News 18 Odia Digital
ନୂଆଦିଲ୍ଲୀ: ଅଯୋଧ୍ୟାରେ ତିଆରି ହେଉଥିବା ଭବ୍ୟ ରାମ ମନ୍ଦିର (ram mandir) ପାଇଁ ଆଦାୟ କରାଯାଉଥିବା ଟଙ୍କାର ପରିମାଣ ତିନି ଗୁଣ ବଢିଯାଇଛି । ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଜଣେ କର୍ମଚାରୀ ଏନେଇ ସୂଚନା ଦେଇଛନ୍ତି ଯେ, ଶ୍ରୀରାମ ଜନ୍ମଭୂମିକୁ ଆସୁଥିବା ଭକ୍ତମାନେ ବହୁତ ପରିମାଣରେ ଟଙ୍କା ଦାନ (money donate) କରୁଛନ୍ତି ।
ଟ୍ରଷ୍ଟର କାର୍ଯ୍ୟାଳୟ ପ୍ରଭାରୀ ପ୍ରକାଶ ଗୁପ୍ତା କହିଛନ୍ତି ଯେ, ଡୋନେସନ ବାକ୍ସରୁ ବାହାରୁଥିବା ଟଙ୍କାକୁ ଗଣିବା ଓ ଟଙ୍କାକୁ ବ୍ୟାଙ୍କରେ ଜମା କରିବା ପାଇଁ ନିଯୁକ୍ତ ହୋଇଥିବା ବ୍ୟାଙ୍କ (bank) ଅଧିକାରୀମାନେ ଟ୍ରଷ୍ଟକୁ ଦେଇଥିବା ସୂଚନା ଅନୁସାରେ ଟଙ୍କାର ପରିମାଣ ଏବେ ପୂର୍ବ ଅପେକ୍ଷା ୩ଗୁଣ ବଢିଛି ।
ପ୍ରକାଶ ଗୁପ୍ତା କହିଛନ୍ତି ଯେ ଗୋଟିଏ ଥରରେ ଦାନବାକ୍ସରୁ ଯେତିକି ଟଙ୍କା ବାହାରେ ତାହାକୁ ଗଣିବା ପାଇଁ ୧୫ଦିନ ସମୟ ଲାଗେ । ଏହା ସହ ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, କେବଳ ୧୫ଦିନରେ ଦାନର ପରିମାଣ ଏକ କୋଟି ଟଙ୍କାକୁ ବୃଦ୍ଧି ହୋଇଛି । ଶ୍ରୀରାମ ମନ୍ଦିରର ଦାନ ବାକ୍ସକୁ ପ୍ରତି ୧୦ଦିନରେ ଥରେ ଖୋଲାଯାଏ ।
ପ୍ରକାଶ ଗୁପ୍ତା କହିଛନ୍ତି ଯେ , ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ରାମ ମନ୍ଦିରରେ ଦିଆଯାଉଥିବା ଟଙ୍କାକୁ ଗଣିବା (count) ପାଇଁ ଓ ଏହାକୁ ଗଣିବା ପରେ ବ୍ୟାଙ୍କରେ ଜମା କରିବା ପାଇଁ ଦୁଇ ଜଣ କର୍ମଚାରୀଙ୍କୁ ନିଯୁକ୍ତି କରିଛନ୍ତି । ଶ୍ରୀ ରାମ ମନ୍ଦିରର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହି ସମ୍ପର୍କରେ କହିଛନ୍ତି ଯେ, ରାମ ମନ୍ଦିରକୁ ଆସୁଥିବା ଦାନର ପରିମାଣ ଦିନକୁ ଦିନ ଅଧିକରୁ ଅଧିକ ବଢିବାରେ ଲାଗିଛି ।
ଏହି ଖବର ପଢ଼ନ୍ତୁ -
http://ଜିଓ ପକ୍ଷରୁ ନୂଆ ପୋଷ୍ଟ୍ପେଡ୍ ଫାମିଲି ପ୍ଲାନ୍ 'ଜିଓ ପ୍ଲସ୍’ର ଶୁଭାରମ୍ଭ: ଏକ ମାସର ମାଗଣା ଟ୍ରାଏଲ୍ ସୁବିଧାଏହାକୁ ଦୃଷ୍ଟିରେ ରଖି ଆଗାମୀ ସମୟରେ ତିଋପତି ବାଲାଜୀ ମନ୍ଦିର (tirupati balaji temple) ପରି ଏଠାରେ ମଧ୍ୟ ବ୍ୟବସ୍ଥା କରିବାକୁ ପଡିବ । ସୂଚନାଯୋଗ୍ୟ, ତିଋପତି ବାଲାଜୀ ମନ୍ଦିରରେ ଭକ୍ତମାନଙ୍କ ଦ୍ୱାରା ଦାଆଯାଉଥିବା ଦାନ ଟଙ୍କାକୁ ଗଣିବା ପାଇଁ ସେଠାର କର୍ମଚାରୀମାନଙ୍କୁ ଲଗାଯାଇଥାଏ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।