ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଟ୍ରମ୍ପ୍, ମେଲାନିଆ ଏକ ସ୍କୁଲ୍ ବୁଲି ଦେଖିଲେ

ନୂଆ ଦିଲ୍ଲୀରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି । ଏହି ଦ୍ବିପାକ୍ଷିକ ଆଲୋଚନାରେ ବିଶେଷକରି ପ୍ରତିରକ୍ଷା, ବାଣିଜ୍ୟ ଓ ଆତଙ୍କବାଦ ପ୍ରସଙ୍ଗରେ କଥାବାର୍ତ୍ତା ହୋଇଛନ୍ତି ଦୁହେଁ ।

ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଟ୍ରମ୍ପ୍, ମେଲାନିଆ ଏକ ସ୍କୁଲ୍ ବୁଲି ଦେଖିଲେ
ରାଜଘାଟରେ ମହାତ୍ମା ଗାନ୍ଧିଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି ଟ୍ରମ୍ପ୍‌ ଓ ମେଲାନିଆ ।
  • News18 Odia
  • Last Updated: February 25, 2020, 1:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ଆଜି ନୂଆ ଦିଲ୍ଲୀରେ ଭବ୍ୟ ସମ୍ବର୍ଦ୍ଧାନା କରାଯାଇଛି । ପତ୍ନୀ ମେଲାନିଆଙ୍କ ସହ ଭାରତରେ ପହଞ୍ଚିଥିବା ଟ୍ରମ୍ପଙ୍କୁ ରାଷ୍ଟ୍ରପତି ଭବନରେ ଗାର୍ଡ଼୍‌ ଅଫ୍‌ ଅନର୍‌ ଦିଆଯାଇଛି ।

ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଆମେରିକା ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ । ରାଷ୍ଟ୍ରପତି ଭବନରେ କିଛି ସମୟ ରହିବା ପରେ କଡ଼ା ସୁରକ୍ଷା ମଧ୍ୟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସମାଧି ପୀଠ ରାଜଘାଟ ଅଭିମୁଖେ ଯାଇଥିଲେ ଡୋନାଲଡ ଟ୍ରମ୍ପ । ସେଠାରେ ପହଞ୍ଚି ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଟ୍ରମ୍ପ୍‌ ଦମ୍ପତି। ରାଜଘାଟ ପରିସର ବୁଲି ଦେଖିଥିଲେ ସେମାନେ । ରାଜଘାଟ ପରିସରରେ ଏକ ଗଛ ବି ଲଗାଇଛନ୍ତି ଟ୍ରମ୍ପ ଦମ୍ପତି ।

ଭାରତ ଯେମିତି ଇଣ୍ଟରନେଟ୍‌ ଦୁନିଆରେ ଆଗକୁ ବଢ଼ିଚାଲିଛି, ତାକୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଖୁବ କମ୍‌ ସମୟ ମଧ୍ୟରେ ୩୨ କୋଟି ଲୋକ ଇଣ୍ଟରନେଟ୍‌ ସହ ଯୋଡ଼ି ହେବା ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି ସେ ।

‘‘ସାରା ବିଶ୍ବ ଏବେ ଡିଜିଟାଲ ଇଣ୍ଡଷ୍ଟ୍ରି ଆଡ଼କୁ ଗତି କରୁଛି । ଏହା ଉପରେ ଉଭୟ ଭାରତ ଓ ଆମେରିକାର ନଜର । ଆଉ ଦୁଇ ଦେଶ ମିଶି ଏହି କ୍ଷେତ୍ରରେ କାମ କରିବାକୁ ଚାହୁଁଛନ୍ତି । ଆଶା କରାଯାଉଛି ଦୁଇ ଦେଶର ଏହି ବନ୍ଧୁତ୍ୱ ଦ୍ୱାରା ଭାରତ ଆଗକୁ ଡିଜିଟାଲ ସୁପରପାୱାର ହୋଇପାରିବ,’’ କହିଛନ୍ତି ଟ୍ରମ୍ପ୍‌ ।

ଦିଲ୍ଲୀର ଏକ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ମେଲାନିଆ ଟ୍ରମ୍ପ୍‌


ଏହି ବ୍ୟସ୍ତ କାର୍ଯ୍ୟକ୍ରମ ଭିତରେ ଦିଲ୍ଲୀରେ ଏକ ସରକାରୀ ସ୍କୁଲ ପରିଦର୍ଶନ କରିଛନ୍ତି ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ୍‌ । ପତିଙ୍କ ସହ ଭାରତ ଗସ୍ତରେ ଥିବା ମେଲାନିଆଙ୍କୁ ସ୍କୁଲ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ସେ ଏକ ହାପିନେସ୍ କ୍ଲାସ୍‌ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚ଼ନା କରିଛନ୍ତି । ଏହି ଅବସରରରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଭାଙ୍ଗଡ଼ା ନୃତ୍ୟର ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ନୂଆ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ ଆଲୋଚନା ହୋଇଛି । ଦୁଇ ଦେଶର ନେତାଙ୍କ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି । ବିଶେଷକରି ପ୍ରତିରକ୍ଷା, ବାଣିଜ୍ୟ ଓ ଆତଙ୍କବାଦ ପ୍ରସଙ୍ଗରେ ଟ୍ରମ୍ପ ଓ ମୋଦିଙ୍କ ମଧ୍ୟରେ ଆଲୋଚନା ହୋଇଛି ।

‘‘ମୁଁ ଭାରତକୁ ଆସି ଗର୍ବ ଅନୁଭବ କରୁଛି । ଏମିତି ଭବ୍ୟ ସ୍ବାଗତ କେବେ କେଉଁଠି ପାଇ ନ ଥିଲି । ଭାରତ ଗସ୍ତ ମୋ’ର ମନେ ରହିବ,’’ ଆଲୋଚନା ପରେ କହିଛନ୍ତି ଆମେରିକା ରାଷ୍ଟ୍ରପତି । ସେହିପରି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପାଖରେ ବନ୍ଧୁଙ୍କୁ ପାଇ ବେଶ ଖୁସୀ ବୋଲି କହିଛନ୍ତି ।
First published: February 25, 2020, 1:43 PM IST
corona virus btn
corona virus btn
Loading