ନୂଆବର୍ଷରେ ମହଙ୍ଗା ମାଡ଼: ବିନା ସବସିଡି LPG ଗ୍ୟାସ ସିଲିଣ୍ଡରର ଦାମ ୧୯ ଟଙ୍କା ବଢ଼ିଲା

ସରକାରୀ ଗ୍ୟାସ କମ୍ପାନୀମାନେ ବିନା ସବସିଡି ବାଲା ଗ୍ୟାସ ସିଲିଣ୍ଡରର ଦାମ ୧୯ ଟଙ୍କା ବଢ଼ାଇଥିବାରୁ ନୂଆ ବର୍ଷରେ ଲୋକମାନଙ୍କୁ ଝଟକା ଲାଗିଛି । ରାଜଧାନୀ ଦିଲ୍ଲୀରେ ଏବେ ଘରୋଇ ଏଲପିଜି ସିଲିଣ୍ଡରର ଦାମ ବଢ଼ି ୭୧୪ଟଙ୍କା ହୋଇଯାଇଛି । ଓଡ଼ିଶାରେ ବି ବଢ଼ିଛି ।

ରାଜଧାନୀ ଦିଲ୍ଲୀରେ ଏବେ ଘରୋଇ ସିଲିଣ୍ଡରର ଦାମ୍ ୭୧୪ଟଙ୍କାରେ ପହଞ୍ଚିଛି ।

ରାଜଧାନୀ ଦିଲ୍ଲୀରେ ଏବେ ଘରୋଇ ସିଲିଣ୍ଡରର ଦାମ୍ ୭୧୪ଟଙ୍କାରେ ପହଞ୍ଚିଛି ।

  • Share this:
News18 Odia Digital
ନୂଆ ଦିଲ୍ଲୀ: ନୂଆବର୍ଷର ପ୍ରଥମ ଦିନରେ ଲୋକଙ୍କ ରୋଶେଇ ଘରେ ମହଙ୍ଗା ମାଡ଼ ହୋଇଛି । ଗ୍ୟାସ କମ୍ପାନୀଗୁଡ଼ିକ ବିନା ସବସିଡିଯୁକ୍ତ ଗ୍ୟାସ ସିଲିଣ୍ଡରର ଦାମ ୧୯ଟଙ୍କା ବଢ଼ାଇବାରୁ ରାଜଧାନୀ ଦିଲ୍ଲୀରେ ଏବେ ଘରୋଇ ସିଲିଣ୍ଡରର ଦାମ୍ ୭୧୪ଟଙ୍କାରେ ପହଞ୍ଚିଛି । ଏହି ବର୍ଦ୍ଧିତ ଦର ନୂଆବର୍ଷଠାରୁ ଲାଗୁ ହୋଇଯାଇଛି ।

ଡିସେମ୍ବରରେ ଦିଲ୍ଳୀରେ ବିନା ସବସିଡି ଯୁକ୍ତ ଗ୍ୟାସ ସିଲିଣ୍ଡରର ଦାମ ୬୯୫ ଟଙ୍କା ଥିବାବେଳେ ଲଗାତାର ୫ମାସ ଧରି ରନ୍ଧନ ଗ୍ୟାସ ସିଲିଣ୍ଡରର ଦାମରେ ବୃଦ୍ଧି ଘଟିଛି । କମ୍ପାନୀ ମାନେ ପ୍ରତିମାସ ରେଟ ରଭିଜନ କରୁଥିବାବେଳେ ଜାନୁୟାରୀରେ ରେଟ ରିଭିଜନ କରି ବିନା ସବସିଡି ଯୁକ୍ତ ଘରୋଇ ଗ୍ୟାସ ସିଲିଣ୍ଡର(୧୪.୨)ର ଦାମରେ ୧୯ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ସେହିଭଳି କମର୍ସିଆଲ ସିଲିଣ୍ଡର(୧୯କିଲୋ)ର ଦାମରେ ମଧ୍ୟ ୨୯.୫୦ ଟଙ୍କାର ବୃଦ୍ଧି ଘଟିଥିବାରୁ ବର୍ତ୍ତମାନ ଦିଲ୍ଲୀରେ କାରବାରୀମାନଙ୍କୁ ୧୨୪୧ ଟଙ୍କା ଦେବାକୁ ପଡ଼ିବ । ସେହିପରି କଲିକତାରେ ବିନା ସବସିଡି ଯୁକ୍ତ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ୭୪୭, ମୁମ୍ବାଇରେ ୬୮୪ ଏବଂ ଚେନ୍ନାଇରେ ୭୩୪ଟଙ୍କା ହୋଇଯାଇଛି । ଏହି ତିନି ସହରରେ କମିର୍ସିଆଲ ସିଲିଣ୍ଡରର ଦାମ ଯଥାକ୍ରମେ ୧୩୦୮, ୧୧୯୦ ଏବଂ ୧୩୬୩ ଟଙ୍କା ହୋଇଯାଇଛି ।

ପୂର୍ବରୁ କ’ଣ ଥିଲା ଦାମ

ଡିସେମ୍ବରରେ ନୂଆ ଦିଲ୍ଲୀରେ ୧୪.୨ କିଲୋ ବିନା ସବସିଡି ଯୁକ୍ତ ସିଲିଣ୍ଡରର ଦାମ ୬୯୫ ଟଙ୍କା ଥିବାବେଳେ କଲିକତାରେ ୭୨୫.୫୦ ଏବଂ ମୁମ୍ବାଇରେ ୭୧୪ ଟଙ୍କା ରହିଥିଲା ।
ଗତ ବର୍ଷ ମୋଦି ସରକାର ନୂଆବର୍ଷ ଅବସରରେ ଏଲପିଜି ସିଲିଣ୍ଡରର ଦାମ ୧୨୦.୫୦ ଟଙ୍କା ହ୍ରାସ କରି ଦେଶ ବାସୀଙ୍କୁ ଉପହାର ଦେଇଥିଲେ ।
Published by:Anand Shankar Thankur Das
First published: