News18 Odia Digital
Dawood Marriage Exposed: ଆତଙ୍କବାଦୀ କିଙ୍ଗପିନ ଦାଉଦ ଇବ୍ରାହିମଙ୍କ ବିବାହ ସଂପର୍କରେ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (NAI) ସମ୍ମୁଖରେ ହସିନା ପାର୍କର(Haseena Parker)ଙ୍କ ପୁଅ ତଥା ଦାଉଦ ଇବ୍ରାହିମଙ୍କ ଜ୍ୱାଇଁ ଆଲିଶା ପାର୍କର(Alisha Parker) ଏକ ସମ୍ବେଦନଶୀଳ ଦାବି କରିଛନ୍ତି। ସେ କହିଛନ୍ତି ଯେ ପଳାତକ ଅଣ୍ଡରୱାର୍ଲ୍ଡ ଗ୍ୟାଙ୍ଗଷ୍ଟର( Underworld Gangstar)ଦ୍ୱିତୀୟ ଥର ପାକିସ୍ତାନୀ ପଠାନ ମହିଳାଙ୍କୁ ବିବାହ କରିଥିବାବେଳେ ସେ ତାଙ୍କର ପ୍ରଥମ ପତ୍ନୀ ମିଜାବେନଙ୍କୁ ମଧ୍ୟ ଛାଡପତ୍ର ଦେଇନାହାଁନ୍ତି। ଆଲିଶା କହିଛନ୍ତି ଯେ ଗ୍ୟାଙ୍ଗଷ୍ଟାରର ପ୍ରଥମ ପତ୍ନୀ ହ୍ଵାଟ୍ସଆପ କଲ ମାଧ୍ୟମରେ ଲୋକ ଓ ସମ୍ପର୍କୀୟଙ୍କ ସହ ଯୋଗାଯୋଗରେ ଅଛନ୍ତି।
ଆତଙ୍କବାଦ ପାଣ୍ଠି ମାମଲାରେ ଏନଆଇଏ ଦାଖଲ କରିଥିବା ଚାର୍ଜସିଟରେ ଏଜେନ୍ସି କହିଛି ଯେ ଆଲିଶା ତାଙ୍କ ବିବୃତ୍ତିରେ ଦାଉଦଙ୍କ ପୁରା ବଂଶର ସବିଶେଷ ତଥ୍ୟ ଦେଇଛନ୍ତି, ଯେଉଁଥିରେ ସେ ଦାବି କରିଛନ୍ତି ଯେ ବର୍ତ୍ତମାନ ଦାଉଦ ଇବ୍ରାହିମ କାସକର, ହାଜି ଆନିସ୍ ଛଦ୍ମନାମ ଆନିସ୍ ଇବ୍ରାହିମ୍ ଶେଖ ଓ ମମତାଜ ରହୀମ୍। ତାଙ୍କ ପରିବାର ସହିତ ପାକିସ୍ତାନର କରାଚି, ଡିଫେନ୍ସ କଲୋନୀରେ ଅବଦୁଲ୍ଲା ଗାଜୀ ବାବା ଦର୍ଗଙ୍କ ପଛରେ ରହୁଛନ୍ତି। ଆଲିଶା ପାର୍କରଙ୍କ କହିବାନୁସାରେ, ଦାଉଦ ଇବ୍ରାହିମ କାହା ସହିତ ଯୋଗାଯୋଗ ରଖନ୍ତି ନାହିଁ।
Satya Nayak Resigned: କଂଗ୍ରେସର ହାତ ଛାଡିଲେ ବରିଷ୍ଠ ସାମ୍ବାଦିକ ସତ୍ଯପ୍ରକାଶ ନାୟକ
ଆତଙ୍କବାଦ ପାଣ୍ଠି ମାମଲାରେ ଡାଉଡ୍ ଇବ୍ରାହିମ୍ ଓ ତାଙ୍କ ଘନିଷ୍ଠ ବ୍ୟକ୍ତିଙ୍କ ବିରୋଧରେ ଏନଆଇଏ ମାମଲା ରୁଜୁ କରିଛି ଏବଂ କିଛି ଲୋକଙ୍କୁ ଗିରଫ କରିଛି। ଏନଆଇଏ ସୂଚନା ପାଇଥିଲା ଯେ ଦାଉଦ ଇବ୍ରାହିମ ଏକ ସ୍ୱତନ୍ତ୍ର ଦଳ ଗଠନ କରୁଛନ୍ତି, ଯାହା ଦେଶର ବଡ ନେତା ଏବଂ ବ୍ୟବସାୟୀଙ୍କ ଉପରେ ଆକ୍ରମଣ କରିପାରିବ। ସେମାନେ ବଡ଼ ସହରରେ ହିଂସା ବିସ୍ତାର କରିପାରିବେ। ଏହି ମାମଲାର ତଦନ୍ତ ବେଳେ ଏନଆଇଏ ଦାଉଦ ଇବ୍ରାହିମଙ୍କ ଭଉଣୀ ହସିନା ପାର୍କରଙ୍କ ପୁଅ ଆଲିଶା ପାର୍କରଙ୍କ ବିବୃତ୍ତି ରେକର୍ଡ କରିଥିଲା।
ଆଲିଶାଙ୍କ ବିବୃତ୍ତି ଅନୁଯାୟୀ, ଦାଉଦଙ୍କର ଚାରି ଭାଇ ଏବଂ ଚାରି ଭଉଣୀ ଅଛନ୍ତି। ଅନୁସନ୍ଧାନ ବେଳେ ଆଲିଶା ଏନଆଇଏକୁ କହିଛନ୍ତି, "ଦାଉଦ ଇବ୍ରାହିମ ପୁନର୍ବାର ବିବାହ କରିଛନ୍ତି। ତାଙ୍କର ଦ୍ୱିତୀୟ ପତ୍ନୀ ଜଣେ ପାକିସ୍ତାନୀ ପଠାନ।"
ଓଡ଼ିଶାରେ ଲଞ୍ଚ ହେଲା ଗ୍ରୀଡ ସବ୍ଷ୍ଟେସନ; ଉପକୃତ ହେବେ ୪ଟି ଜିଲ୍ଲାର ୨ ଲକ୍ଷ ଲୋକ
ଆଲିଶା ଇବ୍ରାହିମ ପାର୍କରଙ୍କ କହିବାନୁସାରେ, ଦାଉଦ ଇବ୍ରାହିମ ସମସ୍ତଙ୍କୁ କହୁଛନ୍ତି ଯେ ସେ ତାଙ୍କର ପ୍ରଥମ ପତ୍ନୀ ମାଇଜାବିନଙ୍କୁ ଦ୍ୱିତୀୟ ବିବାହ କରିବା ପାଇଁ ଛାଡ଼ପତ୍ର ଦେଇଛନ୍ତି, କିନ୍ତୁ ତାହା ସତ ନୁହେଁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।