News18 Odia Digital
ନୂଆ ଦିଲ୍ଲୀ: ଡାକ୍ତର ଦମ୍ପତି ନିଜ କାରରେ ଯାଉଥିବା ବେଳେ ହଠାତ୍ ତାଙ୍କ ସାମନାରେ ଆସି ଅଟକିଥିଲା ଏକ ବାଇକ୍ । ସେଥିରେ ବସିଥିବା ଦୁଇ ଜଣ ଯୁବକଙ୍କ ମଧ୍ୟରୁ ଜଣେ ଓହ୍ଲାଇ ଆସି ଡ୍ରାଇଭର୍ ସିଟ୍ ପାଖ ଝରକା ଭିତରକୁ ବନ୍ଧୁକ ପୂରାଇ ଡାକ୍ତର ଓ ତାଙ୍କ ପତ୍ନୀଙ୍କୁ ଗୁଳି ମାରି ହତ୍ୟା କରିଥିଲେ । ଏହି ଘଟଣା ସିସିଟିଭି କ୍ୟାମେରାରେ ରେକର୍ଡ଼ ହୋଇଥିଲା ।
ଦୁଇ ଯୁବକ ତୁରନ୍ତ ନିଜ ବାଇକରେ ସେଠାରୁ ଚାଲିଯାଇଥିଲେ । ଗୁଳି ମାଡ଼ରେ ରକ୍ତାକ୍ତ ହୋଇ କାର୍ ଭିତରେ ପଡ଼ିଥିବା ଡଃ ସୁଦୀପ ଗୁପ୍ତା ଓ ତାଙ୍କ ପତ୍ନୀ ଡଃ ସୀମା ଗୁପ୍ତାଙ୍କୁ ସ୍ଥାନୀୟ ଲୋକେ ହସପିଟାଲକୁ ନେଇଥିଲେ । ହେଲେ ସେଠାରେ ଦୁହିଁଙ୍କୁ ମୃତ ଘୋଷଣା କରାଯାଇଥିଲା । ରାଜସ୍ଥାନର ଭରତପୁର ସହରରେ ମେ ୨୮ ତାରିଖ ସନ୍ଧ୍ୟାରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…ଏହି ହତ୍ୟାକାଣ୍ଡ ଭରତପୁରରେ ବିଜେପି ଏମ୍.ପି. ରଞ୍ଜିତା କୋଲିଙ୍କ କାର୍ ଉପରେ ହୋଇଥିବା ଆକ୍ରମଣର ଅଳ୍ପ କିଛି ଘଣ୍ଟା ପରେ ଘଟିଛି । ରଞ୍ଜିତା କୋଲିଙ୍କ କାର୍ ଉପରକୁ ଦୁର୍ବୃତମାନେ ମେ ୨୭ ତାରିଖ ରାତିରେ ଲୁହା ରଡ଼ରେ ଆକ୍ରମଣ କରିଥିଲେ । ସେ ଆହତ ହୋଇଥିଲେ । ଏହି ଦୁଇଟି ଘଟଣା ମଧ୍ୟରେ କୌଣସି ସମ୍ପର୍କ ନାହିଁ, ମାତ୍ର ଅଳ୍ପ କିଛି ଘଣ୍ଚା ମଧ୍ୟରେ ହୋଇଥିବା ଏହି ଦୁଇଟି ହିଂସାତ୍ମକ ଘଟଣା ପରେ ରାଜସ୍ଥାନର ଭରତପୁର ସହରରେ ଆଇନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।
ଏହା ବି ପଢ଼ନ୍ତୁ | କୋଭିଡ୍ କଟକଣାକୁ ଫୁ କରି ସୁକିନ୍ଦା ତଦସିଲଦାର୍ ନାଚିଲେ ନାଗୁଣୀ ନାଚ; ପୋଲିସ୍ ମାମଲା ରୁଜୁ କଲା
କାର୍ ଭିତରେ ଡାକ୍ତର ଦମ୍ପତିଙ୍କ ରକ୍ତାକ୍ତ ମୃତ ଦେହ
ଡାକ୍ତର ଦମ୍ପତିଙ୍କ ହତ୍ୟା ପରେ ସେମାନଙ୍କ ବିଷୟରେ ସାମନାକୁ ଆସିଛି ଦୁଇ ବର୍ଷ ତଳେ ଘଟିଥିବା ଏକ ଡବଲ୍ ମର୍ଡ଼ରରେ ସେମାନଙ୍କ ସମ୍ପୃକ୍ତି ନେଇ ତଥ୍ୟ । ୨୫ ବର୍ଷୀୟା ଦୀପା ଓ ତାଙ୍କ ଛଅ ବର୍ଷର ପୁଅ ସୂର୍ଯ୍ୟକୁ ଡଃ ସୁଦୀପ ଗୁପ୍ତାଙ୍କ ଫ୍ଲାଟରେ ନିଆଁ ଲଗାଇ ଜାଳି ମାରିଦିଆଯାଇଥିଲା । ୨୦୧୯ ମସିହା ନଭେମ୍ବର ୭ ତାରିଖରେ ଘଟିଥିବା ସେହି ଘଟଣାରେ ଉଭୟ ଡଃ ସୁଦୀପ ଗୁପ୍ତା ଓ ତାଙ୍କ ପତ୍ନୀ ସୀମା ଗୁପ୍ତା ଗିରଫ ହୋଇଥିଲେ ଓ ଜେଲ୍ ଯାଇଥିଲେ । ପରେ ସେମାନେ ଜାମିନରେ ଆସି ବାହାରେ ଥିଲେ ଓ ପୂର୍ବ ପରି ଡାକ୍ତରୀ ବ୍ୟବସାୟ କରୁଥିଲେ ।
ଏଇଠି ଦେଖନ୍ତୁ ଡାକ୍ତର ଦମ୍ପତି ହତ୍ୟାର ସିସିଟିଭି ଭିଡିଓ:ସେହି ଘଟଣାରେ ପୋଲିସର ତଦନ୍ତରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମନାକୁ ଆସିଥିଲା । ନିଜ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ରହୁଥିବା ୨୫ ବର୍ଷୀୟା ଦୀପା ଡଃ ସୀମା ଗୁପ୍ତାଙ୍କ କ୍ଲିନିକରେ ରିସେପସନିଷ୍ଟ ରୂପେ କାମ କରୁଥିଲେ । ସେ ଡଃ ସୁଦୀପ ଗୁପ୍ତାଙ୍କ ନିକଟକୁ ବାରମ୍ବାର ଫୋନ୍ କରୁଥିବା ଜାଣିବା ପରେ ଡଃ ସୀମା ଗୁପ୍ତା ତାଙ୍କୁ ଚାକିରିରୁ ବାହାର କରିଦେଇଥିଲେ । ତା’ ପରେ ଦୀପାଙ୍କୁ ଡଃ ସୁଦୀପ ଗୁପ୍ତା ଭରତପୁରରେ ଅନ୍ୟ ଏକ ସ୍ଥାନରେ ସେ କିଣିଥିବା ଏକ ଫ୍ଲାଟରେ ରଖିଥିଲେ ।
ଏହା ବି ପଢ଼ନ୍ତୁ | ୧, ୨, ୩… : ଆଗ ବାପା ଚାଲିଗଲେ କରୋନା ସଂକ୍ରମଣରେ; ତା’ ପରେ ସାନ ପୁଅ, ତା’ ପରେ ବଡ଼ ପୁଅଦୀପା ଓ ସରକାରୀ ଡାକ୍ତର ଡଃ ସୁଦୀପ ଗୁପ୍ତା ସେହି ଫ୍ଲାଟରେ ସ୍ୱାମୀ-ସ୍ତ୍ରୀ ପରି ରହୁଥିଲେ । ଏହି ଖବର ଡଃ ସୀମା ଗୁପ୍ତା ପାଇବା ପରେ ସେ ଓ ତାଙ୍କ ମା’ ଡଃ ସୁଦୀପ ଗୁପ୍ତାଙ୍କୁ ସେଥିରୁ ନିବୃତ ହେବାକୁ କହିବା ସତ୍ତ୍ୱେ ସେ ମାନି ନ ଥିଲେ । ଦୀପାଙ୍କୁ ଏକ ବ୍ୟୁଟି ପାର୍ଲର୍ ଖୋଲିବା ପାଇଁ ଡଃ ସୁଦୀପ ଗୁପ୍ତା ଆର୍ଥିକ ସହାୟତା କରିଥିଲେ । ସେହି ପାର୍ଲରର ଉଦଘାଟନ ସମାରୋହ ପାଇଁ ଛପାଯାଇଥିବା କାର୍ଡ଼ରେ ଡଃ ସୁଦୀପ ଗୁପ୍ତାଙ୍କ ନାଁ ଥିବା ଦେଖି ଖୁବ୍ ରାଗିଯାଇଥିଲେ ଡଃ ସୀମା ଗୁପ୍ତା ।

୨୦୧୯ ନଭେମ୍ବରରେ ଗିରଫ ହେବା ବେଳେ ଡଃ ସୁଦୀପ ଗୁପ୍ତା ଓ ତାଙ୍କ ପତ୍ନୀ ଡଃ ସୀମା ଗୁପ୍ତା
ହଠାତ୍ ନିଜ ମା’ଙ୍କ ସହ ଡଃ ସୀମା ଗୁପ୍ତା ସେହି ଫ୍ଲାଟରେ ଯାଇ ପହଞ୍ଚିଥିଲେ ଓ ଦୀପାଙ୍କ ଉପରେ ସ୍ପିରିଟ୍ ଢାଳି ନିଆଁ ଲଗାଇ ଦେଇଥିଲେ । ଦୀପାଙ୍କ ପାଖରେ ଥିବା ତାଙ୍କ ଛଅ ବର୍ଷର ପୁଅ ମା’କୁ ବଞ୍ଚାଇବାକୁ ଯାଇ ସେହି ନିଆଁରେ ଜଳି ମରିଯାଇଥିଲା । ଦୀପାଙ୍କୁ ବଞ୍ଚାଇବାକୁ ଆସିଥିବା ତାଙ୍କ ଭାଇ ନିଆଁରେ ଗୁରୁତର ଆହତ ହୋଇଥିଲେ । ଏହି ଘଟଣା ପରେ ଏହାକୁ ଏକ ଅଗ୍ନିକାଣ୍ଡ ଦୁର୍ଘଟଣା ଭାବେ ପ୍ରତୀତ କରିବା ପାଇଁ ପୋଲିସକୁ ଫୋନ୍ କରିଥିଲେ ଡଃ ସୀମା ଗୁପ୍ତା ।
ଏହା ବି ପଢ଼ନ୍ତୁ | ଗଞ୍ଜାମରେ HIV ଓ COVID ପଜିଟିଭ୍ ମହିଳା ଜନ୍ମ ଦେଲେ ଶିଶୁ କନ୍ୟା; ସେ କିନ୍ତୁ COVID ନେଗେଟିଭ୍ଦୁଇ ଦିନ ମଧ୍ୟରେ ପୋଲିସ ତଦନ୍ତ କରି ଓ ଡଃ ସୀମା ଗୁପ୍ତାଙ୍କ ସହ ପଚରାଉଚରା କରି ସତ୍ୟ ଜାଣିବାକୁ ପାଇଥିଲା । ଡଃ ସୀମା ଗୁପ୍ତା ମାନିଯାଇଥିଲେ । ତାଙ୍କ ପତି ଡଃ ସୁଦୀପ ଗୁପ୍ତା ସେହି ଘଟଣା ସମୟରେ କୋର୍ଟକୁ ଯାଇଥିଲେ ବୋଲି ପୋଲିସକୁ କହିଥିଲେ ବି ସେ ବି ସେହି ସମୟରେ ସେହି ଫ୍ଲାଟରେ ଥିଲେ ବୋଲି ପୋଲିସ ଜାଣିବାକୁ ପାଇଥିଲା । ଏହି ଡାକ୍ତର ଦମ୍ପତିଙ୍କୁ ଗିରଫ କରି ଜେଲ୍ ପଠାଇଥିଲା ପୋଲିସ ।
ଏବେ ରାସ୍ତା ଉପରେ ଡାକ୍ତର ଦମ୍ପତିଙ୍କୁ ଗୁଳି ମାରି ହତ୍ୟା କରିବା ଘଟଣାରେ ଦେଢ଼ ବର୍ଷ ତଳର ସେହି ମା’-ପୁଅଙ୍କ ଡବଲ୍ ମର୍ଡ଼ରର ସମ୍ପର୍କ ଅଛି କି ନାହିଁ ତାହା ପୋଲିସ ତଦନ୍ତରୁ ଜଣାପଡ଼ିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।