News 18 Odia Digital
ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟ ସମାପ୍ତ ହେଉଛି । ଏହା ସହିତ ପାନ କାର୍ଡକୁ ଆଧାର (ପାନ ଆଧାର ଲିଙ୍କ୍ ଡେଡଲାଇନ) ସହିତ ସଂଯୋଗ କରିବାର ସମୟସୀମା ମଧ୍ୟ ବଦଳିଯାଇଛି । ଆପଣ ଏପର୍ଯ୍ୟନ୍ତ ପ୍ୟାନକୁ ଆଧାର (aadhar card) ସହିତ ଲିଙ୍କ୍ କରିନାହାଁନ୍ତି କି ? ଯଦି କରିନାହାନ୍ତି, ଯଥା ଶୀଘ୍ର ଏହାକୁ କରନ୍ତୁ । ଯଦି ନିର୍ଦ୍ଧାରିତ ତାରିଖ ଭିତରେ ଏହା କରୁନାହାନ୍ତି, ତେବେ ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ପ୍ରଥମେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ତାରିଖ ଦିଆଯାଇଥିଲା କିନ୍ତୁ ଏବେ ତାହାକୁ ବଦଳାଯାଇ ଜୁନ୍ ୩୦ ପର୍ଯ୍ୟନ୍ତ କରାଯାଇଛି । ଯଦି ଆପଣ ଜୁନ୍ ୩୦ ସୁଦ୍ଧା ଲିଙ୍କ୍ କରୁନାହାନ୍ତି ତେବେ ଆପଣଙ୍କ ପ୍ୟାନ କାର୍ଡ କେବଳ ଅଦରକାରୀ ପ୍ଲାଷ୍ଟିକ୍ ଖଣ୍ଡ ପରି ହୋଇଯିବ । ଏହାପରେ ଆପଣଙ୍କର ଏହି ପାନ୍ କାର୍ଡ ଥାଇକି ବି ନଥିବା ସଙ୍ଗେ ସମାନ ହେବ । ଆଉ ଆପଣ ଏହି ପାନ୍ କାର୍ଡକୁ ଯଦି କୌଣସି ସ୍ଥାନରେ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।
କ୍ଷତି କ’ଣ ହେବ?ଯଦି ଆପଣ ଜୁନ୍ ୩୦, ୨୦୨୩ ସୁଦ୍ଧା ଆଧାର ସହିତ PAN କୁ ଲିଙ୍କ୍ କରୁ ନାହାନ୍ତି, ତେବେ ଏହା ଅଦରକାରୀ ହୋଇଯିବ । ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ, ଉକ୍ତ ବ୍ୟକ୍ତି ଆୟକର ଅଧିନିୟମ ୧୯୬୧ ଅନୁଯାୟୀ ପ୍ୟାନ୍ ନଦେବା ଅପରାଧ ସଙ୍ଗେ ସମାନ ଭାବରେ ଦାୟୀ ରହିବେ । ଏପରି ସ୍ଥିତିରେ, ଆପଣ କୌଣସି ବି ଆର୍ଥିକ କାର୍ଯ୍ୟ କରିପାରିବେ ନାହିଁ, ଯେଉଁଥିରେ ପାନ୍ କାର୍ଡ ଆବଶ୍ୟକ ରହିଥାଏ । ଯଦି କୌଣସି ପ୍ୟାନରେ ଆଧାର ଲିଙ୍କ୍ ନାହିଁ, ତେବେ ଆପଣ ଆସନ୍ତା ମାସରୁ ମ୍ୟୁଚୁଆଲ୍ ଫଣ୍ଡ, ଷ୍ଟକ୍ ଓ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଭଳି କାର୍ଯ୍ୟ ମଧ୍ୟ କରିପାରିବେ ନାହିଁ ।
୧୦,୦୦୦ ଟଙ୍କା ଜରିମାନାଯଦି ଆପଣ ଏହି ଅଦରକାରୀ ପାନ୍ କାର୍ଡକୁ ଆସନ୍ତା ମାସରୁ ଆର୍ଥିକ ଉଦ୍ଦେଶ୍ୟରେ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ ଜରିମାନା ହୋଇପାରେ । ଆୟକର ଅଧିନିୟମର ଧାରା ୨୭୨ ବି ଅନୁଯାୟୀ ଆପଣଙ୍କୁ ୧୦,୦୦୦ ଟଙ୍କା ଜରିମାନା ଦେବାକୁ ପଡିପାରେ । ଯଦି ଆପଣ ମାର୍ଚ୍ଚ ୩୧,୨୦୨୩ ସୁଦ୍ଧା ଆଧାର ସହିତ PAN କୁ ଲିଙ୍କ୍ କରି ଦେଉଛନ୍ତି ତ, ଆପଣଙ୍କୁ କେବଳ ୧୦୦୦ ଟଙ୍କା ବିଳମ୍ବ ଜୋରିମାନା ଦେବାକୁ ପଡିବ । ଜୁନ୍ ୩୦,୨୦୨୨ ପରେ ପ୍ୟାନକୁ ଆଧାର ସହିତ ସଂଯୋଗ କରିବା ପାଇଁ ସିବିଡିଟି ଦ୍ୱାରା ୧୦୦୦ ଟଙ୍କା ବିଳମ୍ବରେ ଜରିମାନା ଆଦାୟ କରାଯାଇଥିଲା।
ସୂଚନାଯେଗ୍ୟ, ପ୍ୟାନ୍ କାର୍ଡକୁ ଆଧାର (ପାନ୍-ଆଧାର ଲିଙ୍କ୍) ସହିତ ସଂଯୋଗ କରିବାର ସମୟ ସୀମା ପୁଣି ବଢାଇ ଦିଆଯାଇଛି । ଏହି କାର୍ଯ୍ୟ ମାର୍ଚ୍ଚ ୩୧,୨୦୨୩ ତାରିଖ ପୂର୍ବରୁ ସ୍ଥିର କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହାକୁ ତିନି ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ପ୍ୟାନ୍ କାର୍ଡ ଓ ଆଧାର କାର୍ଡ ୩୦ ଜୁନ୍ ୨୦୨୩ ପର୍ଯ୍ୟନ୍ତ ଲିଙ୍କ୍ କରିବା ପାଇଁ ସମୟ ସୀମା ଦିଆଯାଇଛି । ଶେଷ ତାରିଖ ବୃଦ୍ଧି କରିବାକୁ ଅର୍ଥ ମନ୍ତ୍ରଣାଳୟର ନିଷ୍ପତ୍ତି ପରେ, ଏହା ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଯଦି ନୂତନ ସ୍ଥିର ତାରିଖ ଅର୍ଥାତ୍ ୩୦ ଜୁନ୍ ୨୦୨୩ ସୁଦ୍ଧା ଏହି କାର୍ଯ୍ୟ ସମ୍ପନ୍ନ ନକରନ୍ତି, ତେବେ ଆପଣଙ୍କର ପ୍ୟାନ କାର୍ଡ କାମ କରିବ ନାହିଁ।
ଏହି ଖବର ପଢ଼ନ୍ତୁ -
ପିଲାଙ୍କ ପାଇଁ 'RRR' ଫିଲ୍ମର ବହି ତିଆରି କଲେ ମହିଳା: ଲୋକେ କହିଲେ.. ହୃଦୟକୁ ଛୁଇଁଗଲାନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।