କେଦାରନାଥ ମନ୍ଦିରକୁ ୨୩୦ କେଜି ସୁନା ଦାନ; ମୁମ୍ୱାଇର ବ୍ୟବସାୟୀଙ୍କୁ ଚାରିଆଡୁ ଶୁଭେଚ୍ଛା
- News18 Odia
- Last Updated :
- Delhi, India
News 18 Odia Digital
ନୂଆଦିଲ୍ଲୀ: ଜଣେ ବ୍ୟବସାୟୀ ବାବା କେଦାରନାଥଙ୍କ ମନ୍ଦିରକୁ ଆହୁରି ଆକର୍ଷଣୀୟ କରିବା ପାଇଁ ୨୩୦ କିଲୋଗ୍ରାମ ସୁନା ଦାନ କରିଛନ୍ତି । ଉକ୍ତ ସୁନାରେ ପ୍ରଭୁ କେଦାରନାଥଙ୍କ ମନ୍ଦିରର ଗର୍ଭ ଗୃହ କାନ୍ଥକୁ ସଜ୍ଜିତ କରାଯାଇଛି । ଶୁଭ ଦୀପାବଳିର ପବିତ୍ର ଦିନରେ ମନ୍ଦିରକୁ ସୁନାରେ ଛାଉଣୀ କରାଯାଇଛି ।
ସୁନା ଅକ୍ଷରରେ ମନ୍ଦିରରେ ଲେଖାଯାଇଛି ଜୟ କେଦାରନାଥ ଧାମ । ଏଥିସହ ହର ହର ମହାଦେବ ମଧ୍ୟ ଲେଖାଯାଇଛି । କେବଳ ସେତିକି ନୁହେଁ ପ୍ରଭୁଙ୍କ ଶଙ୍ଖ, ଡମ୍ୱରୁ, ତ୍ରିଶୁଳ, ସାପ ସହ ଆହୁରୀ ଅନେକ କଳାକୃତି ଦେଖିବାକୁ ମିଳିଛି । ତେବେ ମନ୍ଦିରକୁ ୨୩୦ କିଲୋ ସୁନା ଦାନ କରିଥିବା ବ୍ୟକ୍ତି ଜଣକ ମୁମ୍ୱାଇରେ ରୁହନ୍ତି । ତାଙ୍କ କହିବାନୁସାରେ, ସେ ବ୍ୟକ୍ତି ଜଣକ ଯେତେବେଳେ ମନ୍ଦିରକୁ ଭ୍ରମଣ କରିବାକୁ ଯାଆନ୍ତି ସେ ଭାବନ୍ତି ଯେ, ପ୍ରଭୁଙ୍କ ମନ୍ଦିରର ରୁପା ଜିନିଷ ସୁନାରେ ପରିବର୍ତ୍ତନ ହୋଇଯାଆନ୍ତା କି । ତେଣୁ ସେ ଏପରି ପଦକ୍ଷପ ନେଇଥିବା କଥା କହିଛନ୍ତି । ବ୍ୟକ୍ତି ଜଣକ ନିଜେ ମନ୍ଦିରରକୁ ସୁନା ଦାନ କରି ନିଜ ସ୍ୱପ୍ନକୁ ଶାକାର କରିଛନ୍ତି ।
କିଛି ବ୍ୟକ୍ତି କହିଛନ୍ତି ଯେ, ମନ୍ଦିରର ନବକଳେବର ହେବା ପରି ଲାଗୁଛି । ମନ୍ଦିରର ପୂଜା କମିଟି ବ୍ୟବସାୟୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ତାଙ୍କ ବ୍ୟବସାୟରେ ଉନ୍ନତୀ ହେଉ ବୋଲି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ବିଭିନ୍ନ ସ୍ଥାନରୁ ଆସୁଥିବା ଶ୍ରଦ୍ଧାଳୁମାନେ ଏ ଖବର ଶୁଣି ବ୍ୟବସାୟୀଙ୍କ ଉପରେ ଖୁସି ପ୍ରକଟ କରିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।