କି ନିର୍ଦୟ! ବାଡ଼ି ଓ ରଡ଼ରେ ପିଟି ପିଟି ଡଲଫିନକୁ ହତ୍ୟା କଲେ; VIDEO ଭାଇରାଲ ହେଲା; ୩ ଗିରଫ

ଡଲଫିନର ଏହି ଅବସ୍ଥା ବିଷୟରେ ଜାଣି ସେଠାରେ ପହଞ୍ଚିଥିବା ଜଣେ ଅଧିକାରୀ କହିଛନ୍ତି ଡଲଫିନଟି ଅର୍ଦ୍ଧମୃତ ଅବସ୍ଥାରେ ପଡ଼ିଥିବା ସେ ଦେଖିଥିଲେ । ଗ୍ରାମବାସୀଙ୍କ ଭିଡ଼ ତାକୁ ଘେରି ରହିଥିଲା, ହେଲେ ଡଲଫିନଟି କେମିତି ମଲା ତାହା କେହି କହୁ ନ ଥିଲେ ।

ଡଲଫିନ୍ ଉପରେ ଆକ୍ରମଣର ଦୃଶ୍ୟ; (ଡାହାଣ) ଏକ ଡଲଫିନ୍

ଡଲଫିନ୍ ଉପରେ ଆକ୍ରମଣର ଦୃଶ୍ୟ; (ଡାହାଣ) ଏକ ଡଲଫିନ୍

  • Share this:
News18 Odia Digital:

ଲକ୍ଷ୍ନୌ: ଉତ୍ତର ପ୍ରଦେଶରୁ ଆସିଥିବା ଏକ ବିବ୍ରତକାରୀ ଭିଡିଓରେ ଦେଖାଯାଇଛି ଯେ ଏକ ଡଲଫିନକୁ ବାଡ଼ି ଓ ରଡ଼ରେ ପିଟିପିଟି କେତେକ ଲୋକ ହତ୍ୟା କରୁଛନ୍ତି । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତିନି ଜଣ ଲୋକଙ୍କୁ ଗିରଫ କରାଯାଇଛି (dolphin beaten to death)।

ଏକ ଟ୍ୱିଟ୍‌ରେ ପ୍ରତାପଗଡ଼ ଜିଲ୍ଲାର ପୋଲିସ କହିଛି ଯେ ଏହି ଘଟଣା ଡିସେମ୍ବର ୩୧ ତାରିଖରେ ଘଟିଛି ଓ ଆକ୍ରମଣକାରୀଙ୍କ ମଧ୍ୟରୁ ତିନି ଜଣଙ୍କୁ ଗିରଫ କରି ଜେଲକୁ ପଠାଯାଇଛି । ଗ୍ୟାଞ୍ଜେଟିକ୍ ଡଲଫିନ୍ ଏକ ସଂରକ୍ଷିତ ପ୍ରଜାତି ।

ଏହା ବି ପଢ଼ନ୍ତୁ | ସିଗାରେଟ୍ ଟାଣିବାର ଆଇନଗତ ବୟସ ବଢ଼ି ୨୧ ହେବ; ଖୋଲା ସିଗାରେଟ୍ ବିକ୍ରି ବ୍ୟାନ୍ ହେବ; ଫାଇନ୍ ବଢ଼ିବ

ଏହି ଆକ୍ରମଣ ନିର୍ଦୟତାରର ସବୁ ସୀମା ପାର୍‌ କରିଯାଇଥିଲା । ଭାଇରାଲ୍‌ ଭିଡିଓରେ ଦେଖାଯାଉଛି ଯେ କିଛି ଲୋକ ଡଲଫିନ୍ ଉପରେ ବାଡ଼ି ଓ ରଡ଼ରେ ମାଡ଼ ବର୍ଷା କରୁଛନ୍ତି । ଡଲଫିନର ଶରୀରରୁ ରକ୍ତ ବାହାରୁଛି, କିନ୍ତୁ ଲୋକେ ତାକୁ ଛାଡ଼ୁନାହାନ୍ତି । କିଛି ଲୋକ ଡଲଫିନକୁ ଧରି ରଖିଥିବାର ଦେଖାଯାଉଛି ।

‘‘ଫାଲତୁ ମେଁ ମାର୍‌ ରହେ ହୋ ୟାର୍‌,’’ (ବିନା କାରଣରେ ତାକୁ ମାରୁଛ), କେହି ଜଣେ କହୁଥିବାର ଶୁଣାଯାଉଛି, କିନ୍ତୁ ଆକ୍ରମଣକାରୀମାନେ ଏ କଥା ଶୁଣି ଅଟକି ଯାଇ ନ ଥିଲେ ।

ଏହା ବି ପଢ଼ନ୍ତୁ | ରାଞ୍ଚିରେ ଯୁବତୀର ମୁଣ୍ଡକଟା ଉଲଗ୍ନ ଶବ ମିଳିଲା; ଗୁପ୍ତାଙ୍ଗରେ ଗଭୀର କ୍ଷତ; ପୋଲିସ ତଦନ୍ତ ଜାରି; ପୋଲିସ ପୁରସ୍କାର ଘୋଷଣା କଲା

ଡଲଫିନର ଦେହରୁ ରକ୍ତସ୍ରାବ ହେଉଥିବା ବେଳେ ଜଣେ ବ୍ୟକ୍ତି ଏକ କୁରାଢ଼ିରେ ତାକୁ ଆକ୍ରମଣ କରୁଥିବା ଦେଖାଯାଉଛି । ସେହି କୁରାଢ଼ିକୁ ଲୋକଟି ଡଲଫିନ୍‌ ଦେହ ଭିତରକୁ ପଶାଇ ଦେଉଛି । ଭିଡିଓର ଶେଷ ଆଡ଼କୁ ଡଲଫିନଟି ଏହି କୁତ୍ସିତ ଆକ୍ରମଣରେ ପ୍ରାୟ ଜୀବନହୀନ ହୋଇଯାଉଥିବା ଦେଖାଯାଉଛି ।

ଦେଖନ୍ତୁ ଫଟୋ | ଯେବେ ପୋପ୍ ଫ୍ରାନସିସ୍ ଜଣେ ବିକିନି ମଡେଲଙ୍କ ଫଟୋକୁ ଲାଇକ୍ କଲେ ହଙ୍ଗାମା ହେଲା…PHOTOS

ଡଲଫିନର ଏହି ଅବସ୍ଥା ବିଷୟରେ କାହାରି ଠାରୁ ଏକ ଫୋନ୍‌ କଲ୍‌ ପାଇ ସେଠାରେ ପହଞ୍ଚିଥିବା ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଏକ କେନାଲ ନିକଟରେ ଡଲଫିନଟି ଅର୍ଦ୍ଧମୃତ ଅବସ୍ଥାରେ ପଡ଼ିଥିବା ସେ ଦେଖିଥିଲେ ।

ଦେଖନ୍ତୁ ଭିଡିଓ:



ସେ ଏକ ଏତାଲାରେ (ଏଫ୍.ଆଇ.ଆର୍.) କହିଛନ୍ତି ଯେ ଗ୍ରାମବାସୀଙ୍କ ଭିଡ଼ ଡଲଫିନକୁ ଘେରି ରହିଥିଲା, କିନ୍ତୁ ଯେତେବେଳେ ପଚରାଗଲା ଯେ ଡଲଫିନଟି କେମିତି ମରିଗଲା ସେ କଥା କହିବାକୁ କେହି ପ୍ରସ୍ତୁତ ନ ଥିଲେ ।ମୃତ ଡଲଫିନର ଶରୀରର ନିକଟତର ଯାଞ୍ଚରେ ଏକାଧିକ ଆଘାତ ଲାଗିଥିବା ଜଣାପଡ଼ିଛି । ବାଡ଼ି ଓ ରଡ଼ ସହିତ କୁରାଢ଼ି ମାଡ଼ର ଚିହ୍ନ ସେଥିରେ ରହିଛି ବୋଲି ବୋଲି ଏଫଆଇଆରରେ କୁହାଯାଇଛି ।



ଡଲଫିନ ଉପରେ ଏହି ଆକ୍ରମଣର ଭିଡିଓ ଅନଲାଇନରେ ଦେଖିବା ପରେ ପୋଲିସ ନିକଟସ୍ଥ ଗାଁରୁ କେତେକ ଲୋକଙ୍କୁ ଚିହ୍ନଟ କରିଥିଲା ଓ ତା’ ପରେ ତିନି ଜଣଙ୍କୁ ଗିରଫ କରାଯାଇଥିଲା ବୋଲି ଜଣାପଡ଼ିଛି ।
Published by:Anand ST Das
First published: