ଡଲାର ତୁଳନାରେ ହ୍ରାସ ପାଉଥିବା ଟଙ୍କା ଉପରେ ପ୍ରଥମ ଥର ମୁହଁ ଖୋଲିଲେ RBI ଗଭର୍ଣ୍ଣର

Dollar Vs Rupee: ଡଲାର ତୁଳନାରେ ହ୍ରାସ ପାଇ ଚାଲିଥିବା ଭାରତୀୟ ଟଙ୍କା ମୂଲ୍ୟ ଏବେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଆଗାମୀ ସମୟରେ ମୁଦ୍ରାସ୍ଫୀତି ଆହୁରି ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ଆଶା କରୁଛନ୍ତି। ସେପଟେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି।

ଡଲାର ତୁଳନାରେ ହ୍ରାସ ପାଉଥିବା ଟଙ୍କା ଉପରେ ପ୍ରଥମ ଥର ମୁହଁ ଖୋଲିଲେ RBI ଗଭର୍ଣ୍ଣର

ଡଲାର ତୁଳନାରେ ହ୍ରାସ ପାଉଥିବା ଟଙ୍କା ଉପରେ ପ୍ରଥମ ଥର ମୁହଁ ଖୋଲିଲେ RBI ଗଭର୍ଣ୍ଣର

  • Share this:
News18 Odia Digital

Dollar Vs Rupee:ଡଲାର ତୁଳନାରେ ହ୍ରାସ ପାଇ ଚାଲିଥିବା ଭାରତୀୟ ଟଙ୍କା ମୂଲ୍ୟ ଏବେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଯାହା ଉପରେ ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରଥମ ଥର ବୟାନ ଦେଇଛନ୍ତି।

ଟଙ୍କାର କ୍ରମାଗତ ହ୍ରାସ ହେତୁ ଲୋକ ମୁଦ୍ରାସ୍ଫୀତି ବୃଦ୍ଧି ହେବାର ବିପଦର ସମ୍ମୁଖୀନ ହେଉଛନ୍ତି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଶୁକ୍ରବାର ଦିନ କହିଛନ୍ତି ଯେ ବିକଶିତ ଅର୍ଥନୀତି ଓ ବିକାଶଶୀଳ ଦେଶର ମୁଦ୍ରା ତୁଳନାରେ ଭାରତୀୟ ଟଙ୍କା ଅପେକ୍ଷାକୃତ ଦୃଢ଼ ସ୍ଥିତିରେ ଅଛି।

କିଛି ଦିନ ପୂର୍ବରୁ ଘରୋଇ ମୁଦ୍ରା ଡଲାର ପ୍ରତି ୮୦ ଟଙ୍କା ସ୍ତର ଅତିକ୍ରମ କରିଥିଲା। ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କ ମୂଲ୍ୟରେ ତୀବ୍ର ପରିବର୍ତ୍ତନ ଓ ଅସ୍ଥିରତାକୁ ଆଦୌ ବରଦାସ୍ତ କରିବ ନାହିଁ। ଆରବିଆଇର ପଦକ୍ଷେପ ଟଙ୍କାର ସୁଗମ କାରବାରରେ ସହାୟକ ହୋଇଛି। ଆରବିଆଇ ବଜାରରେ ଆମେରିକୀୟ ଡଲାର ଯୋଗାଉଛି ଓ ଏହିପରି ବଜାରରେ ପର୍ଯ୍ୟାପ୍ତ ପରିମାଣର ନଗଦ ଯୋଗାଣ ସୁନିଶ୍ଚିତ କରୁଛି।

ଚିନ୍ତା କରିବାର ଆବଶ୍ୟକତା ନାହିଁ

ଏଥିସହ ସେ ସ୍ପଷ୍ଟ କରିଛନ୍ତି ଯେ ଆରବିଆଇ ଟଙ୍କାର କୌଣସି ନିର୍ଦ୍ଦିଷ୍ଟ ସ୍ତର ସ୍ଥିର କରି ନାହିଁ। ବିଦେଶୀ ମୁଦ୍ରାର ସୀମିତ ଋଣ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ସେ କହିଛନ୍ତି ଯେ ସାର୍ବଜନୀନ କ୍ଷେତ୍ର କମ୍ପାନୀଗୁଡିକ ଦ୍ୱାରା ବହୁ ସଂଖ୍ୟକ କାରବାର କରାଯାଉଛି ଓ ଆବଶ୍ୟକ ସ୍ଥଳେ ସରକାର ଏଥିରେ ହସ୍ତକ୍ଷେପ କରିପାରନ୍ତି ଓ ସହାୟତା ଯୋଗାଇ ପାରିବେ।

ସେ ଆହୁରି କହିଛନ୍ତି ଯେ ୨୦୧୬ରେ ଗ୍ରହଣ କରାଯାଇଥିବା ମୁଦ୍ରାସ୍ଫୀତି ଲକ୍ଷ୍ୟ ପାଇଁ ବର୍ତ୍ତମାନର ଢାଞ୍ଚା ବହୁତ ଭଲ କାମ କରିଛି। ଏହା ଅର୍ଥନୀତି ଓ ଆର୍ଥିକ କ୍ଷେତ୍ରର ସ୍ୱାର୍ଥରେ ଜାରି ରହିବ।
Published by:Lipina Das
First published: