News 18 Odia Digital
ନୂଆଦିଲ୍ଲୀ: ଆପଣ ଯଦି କେନ୍ଦ୍ରୀୟ ବିଦ୍ୟାଳୟରେ ଆପଣଙ୍କ ପିଲାଙ୍କର ଆଡମିଶନ କରାଇବାକୁ ଚାହାଁନ୍ତି, ତେବେ ଆମେ ଆପଣଙ୍କୁ ଏହା ସମ୍ବନ୍ଧିତ କିଛି ଗୁରୁତ୍ୱପୂର୍ଣ୍ଣ ବିବରଣୀ କହିବାକୁ ଯାଉଛୁ । ସୂଚନାଯୋଗ୍ୟ, କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଥମ ଶ୍ରେଣୀରେ (Kendriya Vidyalaya Admission 2023 Class 1) ରେ ଆଡମିଶନ ପାଇଁ ଅନଲାଇନ୍ ପଞ୍ଜୀକରଣ (online registration) ପ୍ରକ୍ରିୟା ମାର୍ଚ୍ଚ ୨୭ ରୁ ଆରମ୍ଭ ହୋଇଛି । ଏହାର ଶେଷ ତାରିଖ (last date) ହେଉଛି ୧୭ ଏପ୍ରିଲ୍ । ଏହା ବ୍ୟତୀତ ୨ୟ ଓ ତା'ଠାରୁ ଉପର ଶ୍ରେଣୀଗୁଡିକ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଏପ୍ରିଲ୍ ୩ ରୁ ଅଫଲାଇନ୍ (offline) ମୋଡରେ ଆରମ୍ଭ ହୋଇଛି । ଏହାର ଶେଷ ତାରିଖ ୧୨ ଏପ୍ରିଲ ।
କେନ୍ଦ୍ରୀୟ ବିଦ୍ୟାଳୟ ଆଡମିଶନ (admission) ସମ୍ବନ୍ଧରେ ପିତାମାତାଙ୍କ ମନରେ ରହିଥିବା ସବୁଠୁ ବଡ ଦ୍ୱନ୍ଦ୍ୱ ହେଉଛି, କ'ଣ ବେସରକାରୀ କର୍ମଚାରୀ ପିତାମାତାଙ୍କ ପିଲାମାନେ ମଧ୍ୟ କେଭିରେ ଆଡମିଶନ ନେଇପାରିବେ ? ତେଣୁ କେନ୍ଦ୍ରୀୟ ବିଦ୍ୟାଳୟରେ ଯେକେହି ଆଡମିଶନ ନେଇପାରିବେ । ପିତାମାତା ବେସରକାରୀ ଚାକିରିଆ ହୁଅନ୍ତୁ କିମ୍ବା ସରକାରୀ କିମ୍ବା ବ୍ୟବସାୟୀ, ସମସ୍ତଙ୍କ ପାଇଁ କେଭିରେ ଆଡମିଶନ ପାଇଁ କିଛି ପ୍ରାଥମିକତା ସ୍ଥିର କରାଯାଇଛି। ଏହି ପ୍ରାଥମିକତା ଆଧାରରେ ପିଲାମାନଙ୍କୁ ଆଡମିଶନ ଦିଆଯାଏ।
ଏହିମାନଙ୍କୁ ମିଳେ ପ୍ରାଥମିକତାନିମ୍ନଲିଖିତ ପିଲାମାନଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନରେ ପ୍ରାଧାନ୍ୟ ଦିଆଯାଏ-
#କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପିଲା ଓ ପୂର୍ବତନ କର୍ମଚାରୀଙ୍କ ପିଲାମାନଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯାଏ ।
#ଏହା ପରେ ଭାରତ ସରକାରଙ୍କ ସ୍ୱାୟତ୍ତ ସଂସ୍ଥା, ପିଏସୟୁ, ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକର କର୍ମଚାରୀଙ୍କ ପିଲାମାନଙ୍କୁ ପ୍ରାଧାନ୍ୟ ଦିଆଯାଏ।
ରାଜ୍ୟ ସରକାରୀ କର୍ମଚାରୀଙ୍କ ପିଲାମାନେ ପ୍ରାଥମିକତାରେ ତୃତୀୟ ସ୍ଥାନରେ ଆସନ୍ତି।
ରାଜ୍ୟ ସରକାର ସ୍ୱାୟତ୍ତ ସଂସ୍ଥା, ପିଏସୟୁ ଓ ଉଚ୍ଚଶିକ୍ଷା ପ୍ରତିଷ୍ଠାନର କର୍ମଚାରୀଙ୍କ ପିଲାମାନେ
ଏହା ପରେ ଅନ୍ୟ ଶ୍ରେଣୀର ପିଲାମାନଙ୍କୁ ଆଡମିଶନ ଦିଆଯାଏ ।
ଏହି ଖବର ପଢ଼ନ୍ତୁ -
କମି ଯାଉଛି କି ପଙ୍ଖାର ସ୍ପିଡ୍? ମାତ୍ର ୭୦ ଟଙ୍କା ଖର୍ଚ୍ଚ କଲେ ପୁଣି ନୂଆ ଭଳି ଚାଲିବ !ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।