VIDEO: ଯୁବତୀଙ୍କୁ ସମସ୍ତଙ୍କ ସାମନାରେ ନଗ୍ନ କରିଦେଉଛି ତାଙ୍କ ପୋଷା କୁକୁର! ଭିଡିଓ ଭାଇରାଲ୍

Dog tries to steal girl’s bikini, video goes viral | ଭାଇରାଲ ହୋଇଥିବା ଏହି ଭିଡିଓରେ ବିକିନି ପିନ୍ଧି ସମୁଦ୍ର କୂଳରେ ସୂର୍ଯ୍ୟ କିରଣରେ ବସିଥିବା ଜଣେ ଯୁବତୀଙ୍କୁ ତାଙ୍କୁ ପୋଷା କୁକୁର ଏକ ଅଭାବନୀୟ ପରିସ୍ଥିତିରେ ପକାଉଥିବା ଦେଖାଯାଇଛି ।

VIDEO: ଯୁବତୀଙ୍କୁ ସମସ୍ତଙ୍କ ସାମନାରେ ନଗ୍ନ କରିଦେଉଛି ତାଙ୍କ ପୋଷା କୁକୁର! ଭିଡିଓ ଭାଇରାଲ୍
ଭାଇରାଲ୍ ଭିଡିଓରୁ ଏକ ଦୃଶ୍ୟ
  • News18 Odia
  • Last Updated: June 16, 2021, 10:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ସୋସିଆଲ ମିଡିଆ, ବିଶେଷକରି ଇନଷ୍ଟାଗ୍ରାମ୍‌, ଫେସବୁକ୍ ଓ ଟ୍ୱିଟର୍‌  ଯୋଗୁଁ ଘରେ ବସି ଅନେକ ମଜାଦାର ଜିନିଷ ଦେବା ସୁଯୋଗ ମିଳୁଛି ଲୋକଙ୍କୁ । କେବଳ ମଜାଦାର ଜିନିଷ ନୁହେଁ, ବରଂ ସାରା ପୃଥିବୀରେ କେଉଁଠି କ’ଣ ବଡ଼ ଛୋଟ ଘଟଣା ଘଟୁଛି ତାହା ବି ଜଣୁଛନ୍ତି ଲୋକେ । ବର୍ତ୍ତମାନର ପୀଢ଼ି ନିଜର ସମସ୍ତ ମନୋରଞ୍ଜନ ଖୁରାକ ସୋସିଆଲ ମିଡିଆରୁ ହିଁ ପାଉଛି । ସେଇଥି ପାଇଁ ସ୍ମାର୍ଟ ଫୋନ୍ ବଜାର ଦିନକୁ ଦିନ ବଢ଼ିଚାଲିଛି ।

ଅନେକ ପୁଅ ଝିଅ ସୋସିଆଲ ମିଡି଼ଆ ମାଧ୍ୟମରେ ନିଜ ସୃଜନଶୀଳତା ବି ପ୍ରଦର୍ଶନ କରୁଛନ୍ତି । କେହି ଭଲ ଗୀତ ଗାଉଛନ୍ତି ତ କେହି ଭଲ ଛବି ବନାଉଛନ୍ତି । ସେମାନଙ୍କର ପ୍ରତିଭାକୁ ବହୁତ ପ୍ରଶଂସା ବି ମିଳୁଛି । ସେମାନଙ୍କ କାମ ଭାଇରାଲ୍ ହେବା ଯୋଗୁଁ ସାରା ବିଶ୍ୱର ଲୋକେ ତାକୁ ଦେଖିପାରୁଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଯେବେ ଦୌଡ଼ ରାଣୀ ଦୂତୀ ଚାନ୍ଦ୍ କହିଥିଲେ ‘‘ସେ ମୋସାବିତ୍ରୀ, ମୁଁ ତାସତ୍ୟବାନ ’’

ସୋସିଆଲ ମିଡି଼ଆରେ ଆସୁଥିବା ଅନେକ ମଜାଦାର ଭିଡିଓ ମଧ୍ୟରୁ ନିକଟରେ ଇନଷ୍ଟାଗ୍ରାମରେ ଭାଇରାଲ ହୋଇଥିଲା ଜଣେ ଯୁବତୀ ଓ ତାଙ୍କ ପୋଷା କୁକୁରର ଭିଡିଓ । ସେହି ଭିଡିଓଟିକୁ ‘ଟ୍ରୋଲଭିଚାର୍‌’ ନାମକ ଏକ ପୃଷ୍ଠା ଦ୍ୱାରା ଶେୟାର୍‌ କରାଯାଇଥିଲା । ଏହି ପୃଷ୍ଠା ବେଳେବେଳେ ଏମିତି ବିଭିନ୍ନ ମଜାଳିଆ ଭିଡିଓ ଶେୟାର୍‌ କରେ । ସେମାନେ ଜାଣନ୍ତି ଏହି ଭିଡିଓଗୁଡିକୁ କେଉଁଠୁ ପାଇବେ । ତେବେ ଏହି ଭିଡିଓ କେବଳ ଇନଷ୍ଟାଗ୍ରାମ୍‌ ନୁହେଁ, ୟୁଟ୍ୟୁବରେ ବି ଶେୟାର କରାଯାଇଥିଲା । ଅନେକ ଲୋକ ଏହି ମଜାଳିଆ ଭିଡିଓଟିକୁ ଶେୟାର କରିଛନ୍ତି ।

ଏଇଠି ଦେଖନ୍ତୁ ସେହି ଭିଡିଓ:



ଭାଇରାଲ ହୋଇଥିବା ଏହି ଭିଡିଓରେ ବିକିନି ପିନ୍ଧି ସମୁଦ୍ର କୂଳରେ ସୂର୍ଯ୍ୟ କିରଣରେ ଜଣେ ଯୁବତୀ ବସିଥିବାର ଦେଖାଯାଇଛି । ତାଙ୍କ ପାଖରେ ତାଙ୍କ ପୋଷା କୁକୁର ଛୁଆଟି ବି ବନ୍ଧାହୋଇଛି ଅଛି । ଏ ପର୍ଯ୍ୟନ୍ତ ଠିକ୍‌ ଅଛି । ହେଲେ ପରବର୍ତ୍ତୀ ଘଟଣା ଦେଖିବା ପରେ ଆପଣ ହସ ଅଟକାଇ ପାରିବେନି । ଯୁବତୀଙ୍କ ପୋଷା କୁକୁରଟି ବନ୍ଧା ଜାଗାରୁ ଚାଲିଆସି ତାଙ୍କ ବିକିନି ଟାଣି ଖୋଲିବାକୁ ଲାଗୁଛି । ନିଜ ମାଲିକାଣୀକୁ ସମୁଦ୍ର କୂଳରେ ନଗ୍ନ କରି ଛାଡି଼ବ ସେ!



ଯୁବତୀ କୌଣସି ପ୍ରକାରେ ବିକିନିକୁ ଦୁଇ ହାତରେ ଧରି ଖସିପଡ଼ିବାରୁ ଅଟକାଉଥିବା ଦେଖାଯାଉଛି । ଏହି ଭିଡିଓ ଶେୟାର୍‌ ହେବା ମାତ୍ରେ ଭାଇରାଲ୍‌ ହୋଇଥିଲା ।
Published by: Anand ST Das
First published: June 16, 2021, 10:19 PM IST