ପର୍ଣ୍ଣ ଷ୍ଟାରଙ୍କୁ ଲାଞ୍ଚ ମାମଲା; ଗିରଫ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ଜାମିନ; ଦେବେ ଜୋରିମାନା

Donald Trump got bail: ପର୍ଣ୍ଣଷ୍ଟାର ଷ୍ଟର୍ମୀ ଡାନିଏଲ୍ସଙ୍କ ସହ ଜଡିତ ଏକ ଅପରାଧିକ ମାମଲା ପାଇଁ ମଙ୍ଗଳବାର ମ୍ୟାନହଟନ କୋର୍ଟରେ ପହଞ୍ଚିବା ପରେ ଟ୍ରମ୍ପଙ୍କୁ ଗିରଫ କରାଯାଇଥିଲା।

ଗିରଫ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ଜାମିନ

ଗିରଫ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ଜାମିନ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Donald Trump got bail: ମହଙ୍ଗଳବାର ଦିନ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ (Donald Trump) ଗିରଫ କରାଯାଇଥିଲା। ଏହାପରେ ତାଙ୍କୁ ଜାମିନ (Bail) ମଧ୍ୟ ପ୍ରଦାନ କରାଯାଇଥିଲା। ପରେ କୋର୍ଟ (Court) ଟ୍ରମ୍ପଙ୍କୁ ପ୍ରାୟ ୧.୨୨ ମିଲିୟନ ଡଲାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପର୍ଣ୍ଣଷ୍ଟାର ଷ୍ଟର୍ମୀ ଡାନିଏଲ୍ସଙ୍କ ସହ ଜଡିତ ଏକ ଅପରାଧିକ ମାମଲା ପାଇଁ ସେ ମଙ୍ଗଳବାର ମ୍ୟାନହଟନ କୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏକ ପର୍ଣ୍ଣଷ୍ଟାର ଙ୍କୁ ଚୁପ ରହିବା ପାଇଁ ଆର୍ଥିକ ରେକର୍ଡକୁ ମିଥ୍ୟା କରିବା ସହିତ ଟ୍ରମ୍ପ ୩୪ ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି। କୋର୍ଟରେ ହାଜର ହେବା ସମୟରେ ଟ୍ରମ୍ପ ସମସ୍ତ ଅଭିଯୋଗକୁ ଅସ୍ୱୀକାର କରି ନିଜକୁ ନିର୍ଦ୍ଦୋଷ ବୋଲି ଘୋଷଣା କରିଥିଲେ।

ବର୍ତ୍ତମାନ ତାଙ୍କ ଉପରେ ଲାଗୁ ହୋଇଥିବା ଜୋରିମାନା ପରିମାଣ ଷ୍ଟର୍ମୀ ଡାନିଏଲ୍ସଙ୍କୁ ଦିଆଯିବ। ଶୁଣାଣି ପରେ ଟ୍ରମ୍ପ କୋର୍ଟ ଛାଡ଼ିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୪ ରେ ହେବ। ଏଥି ସହିତ ଟ୍ରମ୍ପ ଆମେରିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି, ଯିଏ ଅପରାଧିକ ମାମଲାରେ ଗିରଫ ହୋଇଛନ୍ତି।

ପ୍ରକାଶ ଥାଉକି ନ୍ୟୁୟର୍କ କୋର୍ଟ ଏହି ମାମଲାରେ ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ଅପରାଧିକ ମାମଲା ଅନୁମୋଦନ କରିଥିଲେ। ସେହିଭଳି ସେ କୋର୍ଟରେ ହାଜର ମଧ୍ୟ ହୋଇଥିଲେ। ତାଙ୍କର ବହୁ ସଂଖ୍ୟକ ସମର୍ଥକ କୋର୍ଟ ବାହାରେ ପହଞ୍ଚିଥିଲେ। ଏହାକୁ ଦୃଷ୍ଟିରେ ରଖି କୋର୍ଟ ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ପର୍ଣ୍ଣ ଷ୍ଟାର ଷ୍ଟର୍ମୀ ଡାନିଏଲ୍ସଙ୍କୁ ଟଙ୍କା ଦେବା ସମ୍ପର୍କରେ ଟ୍ରମ୍ପ ଭୁଲକୁ ଅସ୍ୱୀକାର କରିଛନ୍ତି। ଟ୍ରମ୍ପ ରାଷ୍ଟ୍ରପତି ଥିବାବେଳେ ମ୍ୟାନହଟନ ଜିଲ୍ଲା ଓକିଲ ସଂଘ ଦ୍ୱାରା ଏହି ତଦନ୍ତ ଆରମ୍ଭ ହୋଇଥିଲା।

ଏହାପୂର୍ବରୁ ଆମେରିକାର ଗଣମାଧ୍ୟମ ଟ୍ରମ୍ପଙ୍କ ଓକିଲଙ୍କ ଉଦ୍ଦେଶ୍ୟରେ କହିଥିଲା ଯେ, ୨୦୨୪ ମସିହାରେ ହ୍ବାଇଟ ହାଉସ ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ୭୪ ବର୍ଷୀୟ ରିପବ୍ଲିକାନ ନେତା କୋର୍ଟରେ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ସ୍ୱୀକାର କରିବେ ନାହିଁ। ପର୍ଣ୍ଣଷ୍ଟାର ଷ୍ଟର୍ମୀ ଡାନିଏଲ୍ସଙ୍କୁ ଟଙ୍କା ଦେଇଥିବାରୁ ସେ ଏହି ମାମଲାର ସମ୍ମୁଖୀନ ହୋଇଛନ୍ତି। ଏହି ଅଭିଯୋଗକୁ ଟ୍ରମ୍ପ ଅସ୍ୱୀକାର କରିଛନ୍ତି। ଆମେରିକାର ଗଣମାଧ୍ୟମ ଅନୁଯାୟୀ ଟ୍ରମ୍ପଙ୍କ ନାଁରେ କାରବାର ସମ୍ବନ୍ଧୀୟ ୩୦ ରୁ ଅଧିକ ଅଭିଯୋଗ କରାଯାଇଛି।

ପର୍ଣ୍ଣଷ୍ଟାର ଷ୍ଟର୍ମୀ ଡାନିଏଲ୍ସ ବାବଦରେ...

ଷ୍ଟର୍ମି ଡାନିଏଲ୍ସ ଜଣେ ଅଶ୍ଲୀଳ ସିନେ ତାରକା । ୨୦୦୬ ଜୁଲାଇରେ ଏକ ଚ୍ୟାରିଟି ଗଲ୍‌ଫ ଟୁର୍ଣ୍ଣାମେଣ୍ଟରେ ଟ୍ରମ୍ପଙ୍କ ସହ ତାଙ୍କର ହୋଇଥିଲା ପ୍ରଥମ ସାକ୍ଷାତ। ତା’ପରେ ଟ୍ରମ୍ପଙ୍କ ନିକଟତର ହୋଇଥିଲେ ଡାନିଏଲ୍ସ । ପରେ ଡାନିଏଲ୍ସ ଏକ, ଗଣମାଧ୍ଯମ ସାକ୍ଷାତକାରରେ ଦାବି କରିଥିଲେ ଯେ, କାଲିଫର୍ଣ୍ଣିଆ ନିକଟ ହୋଟେଲ୍- ଲେକ୍ ତାହୋଏରେ, ଟ୍ରମ୍ପ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ, ଯାହାକୁ ନେଇ ସେତେବେଳେ ଆମେରିକାରେ ହଟଚମଟ ସୃଷ୍ଟି ହୋଇଥିଲା।

ଟ୍ରମ୍ପ-ଡାନିଏଲ୍ସ ହୋଟେଲ ଏପିସୋଡ୍ ସମୟରେ ଅନୁପସ୍ଥିତ ଥିଲେ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ। ସେହି ସମୟରେ ମେଲାନିଆ ସନ୍ତାନ ଜନ୍ମ ଦେଇଥିବାରୁ ଗଲ୍ଫ ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇ ପାରି ନଥିଲେ।

୨୦୧୬ରେ ଯେତେବେଳେ ଟ୍ରମ୍ପ, ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ହେଲେ, ସେତେବେଳେ ଉଠିଥିଲା ଟ୍ରମ୍ପଙ୍କ ସେକ୍ସ ସ୍କାଣ୍ଡାଲ ପ୍ରସଙ୍ଗ। ୨୦୧୬ ନିର୍ବାଚନରେ ଟ୍ରମ୍ପଙ୍କ ପ୍ରଚାର ସମୟରେ ଡାନିଏଲ୍ସ ନିଜେ ଏହାକୁ ପ୍ରଘଟ କରିଥିଲେ। ଯାହାକୁ ନେଇ ବଦନାମ ହୋଇଥିଲେ ଟ୍ରମ୍ପ। ତେଣୁ ଡାନିଏଲ୍ସଙ୍କ ମୁହଁ ବନ୍ଦ କରିବାକୁ ତାଙ୍କ ସହ କରାଯାଇଥିଲା ‘ହସ୍ ମନି ଡିଲ୍’।

ଟ୍ରମ୍ପଙ୍କ ଓକିଲ ମିଚେଲ କୋହେନଙ୍କ ଜରିଆରେ ଡାନିଏଲ୍ସଙ୍କୁ ଦିଆଯାଇଥିଲା ୧ ଲକ୍ଷ ୩୦ ହଜାର ଆମେରିକୀୟ ଡଲାର। ଡାନିଏଲ୍ସ ଏହି ଅର୍ଥ ଗ୍ରହଣ କରିଥିବା ସ୍ବୀକାର କରିଥିଲେ। ତେବେ ପରିବାର ଲୋକଙ୍କ ସୁରକ୍ଷାକୁ ନେଇ ସେ ଚିନ୍ତିତ ଥିବାରୁ ଟଙ୍କା ଗ୍ରହଣ କରିଥିବା ଡାନିଏଲ୍ସ ପରବର୍ତ୍ତୀ ସମୟରେ ଅଭିଯୋଗ କରିଥିଲେ। ୨୦୧୮ରେ ଏକ ଟେଲିଭିଜନ ସାକ୍ଷାତକାରରେ ଡାନିଏଲ୍ସ ଖୁଲାସା କରିଥିଲେ ଯେ, ତାଙ୍କୁ ଧମକ ଦିଆଯାଉଛି।
Published by:Lipina Das
First published: