News18 Odia Digital
ନୂଆ ଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଦାଖ ସେକ୍ଟରରେ ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛନ୍ତି । ଟ୍ୱିଟରରେ ଭାରତ ଓ ଚୀନ ମଧ୍ୟରେ ଏହି ମାମଲାରେ ମଧ୍ୟସ୍ଥି ହେବାକୁ ଟ୍ରମ୍ପ ପ୍ରସ୍ତାବ ଦେଇଛନ୍ତି ।
‘‘ଆମେ ଉଭୟ ଭାରତ ଓ ଚୀନକୁ ସୂଚନା ଦେଇଛୁ ଯେ ଆମେରିକା ବର୍ତ୍ତମାନ ଏହି ବିବାଦରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ଅଛି, ଇଚ୍ଛୁକ ଅଛି ଓ ସକ୍ଷମ ଅଛି । ଧନ୍ୟବାଦ!’’ ଟ୍ୱିଟରରେ ଲେଖିଛନ୍ତି ଟ୍ରମ୍ପ । ତେବେ ଏହି ପ୍ରସ୍ତାବ ବିଷୟରେ ଭାରତ ବା ଚୀନ୍ ତରଫରୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସି ନାହିଁ ।
ଲଦ୍ଦାଖ ଅଞ୍ଚଳରେ ଭାରତ ଓ ଚୀନ୍ ସୈନିକଙ୍କ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି । ଉଭୟ ପକ୍ଷର ସେନା ନିଜ ନିଜର ସ୍ଥାନରେ ଅଟଳ ରହିଛନ୍ତି । ୟା ଭିତରେ ସେଠାକାର ପରିସ୍ଥିତି ବାବଦରେ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍, ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ ଓ ତିନି ସେନାର ମୁଖ୍ୟ ସାମିଲ୍ ହୋଇଥିଲେ । ଏହି ବୈଠକ ଛଡ଼ା ପ୍ରଧାନ ମନ୍ତ୍ରୀ ବିଦେଶ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ ସହ ମଧ୍ୟ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି ।

ଡୋନାଲ୍ଡ ଟ୍ରମ୍ପ୍ ଓ ନରେନ୍ଦ୍ର ମୋଦି (ଫାଇଲ୍ ଫଟୋ)
ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବି ସିଡିଏସ୍ ଜେନେରାଲ୍ ରାୱତ୍ ଓ ତିନି ସେନାର ମୁଖ୍ୟଙ୍କ ସହ ଚୀନ୍ ସହ ସୃଷ୍ଟି ହୋଇଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତି ସମ୍ପର୍କରେ ଦୀର୍ଘ ସମୟ ଯାଏ ଆଲୋଚନା କରିଥିଲେ । ଚୀନ୍ ସୀମାରେ ଥିବା ବାସ୍ତବିକ ନିୟନ୍ତ୍ରଣ ରେଖା ବା LACରେ ସ୍ଥିତି କଣ ଅଛି, ଏହା ଉପରେ ଆଲୋଚନା କରାଯାଇଥିଲା ।
ଲଦ୍ଦାଖ ଅଞ୍ଚଳରେ ଚୀନ୍ ପକ୍ଷରୁ ଲଗାତାର ସୈନିକଙ୍କ ସଂଖ୍ୟା ବଢ଼ାଯାଉଛି । ତାକୁ ଦେଖି ଭାରତ ବି ନିଜ ପକ୍ଷରେ ଅଧିକ ସଂଖ୍ୟାରେ ସେନା ମୁତୟନ କରୁଛି । ଲଦ୍ଦାଖରେ ଗତ କିଛି ଦିନ ଭିତରେ ଯେଉଁ ସ୍ଥିତି ଉପୁଜିଛି ତାକୁ ଦେଖି ସୁରକ୍ଷା ଦୃଷ୍ଟିରୁ ଭାରତ କଡ଼ା ନଜର ରଖିଛି ଏବଂ ଚୀନ୍ର ପ୍ରତି ପଦକ୍ଷେପକୁ ଅନୁଧ୍ୟାନ କରୁଛି ।
କିଛି ଦିନ ପୂର୍ବରୁ ଭାରତ ଓ ଚୀନ୍ର ସୈନିକଙ୍କ ଭିତରେ ପୂର୍ବ ଲଦ୍ଦାଖ ଓ ସିକ୍କିମ୍ର ନାକୁଲା ସେକ୍ଟରରେ ମଧ୍ୟ ଉତ୍ତେଜନା ସୃଷ୍ଟି ହୋଇଥିଲା । ପଶ୍ଚିମ ସେକ୍ଟରରେ ଲଦ୍ଦାଖ, ପୂର୍ବ ସେକ୍ଟରରେ ନର୍ଥ ସିକ୍କିମ୍ ଓ ଉତ୍ତରାଖଣ୍ଡ ପାଖରେ ଦୁଇ ଦେଶର ସେନା ପରସ୍ପରର ମୁହାଁମୁହିଁ ହୋଇଛନ୍ତି । ନିକଟରେ ଚୀନ୍ ଏଲ୍ଏସି ପାଖରେ ୫,୦୦୦ରୁ ଅଧିକ ସୈନ୍ୟ ମୁତୟନ କରିଛି । ଏହି ସବୁ ସ୍ଥିତି ନେଇ ଦିଲ୍ଲୀରେ ପିଏମ୍ଓରେ ଆଲୋଚନା ହୋଇଥିଲା ।
ଭାରତର ସେନା କମାଣ୍ଡରମାନଙ୍କର ଦ୍ବିବାର୍ଷିକ ସମ୍ମିଳନୀ ୨୭ ତାରିଖରୁ ୨୯ ତାରିଖ ଯାଏଁ ଦିଲ୍ଲୀରେ ହେଉଛି । ଲଦ୍ଦାଖରେ ଚୀନ୍ ସହ ସୃଷ୍ଟି ହୋଇଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତି ଭିତରେ ହେଉଥିବା ଏହି ସମ୍ମିଳନୀରେ ସେନାର ଉଚ୍ଚସ୍ତରୀୟ ଅଧିକାରୀମାନେ ଭାଗ ନେବେ । ବୈଠକର ଦ୍ବିତୀୟ ପର୍ଯ୍ୟାୟ ଜୁନ୍ ଶେଷରେ ଆୟୋଜନ କରାଯିବ । ଏପ୍ରିଲରେ ଏହି ବୈଠକ ହେବାକୁ ଥିବା ବେଳେ କରୋନା ଲକ୍ଡାଉନ୍ ଯୋଗୁଁ ଏହାକୁ ମେ'କୁ ଘୁଞ୍ଚାଯାଇଥିଲା । ସୂତ୍ରରୁ ମିଳିଥିବା ଖବର ଅନୁସାରେ ଚୀନ୍ ସହ ଏଲ୍ଏସିରେ ପରିଚାଳନାଗତ ପ୍ରସଙ୍ଗ ଓ ପାକିସ୍ତାନ ସୀମାରେ ସ୍ଥିତି ଉପରେ ଏହି ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା ହେବ ।
ଦୟାକରି ଦୁଇ ମିନିଟ୍ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍ ସର୍ଭେ
ଏହା ବି ପଢ଼ନ୍ତୁ: ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ଏହା ବି ପଢ଼ନ୍ତୁ: ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ଏହା ବି ପଢ଼ନ୍ତୁ: ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।