News18 Odia Digital
ଧାନବାଦ: ଶୁକ୍ରବାର ରାତିରେ ଝାଡ଼ଖଣ୍ଡ(Jhadkhand)ର ଧାନବାଦ(Dhanbad) ଅନ୍ତର୍ଗତ ପୁରୁଣା ବଜାରସ୍ଥିତ ହାଜ୍ରା ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିବାରୁ ଶ୍ବାସରୁଦ୍ଧ ହୋଇ ଡାକ୍ତର ଦମ୍ପତିଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି।
ଏହି ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦୁଃଖ ପ୍ରକାଶ କରିଛନ୍ତି। ସିଏମ୍ ହେମନ୍ତ ସୋରେନ୍ ତାଙ୍କ ଟ୍ୱିଟ୍ କହିଛନ୍ତି - 'ଡ଼ା ବିକାଶ ଓ ଡକ୍ଟର ପ୍ରେମା ହାଜରାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଖବର ଶୁଣି କଷ୍ଟ ଲାଗୁଛି। ଭଗବାନ ସେମାନଙ୍କ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରନ୍ତୁ।
କୋଠାର ଦ୍ୱିତୀୟ ମହଲାରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା। ଖୁବ୍ ଶୀଘ୍ର ନିଆଁ ପ୍ରଥମ ମହଲାରେ ବ୍ୟାପିଯାଇଥିଲା ଓ ଡକ୍ଟର ବିକାଶ ହାଜରା ମଧ୍ୟ ଏହି ନିଆଁର ଶିକାର ହୋଇଥିଲେ। ରାତିରେ ଅଗ୍ନିକାଣ୍ଡ ହେତୁ କେହି ଜାଣିପାରିନଥିଲେ। ସୂଚନା ପାଇବା ମାତ୍ରେ ଅଗ୍ନିଶମ ବିଭାଗର ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା । ହେଲେ ସେତେବେଳେକୁ ଏହି ଭୟଙ୍କର ନିଆଁରେ ୬ ଜଣଙ୍କ ଜୀବନ ଚାଲିଯାଇଥିଲା ।
ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ କହିବା ଅନୁସାରେ, ନିଆଁ ପ୍ରତିରୋଧ ନିମନ୍ତେ ଡାକ୍ତରଖାନାରେ ବିଶେଷ ସୁରକ୍ଷା ବ୍ୟବସ୍ଥା ନ ଥିଲା। ‘ଆଣ୍ଟିଫାୟାର୍ ମେସିନ୍’ ବି ସକ୍ରିୟ କରାଯାଇ ନ ଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।