ଡୋନାଲ୍ଡ ଟ୍ରମ୍ପ: କମଲା ହାରିସ୍ ରାଷ୍ଟ୍ରପତି ହେବାକୁ ଯୋଗ୍ୟ ନୁହଁନ୍ତି; ଇଭାଙ୍କା ତାଙ୍କ ଠାରୁ ଭଲ

୫୫ ବର୍ଷୀୟା କମଲା ହ୍ୟାରିସ୍ ଗତ ବର୍ଷ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଦୌଡ଼ରେ ଜଡିତ ଥିଲେ, କିନ୍ତୁ ଜନସାଧାରଣଙ୍କ ସମର୍ଥନ ଅଭାବରୁ ସେ ଏହି ଦୌଡ଼ରୁ ଓହରି ଯାଇଥିଲେ।

ଡୋନାଲ୍ଡ ଟ୍ରମ୍ପ: କମଲା ହାରିସ୍ ରାଷ୍ଟ୍ରପତି ହେବାକୁ ଯୋଗ୍ୟ ନୁହଁନ୍ତି; ଇଭାଙ୍କା ତାଙ୍କ ଠାରୁ ଭଲ
ଡୋନାଲ୍ଡ ଟ୍ରମ୍ପ କମଲା ହାରିସଙ୍କୁ ରାଷ୍ଟ୍ରପତି ହେବାପାଇଁ ଯୋଗ୍ୟ ନୁହଁନ୍ତି ବୋଲି କହିଛନ୍ତି
  • News18 Odia
  • Last Updated: August 29, 2020, 6:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ୱାଶିଂଟନ୍: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ଭାରତୀୟ ମୂଳ ସିନେଟର କମଲା ହାରିସଙ୍କ (Kamla Harris) ବିଶ୍ୱସନୀୟତା ଉପରେ କଟାକ୍ଷ କରି କହିଛନ୍ତି ଯେ କମଲା ହାରିସ ରାଷ୍ଟ୍ରପତି ହେବାକୁ ଯୋଗ୍ୟ ନୁହଁନ୍ତି । ଶୁକ୍ରବାର ଦିନ ନ୍ୟୁ ହାମ୍ପସାୟରରେ ଏକ ରିପବ୍ଲିକାନ୍ ଅଭିଯାନ ରାଲିରେ ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ସେ ଆମେରିକାର ଜଣେ ମହିଳାଙ୍କୁ ରାଷ୍ଟ୍ରପତି ଦେଖିବାକୁ ଚାହୁଁଛନ୍ତି ଓ ସେ ମଧ୍ୟ ତାଙ୍କୁ ସମର୍ଥନ କରିବେ କିନ୍ତୁ ଟ୍ରମ୍ପ କମଲା ହାରିସଙ୍କୁ ଅଯୋଗ୍ୟ କହିବା ସହ ନିଜ ଝିଅ ଇଭାଙ୍କା ଟ୍ରମ୍ପ (Ivanka Trump) ଏହିପରି ଭୂମିକା ପାଇଁ ଜଣେ ଉତ୍ତମ ପ୍ରାର୍ଥୀ  ପ୍ରମାଣିତ ହୋଇପାରିବେ ବୋଲି କହିଛନ୍ତି ।

ଏଥିପାଇଁ ପୁଣିଥରେ କମଲା ହାରିସ୍ ହେଡଲାଇନରେ ଅଛନ୍ତି

୫୫ ବର୍ଷୀୟା କମଲା ହ୍ୟାରିସ୍ ଗତ ବର୍ଷ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦୌଡ଼ରେ ଜଡିତ ଥିଲେ, କିନ୍ତୁ ଜନସାଧାରଣଙ୍କ ସମର୍ଥନ ଅଭାବରୁ ସେ ଏହି ଦୌଡ଼ରୁ ଓହରି ଯାଇଥିଲେ। କମଲା ହାରିସ୍ ପୁଣିଥରେ ହେଡଲାଇନରେ ଆସିଥିଲେ ଯେତବେଳେ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ତାଙ୍କୁ ନଭେମ୍ବର ୩ ନିର୍ବାଚନରେ ରାଜନୈତିକ ଭାଗିଦାରୀ ଭାବେ ଘୋଷଣା କରିଥିଲେ ।

ଜାମାଇକାର ପିତା ଓ ଭାରତୀୟ ମାର ଝିଅ ହେଉଛନ୍ତି କମଲା

ଜାମାଇକାର ପିତା ଓ ଜଣେ ଭାରତୀୟ ମା'ଙ୍କ ଝିଅ ଭାବରେ ଜନ୍ମ ହୋଇଥିବା କମଲା ହାରିସ୍ ହେଉଛନ୍ତି ପ୍ରଥମ ଭାରତୀୟ-ଆମେରିକୀୟ ତଥା ଆମେରିକାର ଏକ ପ୍ରମୁଖ ରାଜନୈତିକ ଦଳ ଦ୍ୱାରା ଶୀର୍ଷ ପଦବୀରେ ନିର୍ବାଚିତ ହୋଇଥିବା ପ୍ରଥମ କଳା ମହିଳା । ଟ୍ରମ୍ପ କମଲାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଆପଣ ଜାଣନ୍ତି ମୁଁ ପ୍ରଥମ ମହିଳା ରାଷ୍ଟ୍ରପତିଙ୍କୁ ଦେଖିବାକୁ ଚାହୁଁଛି । କିନ୍ତୁ ସେ କିପରି କାର୍ଯ୍ୟ କରୁଛନ୍ତି, ମୁଁ ତାଙ୍କୁ ରାଷ୍ଟ୍ରପତି ଭାବେ ଦେଖିବାକୁ ଚାହେଁ ନାହିଁ ଓ ସେ ମଧ୍ୟ ସକ୍ଷମ ନୁହଁନ୍ତି ।

ଇଭାଙ୍କା ଟ୍ରମ୍ପଙ୍କୁ ରାଷ୍ଟ୍ରପତିଙ୍କ ଉପରେ ଦେଖିବାକୁ ଚାହାନ୍ତି ଲୋକ

ଶୁକ୍ରବାର ହୋଇଥିବା ଟ୍ରମ୍ପଙ୍କ ରାଲିରେ କିଛି ଲୋକ ଇଭାଙ୍କାଙ୍କ ନାମ ରେ ଚିଲାଉଥିଲେ। ସେମାନେ ସମସ୍ତେ କହୁଥିଲେ ଯେ ଆମକୁ ଇଭାଙ୍କା ଦରକାର । ଗୁରୁବାର ଦିନ ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ୍ ପାର୍ଟି ଆନୁଷ୍ଠାନିକ ଭାବେ ନାମାଙ୍କନ ଗ୍ରହଣ କରିବା ପରେ ଏହା ଟ୍ରମ୍ପଙ୍କ ପ୍ରଥମ ନିର୍ବାଚନ ରାଲି ଥିଲା । ହାରିସ୍ ୨୦୨୪ ମସିହାରେ ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ହେବାର ସମ୍ଭାବନାକୁ ନେଇ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଶେଷ ଥର ପାଇଁ କମଲା ହାରିସ୍ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ଦୌଡରୁ ଓହରି ଯାଇଥିଲେ କାରଣ ତାଙ୍କର ଲୋକପ୍ରିୟତା ସର୍ବନିମ୍ନ ସ୍ତରକୁ ଖସି ଯାଇଥିଲା ।

ଟ୍ରମ୍ପ ବିଶ୍ୱାସ କରନ୍ତି ଯେ କମଲା ହାରିସଙ୍କ ଲୋକପ୍ରିୟତା ଯେପରି ହ୍ରାସ ପାଇଛି, ତାଙ୍କୁ ଆଉ ରାଷ୍ଟ୍ରପତିଙ୍କଠାରେ ଦେଖିବା ଅସମ୍ଭବ। ଜୋ ବିଡେନଙ୍କୁ ଆକ୍ରମଣ କରି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆମେରିକାକୁ ଧ୍ୱଂସ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ଆମର ବିଦେଶୀ ବିରୋଧୀମାନେ ବିଡେନ ଓ କମଲାଙ୍କୁ ଦେଖିବା ଆବଶ୍ୟକ।
Published by: Jagdish Barik
First published: August 29, 2020, 6:46 PM IST
corona virus btn
corona virus btn
Loading