ଡୋନାଲ୍ଡ ଟ୍ରମ୍ପ: ଆମେରିକା ଆଉ ଚୀନ୍ ସହିତ ବ୍ୟବସାୟ କରିବ ନାହିଁ !

ଡୋନାଲ୍ଡ ଟ୍ରମ୍ପ(Donald Trump) ଏକ ସାକ୍ଷାତକାରରେ ଷ୍ଟିଭ ହିଲଟନଙ୍କୁ (Steve Hilton) କହିଛନ୍ତି ଯେ ଆମକୁ ଚୀନ୍ ସହିତ ବ୍ୟବସାୟ କରିବାକୁ ପଡ଼ିବ ନାହିଁ ଓ ତା’ପରେ ଅଲଗା ହେବା କଥା କହିବା ଆରମ୍ଭ କରିଥିଲେ ।

ଡୋନାଲ୍ଡ ଟ୍ରମ୍ପ: ଆମେରିକା ଆଉ ଚୀନ୍ ସହିତ ବ୍ୟବସାୟ କରିବ ନାହିଁ !
ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଚୀନ୍ ସହିତ ସମସ୍ତ ବାଣିଜ୍ୟିକ ସମ୍ପର୍କ ବନ୍ଦ କରିବେ
  • News18 Odia
  • Last Updated: August 23, 2020, 5:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ରବିବାର ଦିନ ପ୍ରସାରିତ ଏକ ଫାଂକ୍ସ ନ୍ୟୁଜ୍ ସାକ୍ଷାତକାରରେ ଆମେରିକାର ଅର୍ଥନୀତିକୁ ଚୀନ୍ ଠାରୁ ପୃଥକ କରିବାର ସମ୍ଭାବନା ଉପରେ ଆଲୋକପାତ କରିଛନ୍ତି । ଉଲ୍ଲେଖନୀୟ କଥା ହେଉଛି, ଚାଇନା ଆମେରିକୀୟ ସାମଗ୍ରୀର ଏକ ପ୍ରମୁଖ କ୍ରୟକାରୀ । ଟ୍ରମ୍ପ ପ୍ରଥମେ ସାକ୍ଷାତକାର କାରୀ ଷ୍ଟିଭ୍ ହିଲଟନ୍ଙ୍କୁ କହିଥିଲେ ଯେ ଆମକୁ ଚୀନ୍ ସହିତ ବ୍ୟବସାୟ କରିବାକୁ ପଡିବ ନାହିଁ ଓ ତା’ପରେ ଅଲଗା ହେବା କଥା କହିବା ଆରମ୍ଭ ହେଲା।

ଆମେରିକାର ସହତ ଚୀନ୍ ସଠିକ୍ ବ୍ୟବହାର କରେ ନାହିଁ: ଟ୍ରମ୍ପ

ଟ୍ରମ୍ପ କହିଛନ୍ତି ଯେ ଯଦି ଚୀନ୍ ଆମେରିକା ସାହିତ ସଠିକ୍ ବ୍ୟବହାର ନକରେ ତେବେ ସେମାନେ ନିଶ୍ଚିତ ଭାବରେ ଆମେରିକାର ଅର୍ଥନୀତିକୁ ଅଲଗା କରିବାକୁ ଚେଷ୍ଟା କରିବେ। ଜାନୁଆରୀରେ ଆଂଶିକ ପ୍ରଥମ ପର୍ଯ୍ୟାୟ ବାଣିଜ୍ୟ ଚୁକ୍ତିରେ ପହଞ୍ଚିବା ପୂର୍ବରୁ ଟ୍ରମ୍ପ ଚୀନ୍ ସହିତ ଏକ ଉଚ୍ଚକୋଟୀର ବାଣିଜ୍ୟ ଯୁଦ୍ଧ କରିଛନ୍ତି ।

ଟ୍ରମ୍ପ ଦ୍ୱିତୀୟ ପର୍ଯ୍ୟାୟରେ ଆଲୋଚନା କରିବା ପୂର୍ବରୁ ଚୀନ୍ ପାଇଁ ସମସ୍ତ ରାସ୍ତା ବନ୍ଦ କରି କହିଛନ୍ତି ଯେ ମହାମାରୀର ମୁକାବିଲା ପାଇଁ ବେଜିଂର ପଦକ୍ଷେପ ନେଇ ସେ ଅସନ୍ତୁଷ୍ଟ ଅଛନ୍ତି। ଜୁନ୍ ମାସରେ ଆମେରିକାର ଟ୍ରେଜେରୀ ସଚିବ ଷ୍ଟିଭେନ୍ ମେନୁଚିନ୍ କହିଛନ୍ତି ଯେ ଆମେରିକା ଓ ଚୀନ୍ ଅର୍ଥନୀତିର ପୃଥକ ହୋଇଯବାର ଫଳାଫଳ ଏହା ହେବ ଯେ ଆମେରିକୀୟ କମ୍ପାନୀମାନଙ୍କୁ ଚୀନ୍ ଅର୍ଥନୀତିରେ ନିରପେକ୍ଷ ଏବଂ ସ୍ତରୀୟ ପ୍ରତିଯୋଗିତାକୁ ଅନୁମତି ଦିଆଯିବ ନାହିଁ ।

TikTok ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମକଦ୍ଦମା ଦାୟର କରିବେ

ଏଥି ସହିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟିକ୍ ଟକ (TikTok) ଉପରେ ଲଗାଇଥିବା ନିଷେଧାଦେଶ ଉପରେ ଟ୍ରମ୍ପଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟିକ୍ ଟକ ପ୍ରସ୍ତୁତ ହେଉଛି। ଟ୍ରମ୍ପଙ୍କ କାର୍ଯ୍ୟନିର୍ବାହୀ ଆଦେଶ ଅନୁଯାୟୀ ସେପ୍ଟେମ୍ବର ମଧ୍ୟଭାଗରେ ଆମେରିକାରେ TikTok ଆପର ମଦର କମ୍ପାନୀ ବାଇଟେଡାନ୍ସ ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇଯିବ ।

ଆମେରିକାରେ ୮୦ ନିୟୁତ ଟିକ୍ ଟକ ସକ୍ରିୟ ଉପଭୋକ୍ତା ଅଛନ୍ତି

ୱାଶିଂଟନର ଅଧିକାରୀ ଏହି କଥାକୁ ନେଇ ଚିନ୍ତିତ ଅଛନ୍ତି ଯେ କମ୍ପାନୀ ଆମେରିକୀୟ ଟିକ୍ ଟକ ଗ୍ରାହକଙ୍କ ତଥ୍ୟ ଚୀନ୍ ସରକାରଙ୍କ ନିକଟକୁ ପଠାଉଛି । ଯଦିଓ ବାଇଟ୍ ଡାନ୍ସ, ଏହା କରିନାହିଁ ବୋଲି ସମ୍ପୂର୍ଣ୍ଣ ଭାବେ ମନା କରିସାରିଛି । ଏହି କ୍ଷୁଦ୍ର ଭିଡିଓ ଆପରେ ଆମେରିକାରେ ୮୦ ନିୟୁତ ସକ୍ରିୟ ବ୍ୟବହାରକାରୀ ଅଛନ୍ତି ।
Published by: Jagdish Barik
First published: August 23, 2020, 5:16 PM IST
corona virus btn
corona virus btn
Loading