ଡୋମିନିକାନ୍ ରିପବ୍ଲିକର ମନ୍ତ୍ରୀଙ୍କୁ ନିଜ ଅଫିସରେ ଗୁଳି କରି ହତ୍ୟା

ଡୋମିନିକାନ୍ ରିପବ୍ଲିକର ପରିବେଶ ମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଗୁଳି କରି ସୋମବାର ହତ୍ୟା କରାଯାଇଛି। ତାଙ୍କୁ ତାଙ୍କର ଜଣେ ସାଙ୍ଗ ମିଗୁଏଲ କ୍ରୁଜ ହତ୍ୟା କରିଛନ୍ତି।

ଅର୍ଲାଣ୍ଡୋ (ପ୍ରତୀକାତ୍ମକ ଛବି)

ଅର୍ଲାଣ୍ଡୋ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଡୋମିନିକାନ୍ ରିପବ୍ଲିକର ପରିବେଶ ମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଗୁଳି କରି ସୋମବାର ହତ୍ୟା କରାଯାଇଛି। ସେ କ୍ୟାବିନେଟ ମନ୍ତ୍ରୀ ଥିଲେ। ତାଙ୍କୁ ତାଙ୍କର ଜଣେ ସାଙ୍ଗ ମିଗୁଏଲ କ୍ରୁଜ ହତ୍ୟା କରିଛନ୍ତି। ପୋଲିସ କ୍ରୁଜଙ୍କୁ ଗିରଫ କରିଛି। ହତ୍ୟାର କାରଣ ଜଣାପଡ଼ି ନାହିଁ।

ଅର୍ଲାଣ୍ଡୋ ଡୋମିକାନ ରିପବ୍ଲିକର ପୂର୍ବତନ ରାଷ୍ଟ୍ରପତି ସାଲଭାଡୋର ଜର୍ଜ ବ୍ଲାନକୋଙ୍କ ପୁଅ। ସେ ଜଣେ ରାଜନୈତିକ ପରିବାରରୁ ଆସିଛନ୍ତି। ରାଷ୍ଟ୍ରପତି ଲୁଇସ୍ ଅବିନାଡର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଅର୍ଲାଣ୍ଡୋଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ, କ୍ରୁଜ ପିଲାଦିନରୁ ଜର୍ଜଙ୍କ ବନ୍ଧୁ ଥିଲେ। କିନ୍ତୁ ସେ କାହିଁକି ମାରିଲେ ବର୍ତ୍ତମାନ ସୁଦ୍ଧା ଜଣାପଡିନାହଁ। ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
Published by:Soumya Das
First published: