US President Election: ଓବାମା ଭଲ କାମ କରି ନଥିଲେ; ସେଥି ପାଇଁ ମୁଁ ଜିତିଥିଲି, କହିଲେ ଟ୍ରମ୍ପ

ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟିକ୍ ପାର୍ଟି ଜୋ ବିଡେନଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛି । ସେ ବର୍ତ୍ତମାନର ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ ।

US President Election: ଓବାମା ଭଲ କାମ କରି ନଥିଲେ; ସେଥି ପାଇଁ ମୁଁ ଜିତିଥିଲି, କହିଲେ ଟ୍ରମ୍ପ
ଡୋନାଲ୍ଡ ଟ୍ରମ୍ପ (ଫଟୋ-ଏପି)
  • News18 Odia
  • Last Updated: August 20, 2020, 2:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ଆମେରିକାରେ ହାବକୁ ଥିବା ନିର୍ବାଚନ ପୂର୍ବରୁ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ ପୂର୍ବତନ ରାଜନୀତି ବାରାକ ଓବାମା (Barack Obama) ଭଲ କାମ କରିନଥିବାରୁ ସେ ରାଜନୀତିରେ ପ୍ରବେଶ କରିଥିଲେ ଓ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏଥିପାଇଁ ଡୋନାଲ୍ଡ ଟ୍ରମ୍ପ କ୍ରମିଗତ ଭାବରେ ନିର୍ବାଚନକୁ ନେଇ ଭିନ୍ନ ଭିନ୍ନ ବିବୃତ୍ତି ଦେଉଛନ୍ତି ।

ଯଦି ସେ ଭଲ କାମ କରିଥାନ୍ତେ ତେବେ ମୁଁ ଏଠାରେ ନ ଥା’ନ୍ତି
ବୁଧବାର ହ୍ୱାଇଟ ହାଉସରେ ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ''ମୁଁ ମୋର ପୁରୁଣା ଜୀବନକୁ ବହୁତ ଭଲ ପାଉଥିଲି । କିନ୍ତୁ ସେମାନେ (ଓବାମା ଓ ବିଡ଼େନ) ବହୁତ ଖରାପ କାମ କରିଥିଲେ ଏବଂ ସେଥିପାଇଁ ମୁଁ ଆଜି ରାଷ୍ଟ୍ରପତି ଭାବରେ ଆପଣଙ୍କ ସମ୍ମୁଖରେ ଛିଡା ହୋଇଛି । ରାଷ୍ଟ୍ରପତି ଓବାମା ଭଲ କାମ କରିନାହାଁନ୍ତି । ମୁଁ କେବଳ ରାଷ୍ଟ୍ରପତି ଓବାମା ଓ ଜୋ ବିଡେନଙ୍କ କାରଣରୁ ଏଠାରେ ଅଛି । କାରଣ ଯଦି ସେମାନେ ଭଲ କାମ କରିଥାନ୍ତେ, ମୁଁ ଏଠାରେ ନ ଥା’ନ୍ତି । ଯଦି ସେମାନେ ଭଲ କାମ କରିଥାନ୍ତେ, ମୁଁ ବୋଧହୁଏ ନିର୍ବାଚନ ଲଢ଼ି ନଥାନ୍ତି।''

ନିର୍ବାଚନ ଲଢ଼େଇରେ କିଏ କିଏ ପ୍ରତିଦ୍ବନ୍ଦୀ ଅଛନ୍ତି

ଡେମୋକ୍ରାଟିକ୍ ପାର୍ଟି ଆନୁଷ୍ଠାନିକ ଭାବେ ଜୋ ବିଡେନଙ୍କୁ ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିବାକୁ ଘୋଷଣା କରିଛନ୍ତି । ସେ ବର୍ତ୍ତମାନର ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ । ଅନ୍ୟପକ୍ଷରେ ବିଡେନ ଓବାମା ପ୍ରଶାସନର ଉପରାଷ୍ଟ୍ରପତି ଥିଲେ ଯିଏକି ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ​​ଡେମୋକ୍ରାଟ ଦଳ ତରଫରୁ ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି ।

କମଲା ହାରିସଙ୍କ ଘୋଷଣା
ଆମେରିକାର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭାରତୀୟ ମୂଳ ସିନେଟର କମଲା ହାରିସ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଗ୍ରହଣ କରିଛନ୍ତି ଓ ଏହା ସହିତ ସେ ଏକ ପ୍ରମୁଖ ରାଜନୈତିକ ଦଳରୁ ଏହି ଗୁରୁତ୍ୱପୂର୍ଣ୍ଣ ଜାତୀୟ ପୋଷ୍ଟ ଟିକେଟ୍ ପାଇଥିବା ପ୍ରଥମ ଭାରତୀୟ-ଆମେରିକୀୟ ମହିଳା ହୋଇଛନ୍ତି । ବୁଧବାର ଦଳର ଡିଜିଟାଲ୍ ଅନୁଷ୍ଠିତ ଜାତୀୟ ସମ୍ମିଳନୀରେ ହାରିସଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମିତ କରାଯାଇଥିଲା । ''ଆମେରିକାର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମୁଁ ତୁମର ନାମାଙ୍କନ ସ୍ୱୀକାର କରୁଛି,'' କହିଛନ୍ତି ହ୍ୟାରିସ୍ ।
Published by: Jagdish Barik
First published: August 20, 2020, 2:05 PM IST
corona virus btn
corona virus btn
Loading