‘ମୋଦି ମୋର ମହାନ ବନ୍ଧୁ, ତାଙ୍କୁ ଧନ୍ୟବାଦ’: ସାବରମତୀ ଆଶ୍ରମର ର୍ଭିଜିଟର୍ସ ବୁକରେ ଲେଖିଛନ୍ତି ଟ୍ରମ୍ପ୍

ଟ୍ରମ୍ପଙ୍କ ଭାରତ ଯାତ୍ରା ପୂର୍ବରୁ ମହାତ୍ମା ଗାନ୍ଧି ଓ ଭାରତର ସ୍ବାଧୀନତା ସଂଗ୍ରାମ ସହ ଅନ୍ତରଙ୍ଗ ଭାବେ ଜଡ଼ିତ ସାବରବତୀ ଆଶ୍ରମ ସେ ପରିଦର୍ଶନ କରିବେ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ରହିଥିଲା । ଟ୍ରମ୍ପଙ୍କ ଭାରତ ଆସିବାର ଠିକ୍ ପୂର୍ବରୁ ସ୍ଥିର ହୋଇଥିଲା ଯେ ସେ ଏହି ଆଶ୍ରମରେ ୧୦ ମିନିଟ ଅତିବାହିତ କରିବେ ।

‘ମୋଦି ମୋର ମହାନ ବନ୍ଧୁ, ତାଙ୍କୁ ଧନ୍ୟବାଦ’: ସାବରମତୀ ଆଶ୍ରମର ର୍ଭିଜିଟର୍ସ ବୁକରେ ଲେଖିଛନ୍ତି ଟ୍ରମ୍ପ୍
ସାବରମତୀ ଆଶ୍ରମର ଭିଜିଟର୍ସ୍‌ ବୁକ୍‌ରେ ଟ୍ରମ୍ପ୍‌ଙ୍କ ହାତ ଲେଖା
  • News18 Odia
  • Last Updated: February 25, 2020, 8:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଅହମଦାବାଦ: ସୋମବାର ଦିନ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡ଼ି ମେଲାନିଆ ଟ୍ରମ୍ପ ସାବରବତୀ ଆଶ୍ରମରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ପରେ ଅତିଥି ଖାତା (ର୍ଭିଜିଟର୍ସ ବୁକ୍‌)ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଉତ୍ତମ ଯାତ୍ରା’ ପାଇଁ ଧନ୍ୟବାଦ ଜଣାଇ ତାଙ୍କୁ ତାଙ୍କର ଜଣେ ’ମହାନ’ ବନ୍ଧୁ ବୋଲି ଲେଖିଥିଲେ ।

‘‘ମୋ’ର ମହାନ ବନ୍ଧୁ ମୋଦିଙ୍କୁ – ଏହି ଉତ୍ତମ ଯାତ୍ରା ପାଇଁ ଆପଣଙ୍କୁ ଧନ୍ୟବାଦ,’’ ଲେଖିଥିଲେ ଟ୍ରମ୍ପ ।

ଟ୍ରମ୍ପଙ୍କ ଭାରତ ଯାତ୍ରା ପୂର୍ବରୁ ମହାତ୍ମା ଗାନ୍ଧି ଓ ଭାରତର ସ୍ବାଧୀନତା ସଂଗ୍ରାମ ସହ ଅନ୍ତରଙ୍ଗ ଭାବେ ଜଡ଼ିତ ଏହି ଆଶ୍ରମ ସେ ପରିଦର୍ଶନ କରିବେ କି ନାହିଁ ତାକୁ ନେଇ କିଛି ଦ୍ୱନ୍ଦ୍ୱ ରହିଥିଲା । ଟ୍ରମ୍ପଙ୍କ ଭାରତ ଆସିବାର ଠିକ୍‌ ପୂର୍ବରୁ ସ୍ଥିର ହୋଇଥିଲା ଯେ ସେ ଏହି ଆଶ୍ରମରେ ୧୦ ମିନିଟ ଅତିବାହିତ କରିବେ ।

ସାବରମତୀ ଆଶ୍ରମକୁ ସମସ୍ତେ ଗାନ୍ଧି ଆଶ୍ରମ ବୋଲି ଜାଣିଛନ୍ତି । ୧୯୧୭ରୁ ୧୯୩୦ ମସିହା ପର୍ଯ୍ୟନ୍ତ ଏହା ମହାତ୍ମା ଗାନ୍ଧିଙ୍କ ରହିବା ଘର ଥିଲା । ଚ଼ୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଓ ଜାପାନ ପ୍ରଧାନମନ୍ତ୍ରୀ ଶିଂଜୋ ଅବେଙ୍କ ସମେତ ଅନେକ ବିଶ୍ୱ ନେତା ନିକଟରେ ସାବରମତୀ ଆଶ୍ରମ ପରିଦର୍ଶନ କରିଛନ୍ତି ।

ସାବରମତୀ ଆଶ୍ରମର ଏକ କୋଠରୀର ନାଆଁ ହେଉଛି ହ୍ରୃଦୟ କୁଞ୍ଜ, ଯେଉଁଠି ମହାତ୍ମା ଗାନ୍ଧି ଓ ତାଙ୍କ ପତ୍ନୀ କସ୍ତୁରବା ଗାନ୍ଧି ସ୍ବାଧୀନତା ସଂଗ୍ରାମ ସମୟରେ ୧୦୧୮ରୁ ୧୯୩୦ ମଧ୍ୟରେ ୧୨ ବର୍ଷ ରହିଥିଲେ ।

ସାବରମତୀ ଆଶ୍ରମ ପରିଦର୍ଶନ କରିବା ସମୟରେ ଟ୍ରମ୍ପ୍‌ ଚ଼ରଖା ଚ଼ଳାଇଥିଲେ । ତାଙ୍କ ପାଖେ ପେଖେ ନରେନ୍ଦ୍ର ମୋଦି ଥିଲେ । ଏହି ଆମେରିକୀୟ ନେତା ସପରିବାର ଅହମଦାବାଦ ବିମାନ ବନ୍ଦରରେ ଓହ୍ଲେଇବା ପରେ ମୋଦି ତାଙ୍କୁ ରିସିଭ୍‌ କରିଥିଲେ । ତା’ ପରେ ଟ୍ରମ୍ପଙ୍କ ସହିତ ୨୨ କିଲୋମିଟରର ରୋଡ଼ ଶୋ’ରେ ଯୋଗ ଦେଇଥିଲେ ମୋଦି । ଏହି ରୋଡ଼ ଶୋ’ରେ ହଜାର ହଜାର ଦର୍ଶକ ସେମାନଙ୍କୁ ସ୍ୱାଗତ ଜଣାଇଥିଲେ ।

ଟ୍ରମ୍ପଙ୍କୁ ସାବରମତୀ ଆଶ୍ରମରେ ଭବ୍ୟ ସ୍ବାଗତ କରାଯାଇଥିଲା । ସେ ଓ ପତ୍ନୀ ମେଲାନିଆ ଉଭୟ ଚ଼ରଖା ଚ଼ଳାଇଥିଲେ । ତାଙ୍କୁ ପଥରରେ ତିଆରି ଗାନ୍ଧିଙ୍କର ‘ତିନି ମାଙ୍କଡ଼’ ମୂର୍ତ୍ତି ଉପହାର ଦିଆଯାଇଥିଲା ।
First published: February 25, 2020, 8:57 PM IST