News18 Odia Digital
ଗୋଟିଏ କୁକୁର ଦେହରେ କଳା ଓ ନାରଙ୍ଗୀ ରଙ୍ଗ ଲଗେଇ ତାକୁ ଠିକ୍ ଗୋଟିଏ ବାଘ ପରି ବନେଇଦେଲେ କିଛି ଲୋକ । ଆଉ ତା’ ପରେ ଏହି ଘଟଣା ଗୋଟେ ବିତର୍କର ବିଷୟ ପାଲଟି ଗଲା!
ଏହି ଘଟଣା ମାଲେସିଆରେ ଘଟିଛି । ସରକାରୀ କର୍ତ୍ତୃପକ୍ଷ ଓ ପଶୁପ୍ରେମୀମାନେ ବାଘ ପରି ଦିଶୁଥିବା ସେହି କୁକୁରଟିକୁ ଦେଖି ଖୁବ୍ ନାରାଜ ହୋଇଛନ୍ତି। ମାଲେସିଆର ଏକ ପଶୁ ସଙ୍ଗଠନ ଫେସବୁକରେ ସେହି କୁକୁରର ଫଟୋ ସେୟାର କରିବା ପରେ ଲୋକେ କ୍ରୋଧ ପ୍ରକାଶ କରିଛ୍ତି ଓ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଛନ୍ତି ।
କୁକୁରଟିର ରଙ୍ଗ ବଦଳାଇ ତାକୁ ବାଘ ପରି ବନେଇଥିବା ଲୋକଙ୍କୁ ଖୋଜି ବାହାର କରିବା ପାଇଁ ଓ ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ପଶୁ ଅଧିକାର ଗୋଷ୍ଠୀମାନେ ଆବେଦନ କରିଛନ୍ତି ।

ପଶୁମାନଙ୍କର ଲୋମକୁ ରଙ୍ଗ କରି ସେମାନଙ୍କୁ ଭିନ୍ନ ଦେଖାଇବା କାର୍ଯ୍ୟକୁ ଅତୀତରେ ଅନେକ ସମାଲୋଚନା କରାଯାଇଛି । ଏହାକୁ ବିରୋଧ କରୁଥିବା ଲୋକେ ଯୁକ୍ତି କରିଛନ୍ତି ଯେ ପଶୁମାନଙ୍କ ଉପରେ ବ୍ୟବହୃତ ରଙ୍ଗ ବିଷାକ୍ତ ଓ ସମ୍ଭାବ୍ୟ ରୂପେ କ୍ଷତିକାରକ ହୋଇପାରେ ।

କୁକୁରଟିର ଚାରିଟି ଫଟୋ ସେୟାର କରି ପଶୁ ଅଧିକାର ଗୋଷ୍ଠୀ ସେହି କୁକୁରଟିର ସ୍ଥାନ ଚିହ୍ନଟ କରିବାରେ ଲୋକଙ୍କ ଠାରୁ ସାହାଯ୍ୟ ମାଗିଛନ୍ତି ଓ କୁକୁରଟିର ମାଲିକ ବିଷୟରେ ବି ସୂଚନା ମାଗିଛନ୍ତି । ହେଲେ କୁକୁରଟି ଏକ ଅଜ୍ଞାତ ସହରରେ ବୁଲୁଥିବାର ଦେଖାଯାଇଥିଲା ।

ପଶୁ ଅଧିକାର ଗୋଷ୍ଠୀ ସୂଚନା ପ୍ରଦାନ କରିଥିବା ବ୍ୟକ୍ତିଙ୍କ ପାଇଁ ଏକ “ରହସ୍ୟ ପୁରସ୍କାର”ର ବି ପ୍ରତିଶୃତି ଦେଇଛି । କେବଳ ଫେସବୁକରେ ୩,୦୦୦ରୁ ଅଧିକ 'ସେୟାର' ସଂଗ୍ରହ କରି ଏହି କୁକୁରଟିର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।
କେତେକ ଲୋକ କୁକୁରଟିକୁ "ମିନି ଟାଇଗର" ବୋଲି କହି ଆମୋଦିତ ହେଉଥିବା ବେଳେ ଅନ୍ୟମାନେ ତାକୁ ଏମିତି ରଙ୍ଗ କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
ଏହା ବି ପଢ଼ନ୍ତୁ | ଐତିହାସିକ! ଦିଲ୍ଲୀରେ ଲଗାତାର ୬ ବର୍ଷ ଧରି ବିଦ୍ୟୁତ୍ ଶୁଳ୍କ ବଢ଼ିନାହିଁ; ୨୪ ଘଣ୍ଟା ବିଜୁଳି ମିଳୁଛିଏହା ବି ପଢ଼ନ୍ତୁ | ଆସିଗଲା ଅନଲକ୍-୪ ଗାଇଡଲାଇନ୍; କଣ୍ଟେନମେଣ୍ଟ ଜୋନ୍ ବାହାରେ ହୋଇପାରିବନି ଲକଡାଉନ୍ମନ୍ତବ୍ୟ ସେକ୍ସନରେ ଜଣେ ବ୍ୟକ୍ତି ଲେଖିଛନ୍ତି, ‘‘ଏହା କୌତୁକିଆ କଥା ନୁହେଁ । ଏହା ପଶୁମାନଙ୍କ ଶୋଷଣ ।’’
ଏହା ପ୍ରଥମ ଥର ନୁହେଁ ଯେ ଗୋଟିଏ କୁକୁରକୁ ବାଘ ପରି ଚିତ୍ରିତ କରାଯାଇଛି । ଗତ ବର୍ଷ କର୍ଣ୍ଣାଟକର ଜଣେ କୃଷକ ନିଜ କୁକୁରକୁ ବାଘ ପରି ଦେଖାଇବା ପାଇଁ ତାକୁ ରଙ୍ଗ କରିଥିଲେ ଓ ତାହା ଦ୍ୱାରା ମାଙ୍କଡମାନଙ୍କୁ ଘଉଡାଇବାରେ ତାଙ୍କୁ ସାହାଯ୍ୟ ମିଳିଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।