ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପଙ୍କର ମୃତ୍ୟୁ ହେଲା; ସେ ମୋର ସର୍ବୋତ୍ତମ ବନ୍ଧୁ ଥିଲେ ବୋଲି କହିଲେ ଟ୍ରମ୍ପ

ରୋବର୍ଟ ଟ୍ରମ୍ପ (Robert Trump) ତାଙ୍କ ଭାଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ (Donald Trump) ରିଅଲ୍ ଇଷ୍ଟେଟ୍ ସମ୍ପତ୍ତିର ସାମ୍ରାଜ୍ୟକୁ ପରିଚାଳନା କରୁଥିଲେ । ଆମେରିକାର ଗଣମାଧ୍ୟମ ରିପୋର୍ଟରେ ରବର୍ଟ ଟ୍ରମ୍ପଙ୍କ (Robert Trump) ଅସୁସ୍ଥତାର ଖବର ମଧ୍ୟ ପୂର୍ବରୁ ଅନେକ ଥର ପ୍ରକାଶ କରାଯାଇଥିଲା ।

ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପଙ୍କର ମୃତ୍ୟୁ ହେଲା; ସେ ମୋର ସର୍ବୋତ୍ତମ ବନ୍ଧୁ ଥିଲେ ବୋଲି କହିଲେ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (ଫାଇଲ ଫଟୋ)
  • News18 Odia
  • Last Updated: August 16, 2020, 10:22 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନ୍ୟୁୟର୍କ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ (Donald Trump) ସାନ ଭାଇ ରବର୍ଟ ଟ୍ରମ୍ପଙ୍କର(Robert Trump) ୭୨ ବର୍ଷ ବୟସରେ ମୃତ୍ୟୁ ହୋଇଛି । ହ୍ୱାଇଟ ହାଉସ ତରଫରୁ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରାଯାଇଛି । ରାଷ୍ଟ୍ରପତି ଟ୍ରମ୍ପ ଶୁକ୍ରବାର ଦିନ ଅପରାହ୍ନରେ ନ୍ୟୁୟର୍କ ହସ୍ପିଟାଲ ପରିଦର୍ଶନ କରିଥିଲେ ଓ ସେଠାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ ତାଙ୍କ ଭାଇ ବହୁତ ଅସୁବିଧା ସମୟ ଦେଇ ଗତି କରୁଛନ୍ତି ।

୭୨ ବର୍ଷ ବୟସରେ ମୃତ୍ୟୁ

ଡୋନାଲ୍ଡ ଟ୍ରମ୍ପ ଶନିବାର ଦିନ ଏକ ବିବୃତ୍ତିରେ ତାଙ୍କ ଭାଇଙ୍କ ବିଷୟରେ କହିଥିଲେ ଯେ ସେ କେବଳ ମୋର ଭାଇ ନୁହଁନ୍ତି, ସେ ମୋର ସର୍ବୋତ୍ତମ ବନ୍ଧୁ । ଆମେରିକାର ଗଣମାଧ୍ୟମ ରିପୋର୍ଟରେ ମଧ୍ୟ ରବର୍ଟ ଟ୍ରମ୍ପଙ୍କ (Robert Trump) ଅସୁସ୍ଥତାର ଖବର ପୂର୍ବରୁ ଅନେକ ଥର ସେୟାର କରାଯାଇଛି । ରବର୍ଟ ଟ୍ରମ୍ପ (Robert Trump) ଗୁରୁତର ଭାବେ ଅସୁସ୍ଥ ଥିଲେ ମଧ୍ୟ ସେ କେଉଁ ରୋଗରେ ପୀଡ଼ିତ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ରୋବର୍ଟ ଟ୍ରମ୍ପ ତାଙ୍କ ଭାଇ ଡୋନାଲ୍ଡ  ଟ୍ରମ୍ପଙ୍କ ରିଅଲ୍ ଇଷ୍ଟେଟ୍ ସମ୍ପତ୍ତିର ସାମ୍ରାଜ୍ୟକୁ ପରିଚାଳନା କରୁଥିଲେ ।

'ମୁଁ ତାଙ୍କୁ ବହୁତ ମିସ୍ କରିବି ଓ ଆମେ ନିଶ୍ଚିତ ଭାବେ ପୁନର୍ବାର ସାକ୍ଷାତ କରିବୁ '

ନିଜ ଭାଇଙ୍କୁ ଶ୍ରଦ୍ଧାଞ୍ଜଳି ଦେବାବେଳେ ଟ୍ରମ୍ପ କହିଛନ୍ତି ଯେ ''ଭାରି ହୃଦୟରେ ମୁଁ ଆପଣଙ୍କୁ କହୁଛି ମୋର ପ୍ରିୟ ଭାଇ ରବର୍ଟ ଟ୍ରମ୍ପ ଗତ ରାତିରେ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ କହିଥିଲେ ଯେ ମୁଁ ତାଙ୍କୁ ବହୁତ ମିସ୍ କରିବି ଓ ଆମେ ନିଶ୍ଚିତ ଭାବେ ପୁନର୍ବାର ସାକ୍ଷାତ କରିବୁ । ମୁଁ ତାଙ୍କୁ ସବୁବେଳେ ମନେ ରଖିବି । ରୋବର୍ଟ ମୁଁ ତୁମକୁ ଭଲ ପାଏ । ଶାନ୍ତି ରେ ରୁହନ୍ତୁ ।''

ଟ୍ରମ୍ପଙ୍କ ଭାଣିଜୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଏକ ପୁସ୍ତକ ଲେଖିଥିଲେ

ଜୁନ୍ ମାସରେ ରୋବର୍ଟ ଟ୍ରମ୍ପ ତାଙ୍କ ଭାଇଙ୍କ ଝିଅ ଫ୍ରେଡ ଟ୍ରମ୍ପ ଜୁନିୟର (Fred Trump Jr) ଏକ ପୁସ୍ତକ (Too Much and Never Enough: How My Family Created the World's Most Dangerous man) ପ୍ରକାଶନ ବନ୍ଦ କରିବାକୁ ଏକ ପ୍ରତିବନ୍ଧକ ଆଦେଶ ଆଣିଥିଲେ । ଏହି ପରିପ୍ରେକ୍ଷୀରେ ସେ ନ୍ୟୁୟର୍କ ଟାଇମ୍ସକୁ ଦେଇଥିବା ବିବୃତ୍ତିରେ କହିଛନ୍ତି ଯେ ମେରି ଟ୍ରମ୍ପଙ୍କ ପୁସ୍ତକ ପ୍ରକାଶନ ନିଷ୍ପତ୍ତି ନେଇ ସେ ଅତ୍ୟନ୍ତ ନିରାଶ ହୋଇଛନ୍ତି । ଏହି ପୁସ୍ତକରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାର, ପିଲାଦିନ ଓ ଲାଳନପାଳନ ବିଷୟରେ ସମସ୍ତ ବିବରଣୀ ରହିଛି।

ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ ରୋବର୍ଟ ଜୁନ୍ ମାସରେ ମ୍ୟାନହଟେନର ମାଉଣ୍ଟ ସାଇନା ହସ୍ପିଟାଲର ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ଏକ ସପ୍ତାହରୁ ଅଧିକ ସମୟ ଅତିବାହିତ କରିଥିଲେ।
Published by: Jagdish Barik
First published: August 16, 2020, 10:22 AM IST
corona virus btn
corona virus btn
Loading