ହସ୍ପିଟାଲରେ ହେଉଥିଲା ମାଲିକର ଚିକିତ୍ସା; ୬ ଦିନ ପର୍ଯ୍ୟନ୍ତ ବାହାରେ ଅପେକ୍ଷା କଲା କୁକୁର

Turkey Dog: କୁକୁରଟି ନିଜ ମାଲିକର ସୁସ୍ଥ ହେବା ପାଇଁ ୬ ଦିନ ପର୍ଯ୍ୟନ୍ତ ହସ୍ପିଟାଲ ବାହାରେ ଅପେକ୍ଷା କରି ରହିଥିଲା । ଏହି କୁକୁରଟିର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କୁକୁରଟି ନିଜ ମାଲିକର ସୁସ୍ଥ ହେବା ପାଇଁ ୬ ଦିନ ପର୍ଯ୍ୟନ୍ତ ହସ୍ପିଟାଲ ବାହାରେ ଅପେକ୍ଷା କରି ରହିଥିଲା

କୁକୁରଟି ନିଜ ମାଲିକର ସୁସ୍ଥ ହେବା ପାଇଁ ୬ ଦିନ ପର୍ଯ୍ୟନ୍ତ ହସ୍ପିଟାଲ ବାହାରେ ଅପେକ୍ଷା କରି ରହିଥିଲା

  • Share this:
News18 Odia Digital
ଇସ୍ତାନବୁଲ: କୁକୁରମାନଙ୍କୁ (Dogs) ସର୍ବଦା ମଣିଷର ନିକଟତମ ଓ ବିଶ୍ୱସ୍ତ ପ୍ରାଣୀ ଭାବରେ ବିବେଚନା କରାଯାଏ । ଦୁଃଖଠାରୁ ଆରମ୍ଭ କରି ଖୁସି ପର୍ଯ୍ୟନ୍ତ ସେ ପ୍ରତ୍ୟେକ ମୁହୂର୍ତ୍ତରେ ମଣିଷ ସହିତ ଛିଡ଼ା ହୁଅନ୍ତି । ଏହିପରି ଏକ କୁକୁରର କାହାଣୀ ତୁର୍କୀରୁ (Turkey) ଉଭା ହୋଇଛି । ଏହା ଏପରି ଏକ କାହାଣୀ ଯାହା ଶୁଣିବା ପରେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ । କୁକୁରର ମାଲିକ ଜଣକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏଭଳି ପରିସ୍ଥିତିରେ ସେ ନିଜ ମାଲିକ ସୁସ୍ଥ ହେବା ପାଇଁ ଡାକ୍ତରଖାନା ବାହାରେ ୬ ଦିନ ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲା । ଏହି କୁକୁରର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ତୁର୍କୀର ଉତ୍ତର-ପୂର୍ବ ସହର ଟ୍ରାବଜନ୍ ସହରର ଜଣେ ୬୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମସ୍ତିଷ୍କରେ କିଛି ଅସୁବିଧା ହୋଇଥିଲା । ଯେଉଁ କାରଣରୁ ତାଙ୍କୁ ୧୪ ଜାନୁଆରୀରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବୋନେକ ନାମକ ଏହି କୁକୁରଟି ଯେତେବେଳେ ଜାଣିଲା ଯେ ତା'ର ମାଲିକ ଅସୁସ୍ଥ ଅଛି ଓ ତାଙ୍କୁ ଡାକ୍ତରଙ୍କ ନିକଟକୁ ନିଆଯାଉଛି । ଏହା ଜାଣି ସେ ଆମ୍ବୁଲାନ୍ସ ପଛରେ ଦୌଡି ହସ୍ପିଟାଲରେ ପହଞ୍ଚି ଯାଇଥିଲା । ହସ୍ପିଟାଲ କର୍ମଚାରୀମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହା ପରେ ହସ୍ପିଟାଲ କର୍ମଚାରୀମାନେ ତାଙ୍କୁ ପ୍ରତିଦିନ ଖାଇବାକୁ ଦେବା ଆରମ୍ଭ କରିଥିଲେ ।



ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କ ବଡ ଝିଅ ଏହି କୁକୁରକୁ ଅନେକ ଥର ଘରକୁ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ରାଜି ହୋଇନଥିଲା । ଶେଷରେ ଯେତେବେଳେ ମାଲିକର ଏକ ସପ୍ତାହ ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ସେତବେଳେ କୁକୁର ଘରକୁ ଯିବାକୁ ରାଜି ହୋଇଥିଲା । ଏହା ପରେ ସେ ଖୁସିରେ ଏକ ହ୍ୱିଲ୍ ଚେୟାର ସହିତ ଦୌଡ଼ିଥିଲା । ପରେ କୁକୁରର ମାଲିକ କହିଥିଲେ ଯେ ସେ ତାଙ୍କର ଅତି ନିକଟତର ।
Published by:Jagdish Barik
First published: