News 18 Odia Digital
ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁରେ କେବଳ ବାଇକ୍ ଡ୍ରାଇଭର (Driver) ନୁହଁନ୍ତି, କାର୍ ଡ୍ରାଇଭର ମଧ୍ୟ ଚିନ୍ତିତ ରହୁଛନ୍ତି । ଏହି ପାଗରେ, କାରର ଏସି (AC) ମଧ୍ୟ ଅନେକ ସମୟରେ କାମ କରେ ନାହିଁ । ଏଥିପାଇଁ ଲୋକମାନେ ନିଜ କାରରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ କରନ୍ତି ଓ ବେଳେବେଳେ ଏହି ପରିବର୍ତ୍ତନ ଗୁଡ଼ିକ ଏତେ ଅଦ୍ଭୁତ ହୋଇଥାଏ ଯେ ସେମାନଙ୍କୁ ନେଇ ସାରା ଦେଶରେ ଆଲୋଚନା କରାଯାଇଥାଏ । ନିକଟରେ ଉତ୍ତାପରୁ ରକ୍ଷା ପାଇବା ପାଇଁ ଜଣେ ବ୍ୟକ୍ତି ଗାଇ ଗୋବର (cow dung) ନିଜ କାରରେ ଲିପି ଦେଇଥିଲେ। ବ୍ୟକ୍ତି ଦାବି କରିଛନ୍ତି ଏହା ଦ୍ବାରାଯେ ବିନା ଏସିରେ ମଧ୍ୟ କାରର ତାପମାତ୍ରା ସ୍ୱାଭାବିକ ରହୁଛି ।
ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଏହି ମାମଲା ମଧ୍ୟପ୍ରଦେଶର ଅଟେ ଯେଉଁଠାରେ ଜଣେ ଡାକ୍ତର (Doctor) ଗାଇର ଗୋବର ନେଇ ତାଙ୍କ କାର (car)ର ବର୍ଡିରେ ସମ୍ପୂର୍ଣ୍ଣ ବୋଳି ଦେଇ ଥିଲେ । ସେମାନେ ଦାବି କରିଛନ୍ତି ଯେ ଏହା କାର ଭିତରେ ଥିବା ତାପମାତ୍ରାକୁ କମାଇ ଥାଏ । ସେ ନିଜେ ଜଣେ ହୋମିଓପାଥିକ୍ ଡାକ୍ତର ଓ ସେ କହିଛନ୍ତି ଯେ ଏହା କରିବା ଦ୍ୱାରା ଗାଡିରେ ଏସି ମଧ୍ୟ ଭଲ କାମ କରେ । ତେବେ ଏହା ପ୍ରଥମ ଘଟଣା ନୁହେଁ କି କେହି ନିଜ କାରରେ ଗାଈ ଗୋବର ବୋଳିଛନ୍ତି । ଏହା ପୂର୍ବରୁ ୨୦୧୯ରେ ଜଣେ ଡ୍ରାଇଭର ନିଜର ଟୟୋଟାରେ ମଧ୍ୟ ଏପରି କରିଥିଲେ ।
ଗାଇ ଗୋବର କିପରି କାରକୁ ଥଣ୍ଡା ରଖେଗାଇ ଗୋବରରେ ଉତ୍ତାପ ପ୍ରତିରୋଧ ଅଛି ବୋଲି ଦାବି କରାଯାଇଛି। ଏହି କାରଣରୁ, କାର ଭିତରୁ ଉତ୍ତାପ କମିଯାଏ ଏବଂ କାର ଥଣ୍ଡା ରହିଥାଏ । କାରର ଛାତ ଉତ୍ତାପ ପାଇଁ ଅଧିକ ଦାୟୀ ବୋଲି ଡାକ୍ତର ଦାବି କରିଛନ୍ତି। ଏହା ଦେଇ ଗରମ ପବନ କାର ଭିତରେ ପ୍ରବେଶ କରେ ଓ ତାପମାତ୍ରା ବଢେ । ଏପରି ସ୍ଥିତିରେ ଯଦି ଛାତ ଉପରେ ଗାଇ ଗୋବର ଲିପାଯାଏ, ତେବେ ଘର ଭିତରର ତାପମାତ୍ରା ମଧ୍ୟ ସ୍ୱାଭାବିକ ରୁହେ ବୋଲି କୁହାଯାଏ । ଏଥିସହ ଗ୍ରାମାଞ୍ଚଳର ଅନେକ ବ୍ୟକ୍ତି ଖରାଦିନରେ ନିଜର ମାଟିରେ ନିର୍ମିତ ଘରେ ମଧ୍ୟ ଗାଈ ଗୋବରକୁ ବ୍ୟବହାର କରିଥାନ୍ତି । ଯାହାଦ୍ୱାରା ବେଶ୍ ଆରାମ ଅନୁଭବ ହୁଏ ବୋଲି ଅନେକ ମତବ୍ୟକ୍ତ କରନ୍ତି। କେବଳ ସେତିକି ନୁହେଁ ମାଟିର ଅନ୍ୟ ଉପକରଣ ଗୁଡିକର ଚାହିଦା ମଧ୍ୟ ବଢିଯାଏ ।
ଏହି ଖବର ପଢ଼ନ୍ତୁ -
ଏହି ଅଧିକାରୀ IAS ହେବା ପାଇଁ ଛାଡିଥିଲେ ଗୁଗୁଲର ଅଧିକ ବେତନ ପ୍ରାପ୍ତ ଚାକିରିPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।