ମହାଭିଯୋଗରୁ ସିନା ମୁକ୍ତ ହେଲେ ଟ୍ରମ୍ପ୍, ୟୁକ୍ରେନ୍ ମାମଲାରେ ତାଙ୍କ ପାଇଁ ଆଗକୁ ଅଛି ଅସୁବିଧା

ସିନେଟରେ ସବୁ ଅଭିଯୋଗରୁ ମୁକ୍ତ ହେବା ସତ୍ତ୍ୱେ ୟୁକ୍ରେନ୍ ସହିତ ଟ୍ରମ୍ପଙ୍କ ବିବାଦୀୟ ସମ୍ପର୍କର ପୂରା ହିସାବ ନିକାସ ହେବାର ବାକି ଅଛି ବୋଲି ଆମେରିକାର ବୁଦ୍ଧିଜୀବୀ ଓ ଆଲୋଚ଼କମାନେ କହିଛନ୍ତି । ସେହି ସମ୍ପର୍କ ତାଙ୍କ ବ୍ୟକ୍ତିଗତ ଓକିଲ ରୁଡ଼ି ଜୁଲିଆନୀ ୟୁକ୍ରେନ ସହ ବିଦେଶ ନୀତିକୁ ନେଇ କରିଥିବା କାରବାରରୁ ଜାତ ହୋଇଛି ।

ମହାଭିଯୋଗରୁ ସିନା ମୁକ୍ତ ହେଲେ ଟ୍ରମ୍ପ୍, ୟୁକ୍ରେନ୍ ମାମଲାରେ ତାଙ୍କ ପାଇଁ ଆଗକୁ ଅଛି ଅସୁବିଧା
ଡୋନାଲଡ୍‌ ଟ୍ରମ୍ପ୍‌ (ରଏଟର୍ସ ଫାଇଲ୍‌ ଫଟୋ)
  • News18 Odia
  • Last Updated: February 7, 2020, 2:16 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଯୁକ୍ତରାଷ୍ଟ୍ର ଆମେରକାର ସିନେଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ଆସିଥିବା ମହାଭିଯୋଗ (impeachment) ର ଶୁଣାଣି କରି ତାଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଛି, ହେଲେ ୟୁକ୍ରେନ୍‌ ମାମଲାରେ ତାଙ୍କ ଉପରେ ବିପଦ ପୂରା ଟଳି ନାହିଁ ।

ସିନେଟ୍‌ ଟ୍ରମ୍ପଙ୍କ ବିରୁଦ୍ଧରେ ଆସିଥିବା ପଦର ଦୁରୁପଯୋଗ ଅଭିଯୋଗକୁ ୫୨-୪୮ ଭୋଟରେ ଓ କଂଗ୍ରେସର କାର୍ଯ୍ୟ ବାଧାପ୍ରାପ୍ତ କରିବା ଅଭିଯୋଗ ୫୩-୪୭ ଭୋଟରେ ଖାରୟ କରିଦେଇଛି । ଆମେରିକାର ୧୦୦ ସଦସ୍ୟ ବିଶିଷ୍ଟ ସିନେଟରେ ଟ୍ରମ୍ପଙ୍କ ରିପବ୍ଲିକାନ୍‌ ପାର୍ଟିର ୫୩ ଓ ବିପକ୍ଷ ଡେମୋକ୍ରାଟିକ୍‌ ପାର୍ଟିର ୪୭ ଜଣ ସଦସ୍ୟ ଅଛନ୍ତି ।

ଏହା ପୂର୍ବରୁ ରିପବ୍ଲିକାନ୍‌ ପାର୍ଟିର ବହୁମତ ଥିବା ସିନେଟ ଟ୍ରମ୍ପଙ୍କ ବିରୁଦ୍ଧରେ ଆସିଥିବା ମହାଭିଯୋଗ ମକଦମାରେ ନୂଆ ସାକ୍ଷୀ ଓ ନୂଆ ଦସ୍ତାବେଜ ଉପସ୍ଥାପିତ କରିବାର ପ୍ରସ୍ତାବକୁ ମାମୁଲି ଅନ୍ତରରେ ଖାରଜ କରିଦେଇଥିଲା ।

ନିଜ ପଦର ଅପବ୍ୟବହାର କରିବା ଓ କଂଗ୍ରେସର କାମରେ ବାଧା ପହଞ୍ଚେଇବା ଅଭିଯୋଗରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗର ପ୍ରକ୍ରିୟା ଡିସେମ୍ବରରୁ ଆରମ୍ଭ ହୋଇଯାଇଥିଲା । ଡେମୋକ୍ରାଟିକ ପାର୍ଟିର ବହୁମତ ଥିବା ତଳ ସଦନ ପ୍ରତିନିଧି ସଭା (ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭସ୍‌) ଟ୍ରମ୍ପଙ୍କ ବିରୋଧରେ ଏହି ସବୁ ଆରୋପକୁ ନେଇ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରିଥିଲା ।

ହେଲେ ସିନେଟରେ ସବୁ ଅଭିଯୋଗରୁ ମୁକ୍ତ ହେବା ସତ୍ତ୍ୱେ ୟୁକ୍ରେନ୍‌ ସହିତ ଟ୍ରମ୍ପଙ୍କ ବିବାଦୀୟ ସମ୍ପର୍କର ପୂରା ହିସାବ ନିକାସ ହେବାର ବାକି ଅଛି ବୋଲି ଆମେରିକାର ବୁଦ୍ଧିଜୀବୀ ଓ ଆଲୋଚ଼କମାନେ କହିଛନ୍ତି । ସେହି ସମ୍ପର୍କ ତାଙ୍କ ବ୍ୟକ୍ତିଗତ ଓକିଲ ରୁଡ଼ି ଜୁଲିଆନୀ ୟୁକ୍ରେନ ସହ ବିଦେଶ ନୀତିକୁ ନେଇ କରିଥିବା କାରବାରରୁ ଜାତ ହୋଇଛି ।

ଆଉ ଥରେ ରାଷ୍ଟ୍ରପତି ରୂପେ ନିର୍ବାଚ଼ିତ ହେବାକୁ ଟ୍ରମ୍ପ ଏବେ ଚ଼େଷ୍ଟା କରୁଥିବା ବେଳେ ଓ ପୁରୁଣା ଆରୋପ ସବୁକୁ ପଛକୁ ଠେଲିବାରେ ବ୍ୟସ୍ତ ଥିବା ବେଳେ ୟୁକ୍ରେନକୁ ନେଇ ପୁଣି ନୂଆ ତଥ୍ୟ, ଦସ୍ତାବେଜ ଓ ପ୍ରମାଣ ଆସିବାର ସମ୍ଭାବନା ରହିଛି ବୋଲି ଅନେକ ମତ ଦେଇଛନ୍ତି ।

‘‘ଆହୁରି ଅନେକ ତଥ୍ୟ (ୟୁକ୍ରେନ୍‌ ମାମଲାରେ) ସାମନାକୁ ଆସିବ, ପ୍ରତି ଦିନ ଆସିବ, ଯେମିତି ଅତୀତରେ ପ୍ରତି ଦିନ ଓ ପ୍ରତି ସପ୍ତାହରେ ଆସିଛି,’’ ହାଉସ୍‌ ଇଣ୍ଟ୍ଲିଜେନ୍ସ କମିଟିର ଅଧ୍ୟକ୍ଷ ଆଦାମ୍‌ ସିଫ୍‌ ଏସୋସିଏଟେଡ୍‌ ପ୍ରେସକୁ କହିଛନ୍ତି ।

ସେ ଆହୁରି କହିଛନ୍ତି: ‘‘ଟ୍ରମ୍ପଙ୍କ ମୌଳିକ ଚ଼ରିତ୍ରଗତ ସ୍ଖଳନ ଓ ନିର୍ବାଚ଼ନରେ ଧୋକାବାଜି କରିବା ପାଇଁ ତାଙ୍କର ଇଚ୍ଛା, ୟେ ସବୁ ବନ୍ଦ୍‌ ହେବନି ବା ବଦଳିବନି । ତେଣୁ ଆମକୁ ସର୍ବଦା ସଜାଗ ରହିବାକୁ ହେବ’’ ।
First published: February 7, 2020, 2:16 AM IST