ଘରେ ଝାଡୁ-ପୋଛା ସମୟରେ କରୁଛନ୍ତି କି ଏହି ଭୁଲ? ରାଗିଯିବ ମା' ଲକ୍ଷ୍ମୀ; ମାଡ଼ିବ ବସିବ ଦାରିଦ୍ର୍ୟତା

Mistake while sweeping: ଘର ପରିଷ୍କାର ପରିଚ୍ଛନ୍ନ ରହିଲେ ମା' ଲକ୍ଷ୍ମୀଙ୍କର ବାସ ହୋଇଥାଏ। କାରଣ ମା' ଲକ୍ଷ୍ମୀଙ୍କୁ ପରିଷ୍କାର ସ୍ଥାନ ବହୁତ ପସନ୍ଦ ହୋଇଥାଏ। ଶାସ୍ତ୍ରରେ ଝାଡ଼ୁକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନା ଯାଇଥାଏ।

ଘରେ ଝାଡୁ-ପୋଛା ସମୟରେ କରୁଛନ୍ତି କି ଏହି ଭୁଲ?

ଘରେ ଝାଡୁ-ପୋଛା ସମୟରେ କରୁଛନ୍ତି କି ଏହି ଭୁଲ?

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Mistake while sweeping: ଘର ପରିଷ୍କାର ପରିଚ୍ଛନ୍ନ ରହିଲେ ମା' ଲକ୍ଷ୍ମୀଙ୍କର ବାସ ହୋଇଥାଏ। କାରଣ ମା' ଲକ୍ଷ୍ମୀଙ୍କୁ ପରିଷ୍କାର ସ୍ଥାନ ବହୁତ ପସନ୍ଦ ହୋଇଥାଏ। ଶାସ୍ତ୍ରରେ ଝାଡ଼ୁକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନା ଯାଇଥାଏ। କିନ୍ତୁ ଅଧିକାଂଶ ଲୋକେ ଘରେ ପୋଛା ଲଗାଇବା ସମୟରେ କିଛି ଏଭଳି ଭୁଲ କରିଥାନ୍ତି। ଯାହାଦ୍ଵାରା ଘରେ ଦାରିଦ୍ର୍ୟତା ବାସ କରିଥାଏ।

ଧନ ଆସିବା ବଦଳରେ ଧନହାନୀ ହୋଇଥାଏ। ଏଭଳି ଭୁଲ ଯୋଗୁଁ ବାସ୍ତୁ ଦୋଷ ଉତ୍ପନ୍ନ ହେବା ସହିତ ରାହୁ ଓ କେତୁ ଗ୍ରହର ଖରାପ ପ୍ରଭାବ ପଡ଼ିଥାଏ। ଯାହାଫଳରେ ଘରେ ଅନେକ ସମସ୍ୟା ସୃଷ୍ଟି ହେବା ସହିତ ଦାରିଦ୍ର୍ୟତା ବାସ କରିଥାଏ।

ଘର ପୋଛା ଲଗାଇବା ସମୟରେ ପାଣିରେ ଅଳ୍ପ ଲୁଣ ମିଶାଇ ପୋଛା ଲଗାନ୍ତୁ। ଏହାଦ୍ବାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିବ ନାହିଁ। ବୈଜ୍ଞାନିକମାନଙ୍କ ମତରେ ଘରେ ଲୁଣ ମିଶା ପାଣିରେ ପୋଛା ଲଗାଇବା ଦ୍ଵାରା ପରିବାର ଲୋକଙ୍କୁ କୌଣସି ରୋଗ ହୋଇ ନଥାଏ ଏବଂ ସମସ୍ତ ଜୀବାଣୁ ନାଶ ହୋଇଥାନ୍ତି।
ମଙ୍ଗଳବାର ଓ ଗୁରୁବାର ଦିନ ଘର ପୋଛା ଲଗାନ୍ତୁ ନାହିଁ। ପରିବାରରେ ତିନି ଜଣ ମହିଳା ଏକାସହିତ ଝାଡୁ ଲଗାଇବା ଉଚିତ୍ ନୁହେଁ, ଏହାଦ୍ବାରା କଳି ହୋଇଥାଏ ଏବଂ ମା' ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି।

କିଛି ଲୋକେ ଛୋଟ ପିଲାଙ୍କ ଦ୍ଵାରା ଘର କାମ କରାଇ ଥାଆନ୍ତି। ଏଭଳି କରିବା ଉଚିତ୍ ନୁହେଁ। ଏହାଦ୍ବାରା ମା' ଲକ୍ଷ୍ମୀଙ୍କର କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ନିଜ ଘରେ ପୋଛା ଲଗାଉଛନ୍ତି, ତାହେଲେ ଦ୍ବିପ୍ରହର ପରେ ଲଗାନ୍ତୁ ନାହିଁ। ସକାଳ ସମୟରେ ଆପଣ ନିଜ ଘରେ ଝାଡୁ ପୋଛା ଲଗାନ୍ତୁ। ଏଭଳି କରିବା ଦ୍ଵାରା ଘରୁ ନକାରାତ୍ମକ ଉର୍ଜା ଦୂର ହୋଇ ସକାରାତ୍ମକ ପ୍ରଭାବ ପଡ଼ିଥାଏ।

କେବେ ବି କୌଣସି ପଶୁଜନ୍ତୁଙ୍କୁ ଝାଡୁରେ ବାଡେଇବା ଉଚିତ୍ ନୁହେଁ। ନଚେତ ପାପ ଲାଗିଥାଏ, କାରଣ ପ୍ରତ୍ୟେକ ଜୀବଜନ୍ତୁଙ୍କ ମଧ୍ୟରେ ଈଶ୍ୱର ରହିଥାନ୍ତି। ରୋଗୀ ବା ଗର୍ଭବତୀ ମହିଳା କେବେ ବି ଘରେ ଝାଡୁ ପୋଛା ଲଗାଇବା ଉଚିତ୍ ନୁହେଁ। ମହିଳାମାନେ ନିଜ ମାସିକ ଧର୍ମ ସମୟରେ ଠାକୁର ପୂଜା କରିବା ଉଚିତ୍ ନୁହେଁ ଏବଂ ଘରେ ଝାଡୁ କରିବା ମଧ୍ୟ ଉଚିତ୍ ନୁହେଁ।

ଘରେ ପୋଛା ଲଗାଇବା ପରେ ଏହାକୁ ଭଲ ଭାବରେ ଧୋଇ ଶୁଖାଇ ଦିଅନ୍ତୁ। ଝାଡୁକୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଏ। ତେଣୁ ଏଭଳି ଭୂଲ କରିବା ଅନୁଚିତ। ନଚେତ ଘରକୁ ଦାରିଦ୍ର୍ୟତା ମାଡ଼ି ଆସିଥାଏ ଏବଂ ଦେବୀ ଲକ୍ଷ୍ମୀଙ୍କର କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ।

ଯଦି ଆପଣ ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିବାକୁ ଚାହୁଁଛନ୍ତି ବା ଖରାପ ନଜରକୁ ଦୂର କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣ ଘରେ ପୋଛା ଲଗାଇବା ସମୟରେ ସେଥିରେ ଅଳ୍ପ ନିମ ପତ୍ର ପକାଇ ଦିଅନ୍ତୁ।

ପଢ଼ନ୍ତୁ ଏହି ଖବର: ସରିଯାଏ ଇମୋସନ, ଶୁଣିବାକୁ ମିଳେ ଭୟାନକ ଶବ୍ଦ; ସବୁବେଳେ ଭ୍ରମରେ ବଞ୍ଚନ୍ତି ଏହି ରୋଗୀ

ନିମ ପତ୍ର ଘରେ ସକାରାତ୍ମକ ବାତାବରଣ ସୃଷ୍ଟି କରିଥାଏ। ଯଦି ଆପଣ ଘରେ ସୁଖ ସମୃଦ୍ଧି ବଜାୟ ରଖିବା ପାଇଁ ଏବଂ ବାଣିଜ୍ୟ ବ୍ୟବସାୟରେ ବୃଦ୍ଧି ହେବା ପାଇଁ ଚାହୁଁଛନ୍ତି, ତାହେଲେ ଘରେ ରହିଥିବା ଝାଡୁକୁ ସର୍ବଦା ଶୁଆଇ ରଖନ୍ତୁ ଏବଂ ପାଦ ବାଜି ଗଲେ ପ୍ରଣାମ କରନ୍ତୁ। ଝାଡ଼ୁକୁ କେବେ ବି କୃଷ୍ଣ ପକ୍ଷରେ କ୍ରୟ କରନ୍ତୁ ନାହିଁ, ନଚେତ୍ ଏହା ବିପତ୍ତିର କାରଣ ହୋଇପାରେ। ତେଣୁ ଏହିସବୁ କଥା ଉପରେ ଧ୍ୟାନ ଦେବା ଜରୁରୀ।
Published by:Lipina Das
First published: