ମଙ୍କିପକ୍ସ ଟିକା (ପ୍ରତୀକାତ୍ମକ ଛବି)
News18 Odia Digital
ଭାରତରେ ମଙ୍କିପକ୍ସର ମାମଲା ଆସିବା ଆରମ୍ଭ କରିଛି। ଯେଉଁଥିପାଇଁ ଲୋକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ବାସ୍ତବରେ, ମଙ୍କିପକ୍ସ ପାଇଁ କୌଣସି ଟିକା ନାହିଁ। ମଙ୍କିପକ୍ସ ଟିକାକୁ ନେଇ ନୀତି ଆୟୋଗର ସଦସ୍ୟ ଡ ଭି.କେ ପାଲ କହିଛନ୍ତି ଯେ ଏପର୍ଯ୍ୟନ୍ତ ମଙ୍କିପକ୍ସ ପାଇଁ କୌଣସି ଟିକା ନାହିଁ। ସ୍ମଲ ପକ୍ସ ପାଇଁ ନିଶ୍ଚିତ ଭାବରେ ଏକ ଟିକା ଅଛି। ଆମେ ଦେଖୁଛୁ ଯେ ମଙ୍କିପକ୍ସ ପାଇଁ ଟିକା ବିକଶିତ ହୋଇପାରିବ କି ନାହିଁ, ଏଥିପାଇଁ ଆମେ ଟିକା ଉତ୍ପାଦନକାରୀ କମ୍ପାନୀଗୁଡିକ ସହିତ ଆଲୋଚନା କରୁଛୁ। ଯଦି ମଙ୍କିପକ୍ସ ଟିକା ତିଆରି କରିବାର ଆବଶ୍ୟକତା ଅଛି, ତେବେ ଟିକା ତିଆରି କରିବା ପାଇଁ ଆମର ଦୃଢ଼ କ୍ଷମତା ଅଛି।
ଏଥିସହ ଜଣେ ବ୍ୟକ୍ତିଙ୍କୁ ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ସନ୍ଦେହରେ ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ (LNJP) ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ସେହି ବ୍ୟକ୍ତିଙ୍କ ବୟସ ୩୦ ରୁ ୪୦ ବର୍ଷ ମଧ୍ୟରେ। ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ମଧ୍ୟରେ ସେ ନାହାଁନ୍ତି। ସୂତ୍ରରୁ ପ୍ରକାଶ ଯେ ତାଙ୍କର ଶରୀରରେ ଘା ’ଓ କ୍ଷତ ଦେଖିବାକୁ ମିଳିଛି। ତାଙ୍କର ରକ୍ତ ଟେଷ୍ଟ ପାଇଁ ପୁଣେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ପଠାଯାଇଛି।
ସୂତ୍ରରୁ ପ୍ରକାଶ ଯେ ଜଣେ ଦିଲ୍ଲୀର ବାସିନ୍ଦା ମଙ୍କିପକ୍ସରେ ପୀଡ଼ିତ ଜଣେ ରୋଗୀଙ୍କ ସଂସ୍ପର୍ଶରେ ଆସି ଶରୀରରେ ଯନ୍ତ୍ରଣା ହେଉଥିବା ଅଭିଯୋଗ ହୋଇଛି ଓ ଅନ୍ୟ କୌଣସି ଲକ୍ଷଣ ଯାଞ୍ଚ ପାଇଁ ନଜର ରଖାଯାଇଛି। ଜାତୀୟ ରାଜଧାନୀରେ ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ପ୍ରଥମ ରୋଗୀ LNJP ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡ଼ରେ ଚିକିତ୍ସିତ ହେଉଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।