Video - ଅଜବ! ବାଘ ପରି ଦେଖିବାକୁ ଏହି କୁକୁର; ତାକୁ ଦେଖି ଲୋକେ ଭୟରେ ଦୌଡ଼ୁଛନ୍ତି
ଗାଁର ଲୋକେ ଏହି କୁକୁରକୁ ପ୍ରଥମରୁ ଜାଣିଛନ୍ତି, ହେଲେ ସେଠାକୁ ଆସୁଥିବା ବାହାର ଲୋକେ କୁକୁରଟିକୁ ଦେଖି ଭୟଭୀତ ହୋଇଯାଉଛନ୍ତି । ଗାଁକୁ ଆସୁଥିବା ନୂଆ ଲୋକ କୁକୁରକୁ ଏକ ଛୋଟ ବାଘ ବୋଲି ଭାବୁଛନ୍ତି ଓ ଭ୍ରମରେ ପଡ଼ୁଛନ୍ତି ।

ଏହି ‘ବାଘ କୁକୁର’ ସହ ଗ୍ରାମବାସୀମାନେ
- News18 Odia
- Last Updated: January 25, 2021, 7:56 PM IST
ହାଇଦ୍ରାବାଦ: ବାଘ ଓ କୁକୁର ମଧ୍ୟରେ ଫରକ ଆମେ ସମସ୍ତେ ଜାଣିଛୁ । ହେଲେ ଯଦି ବାଘ କୁକୁର ପରି ଦିଶେ ବା ଗୋଟିଏ କୁକୁର ବାଘ ପରି ଦିଶେ, ତାହେଲେ କିଛି ଲୋକ ଭ୍ରମରେ ପଡ଼ିବା ସ୍ୱାଭାବିକ । ହେଲେ ତେଲେଙ୍ଗାନାରେ (Telangana) ବାଘ ପରି ଦିଶୁଥିବା ଏକ କୁକୁର ଲୋକଙ୍କ କୌତୁହଳର ବିଷୟ ପାଲଟିଛି ।
ବାଘ ପରି ଦିଶୁଥିବା ଏହି କୁକୁରକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । କୁକୁରର ଶରୀରରେ ବାଘ ଦେହରେ ଥିବା ଦାଗ ଭଳି ଷ୍ଟ୍ରାଇପ୍ ଅଛି (tiger dog) । ଗ୍ରାମବାସୀମାନେ କହିଛନ୍ତି ଯେ କୁକୁରର ଶରୀରରେ ଥିବା ଏହି ଚିହ୍ନଗୁଡ଼ିକୁ କେହି ତିଆରି କରିନାହିଁ, ବରଂ ସେଗୁଡ଼ିକ କୁକୁରଟିର ଜନ୍ମ ସମୟରୁ ହିଁ ଅଛି (dog tiger) ।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନ ସରକାରୀ ଅର୍ଥ ହଡ଼ପ କରିଛନ୍ତି: ବିଜେପି
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଗଞ୍ଜାମରେ ମଦ୍ୟପ ପୁଅ ହାତୁଡ଼ିରେ ପିଟି ପିଟି ନିଜ ମା’କୁ ହତ୍ୟା କଲା; ଗିରଫ ହେଲା
କୁକୁରଟିକୁ ବାଘ ବୋଲି ଭାବି ଅନେକ ଲୋକ ଭୟରେ ଦୌଡ଼ି ପଳାଇଯାଉଥିବା ଦେଖାଯାଉଛି । ଏହି ଅଞ୍ଚଳରେ ଏହି କୁକୁରକୁ ‘ଟାଇଗର କୁକୁର’ (tiger dog) ବୋଲି ଲୋକେ ଡାକୁଛନ୍ତି । ବାଘର ଦେହରେ ଯେମିତି ଷ୍ଟ୍ରାଇପ୍ ଠାଏ, ଠିକ୍ ସେମିତି ଷ୍ଟ୍ରାଇପ୍ ଏହି କୁକୁର ଦେହରେ ଅଛି ।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | ଯାଜପୁରରେ ଦୁଇ ଜଣ ଯୁବତୀ ପରସ୍ପରକୁ ବାହା ହେଲେ; ପରିବାର ଡରରେ ଥାନାକୁ ଆସିଲେ
ବାସ୍ତବରେ କିଛି ମାସ ତଳେ ଜଣେ ଗ୍ରାମବାସୀ ନିଜ କ୍ଷେତରେ କାମ କରିବା ସମୟରେ ଏହି କୁକୁରଟିକୁ ପାଇଥିଲେ । କୁକୁରଟି କେଉଁ ଆଡ଼ୁ ଆସି ସେଠି ପହଞ୍ଚିଥିଲା । ସେ ସେହି କୁକୁରକୁ ଘରକୁ ଆଣି ତାକୁ ପାଳିଥିଲେ ଓ ତା’’ର ଯତ୍ନ ନେବା ଆରମ୍ଭ କରିଥିଲେ । ବର୍ତ୍ତମାନ ଏହି କୁକୁରଟି ସମଗ୍ର ଅଞ୍ଚଳରେ ଆକର୍ଷଣର କେନ୍ଦ୍ର ହୋଇଛି ।
ଦେଖନ୍ତୁ ଏହି ‘ବାଘ-କୁକୁର’ର ଭିଡିଓ:
କେବଳ ମଣିଷ, ନୁହେଁ ଅନ୍ୟ ପଶୁମାନେ ମଧ୍ୟ ଏହି ବାଘ ପରି ଦିଶୁଥିବା କୁକୁରକୁ ଦେଖିବା ମାତ୍ରେ ଭୟରେ ଦୌଡ଼ି ପଳାଉଥିବା ଦେଖାଯାଉଛି । ପଶୁପାଳନ ବିଭାଗ କହିଛି ଯେ ହୁଏତ ଏହି କୁକୁରଟି ଏକ ଭିନ୍ନ ପ୍ରଜାତିର କୁକୁର ଓ ଏହାର ପ୍ରଜନନ କରାଇବା ସମ୍ଭବ ହୋଇପାରେ ।
ଯଦି ଏହି କୁକୁରର ପ୍ରଜାତି ଆଗକୁ ବଢ଼େ ତେବେ ଦେଶକୁ ଏକ ଭିନ୍ନ ପ୍ରକାରର କୁକୁର ମିଳିବ ଓ ଏହା ପ୍ରକୃତରେ ଅନନ୍ୟ ହେବ । ଦେଶ ଓ ବିଦେଶରେ ଅନେକ ଲୋକ ବି ଏହି ଟାଇଗର-ଷ୍ଟ୍ରାଇପଡ୍ କୁକୁରକୁ ରଖିବାରେ ଆଗ୍ରହ ଦେଖାଇବେ ।