ମତେ ମହାତ୍ମା ଗାନ୍ଧିଙ୍କ ସହ ତୁଳନା କରନ୍ତୁନି; କଂଗ୍ରେସ ରାଜ୍ୟ ସଭାପତିଙ୍କୁ କହିଲେ ରାହୁଲ

ଏକ ବୈଠକରେ ଡୋଟସରା ରାହୁଲଙ୍କୁ ମହାତ୍ମା ଗାନ୍ଧିଙ୍କ ସହ ତୁଳନା କରିଥିଲେ, ଯେଉଁଥିପାଇଁ କଂଗ୍ରେସ ନେତାମାନେ ରାଗି ଯାଇଥିଲେ ।

ମତେ ମହାତ୍ମା ଗାନ୍ଧିଙ୍କ ସହ ତୁଳନା କରନ୍ତୁନି; କଂଗ୍ରେସ ରାଜ୍ୟ ସଭାପତିଙ୍କୁ କହିଲେ ରାହୁଲ

ମତେ ମହାତ୍ମା ଗାନ୍ଧିଙ୍କ ସହ ତୁଳନା କରନ୍ତୁନି; କଂଗ୍ରେସ ରାଜ୍ୟ ସଭାପତିଙ୍କୁ କହିଲେ ରାହୁଲ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; କଂଗ୍ରେସର ଭାରତ ଯୋଡ ଯାତ୍ରା ଗତ କିଛି ଦିନ ହେବ ରାଜସ୍ଥାନର ବିଭିନ୍ନ ଜିଲ୍ଲାରୁ ବାହାରୁଛି । ବୁଧବାର ଦିନ ଏହି ଯାତ୍ରା ଦୌସାରେ ପହଞ୍ଚିଥିଲା, ଯେଉଁଠାରେ ରାହୁଲ ଗାନ୍ଧି ପୁଣି ଥରେ ଆରଏସଏସ ଓ ବିଜେପିକୁ ଟାର୍ଗେଟ କରିଥିଲେ । ଏଥର ବିଜେପି ତ ତାଙ୍କ ଟାର୍ଗେଟରେ ରହିଥିଲା, କିନ୍ତୁ ଏହା ସହିତ କଂଗ୍ରେସ ରାଜ୍ୟ ସଭାପତି ଗୋବିନ୍ଦ ସିଂ ଡୋଟସରା ମଧ୍ୟ ଟାର୍ଗେଟକୁ ଆସିଥିଲେ । ଏକ ବୈଠକରେ ଡୋଟସରା ରାହୁଲଙ୍କୁ ମହାତ୍ମା ଗାନ୍ଧିଙ୍କ ସହ ତୁଳନା କରିଥିଲେ, ଯେଉଁଥିପାଇଁ କଂଗ୍ରେସ ନେତାମାନେ ରାଗି ଯାଇଥିଲେ ।

ବୈଠକକୁ ସମ୍ବୋଧିତ କରିବାବେଳେ ଗୋବିନ୍ଦସିଂହ ଡୋଟସରା କହିଥିଲେ, ମହାତ୍ମା ଗାନ୍ଧି ଯେପରି ବ୍ରିଟିଶମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ, ବର୍ତ୍ତମାନ ରାହୁଲ ଗାନ୍ଧି ମଧ୍ୟ ସମାନ ଭାବରେ ଯୁଦ୍ଧ କରୁଛନ୍ତି । କିନ୍ତୁ କଂଗ୍ରେସ ନେତା ରାହୁଲ ଗାନ୍ଧି ରାଜ୍ୟ ସଭାପତିଙ୍କ ପ୍ରଶଂସା ପସନ୍ଦ କରିନାହାନ୍ତି । ତାଙ୍କ ସମ୍ବୋଧନ ଆରମ୍ଭରେ ସେ ଖୋଲାଖୋଲି ଭାବେ କହିଥିଲେ ଯେ ତାଙ୍କୁ ମହାତ୍ମା ଗାନ୍ଧିଙ୍କ ସହ କେହି ତୁଳନା କରନ୍ତୁ ନାହିଁ । ସେ କହିଛନ୍ତି ଯେ ମହାତ୍ମା ଗାନ୍ଧି ଜଣେ ମହାନ ବ୍ୟକ୍ତିତ୍ୱ, ସେ ଦେଶକୁ ମୁକ୍ତ କରିବା ପାଇଁ ସାରା ଜୀବନ ବିତାଇଥିଲେ, ସେ ୧୦-୧୨ ବର୍ଷ ଜେଲରେ ମଧ୍ୟ କାଟିଥିଲେ

ବର୍ତ୍ତମାନ କଂଗ୍ରେସ ନେତାମାନଙ୍କୁ ପରାମର୍ଶ ଦେବା ପରେ ରାହୁଲ ଗାନ୍ଧୀ ସଂଘକୁ ଜୋରଦାର ଟାର୍ଗେଟ କରିଛନ୍ତି। ତାଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଆରଏସଏସରେ ମହିଳାଙ୍କୁ ସମ୍ମାନ ଦିଆଯାଉ ନାହିଁ । ସେ କହିଛନ୍ତି, ସଂଗଠନ ମହିଳାମାନଙ୍କୁ ଦବାଇବା ପରି ସର୍ବଦା କାର୍ଯ୍ୟ କରିଆସୁଛି । ଏହି କାରଣରୁ, ସେହି ସଂଗଠନରେ କୌଣସି ମହିଳା ସଦସ୍ୟ ନାହାଁନ୍ତି । ବିଜେପିକୁ ମଧ୍ୟ ପ୍ରଶ୍ନ କରି ରାହୁଲ କହିଛନ୍ତି, ଏହି ଲୋକମାନେ ଜୟ ଶ୍ରୀ ରାମ କୁହନ୍ତି, ଜୟ ସୀୟା ରାମ ନୁହେଁ। ଏମାନେ କାହିଁକି ମାତା ସୀତାଙ୍କୁ ଅପମାନ କରନ୍ତି ?
Published by:Soubhagya Mishra
First published: