ୍କ ଭୋଟ ମୂଲ୍ୟ ୬ ଲକ୍ଷରୁ ଅଧିକ । ସେହିପରି ଯଶୱନ୍ତ ସିହ୍ନା ପାଇଛନ୍ତି ୧୮୭୭ ଖଣ୍ଡ ଭୋଟ । ଯାହାର ମୂଲ୍ୟ ୩,୮୦,୧୭୭ । ରିଟର୍ଣ୍ଣିଂ ଅଫିସର ପିସି ମୋଡୀ ରାତି ପ୍ରାୟ ୯.୪୦ରେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ବିଜେତା ଘୋଷଣା କରିଛନ୍ତି । ତାଙ୍କ ସୂଚନା ଅନୁସାରେ, ୪୭୫୪ ଭୋଟ ରାଷ୍ଟ୍ରପତି ନିର୍ବାଚନରେ ପଡ଼ିଥିଲା । ଏହା ମଧ୍ୟରୁ ୪୭୦୧ ବୈଧ ଭୋଟ ହୋଇଥିବା ବେଳେ ୫୩ ଖଣ୍ଡ ଭୋଟ ନାକଚ ହୋଇ ଯାଇଛି । ଏହା ମଧ୍ୟରେ ୧୫ ଜଣ ସାଂସଦଙ୍କ ଭୋଟ ମଧ୍ୟ ରହିଛି ।



ତେବେ ଆସନ୍ତୁ ଜାଣିବା କେଉଁ ରାଜ୍ୟରେ ମିଳିଛି କେତେ ଭୋଟ ?

ଉଭୟ ଦ୍ରୌପଦୀ ଓ ଯଶୱନ୍ତଙ୍କୁ କେତେ ଭୋଟ ମିଳିଛି, ତା’ର ଚିତ୍ର ସାମ୍ନାକୁ ଆସିଛି । ନିର୍ବାଚନ ଜିତିଥିବା ମୁର୍ମୁଙ୍କୁ ଦେଶର ସବୁ ରାଜ୍ୟରୁ ଭୋଟ ମିଳିଛି । ହେଲେ ଯଶୱନ୍ତ ସିହ୍ନାଙ୍କୁ ୩ ଟି ରାଜ୍ୟ ଆନ୍ଧ୍ର ପ୍ରଦେଶ, ସିକ୍କିମ ଓ ନାଗାଲାଣ୍ଡରୁ ଗୋଟିଏ ହେଲେ ବି ଭୋଟ ମିଳିନି । ଆନ୍ଧ୍ରର ୧୭୫ ଜଣ ବିଧାୟକଙ୍କ ମଧ୍ୟରୁ ୧୭୩ ଜଣ ଭୋଟ ଦେଇଥିଲେ । ସମସ୍ତ ୧୭୩ ଜଣ ବିଧାୟକଙ୍କ ଭୋଟ ବୈଧ ଥିବା ବେଳେ ସବୁତକ ଭୋଟ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଯାଇଛି । ନାଗାଲାଣ୍ଡର ୬୦ ଜଣ ବିଧାୟକଙ୍କ ମଧ୍ୟରୁ ୫୯ ଜଣ ଭୋଟ ଦେଇଥିଲେ । ସମସ୍ତ ୫୯ ଜଣ ବିଧାୟକ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି । ସିକ୍କିମର ୩୨ ଜଣ ବିଧାୟକ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି । ଆନ୍ଧ୍ରପ୍ରଦେଶର ୧୭୩ ବିଧାୟକ, ଅରୁଣାଚଳ ପ୍ରଦେଶର ୫୯ ରୁ ୫୫ ବିଧାୟକ ଶ୍ରୀମତୀ ମୂର୍ମୁଙ୍କୁ ସମର୍ଥନ କରିଛନ୍ତି । ସେହିପରି ବିଭିନ୍ନ ରାଜ୍ୟରୁ ମୋଟ ୧୨୬ ବିଧାୟକ କ୍ରସ ଭୋଟ କରିଛନ୍ତି । ଆସାମ ରୁ ୨୨ , ଓଡିଶାରୁ ଜଣେ , ଆନ୍ଧ୍ରରୁ ୨ଜଣ ବିଧାୟକ କଲେ କ୍ରସ ଭୋଟ । ସେହିଭଳି ୧୭ ଜଣ ସାଂସଦ କଲେ କ୍ରସ ଭୋଟ ।
Published by:Soubhagya Mishra
First published: