ଫୋନରେ ଏହି ୭ଟି ଆପ୍କୁ ଭୁଲରେ ବି ଡାଉନଲୋଡ୍ କରନ୍ତୁ ନାହିଁ; ନଚେତ୍ କିଛି ମିନିଟ୍ ମଧ୍ୟରେ ଖାଲି ହୋଇଯିବ ଆକାଉଣ୍ଟ

କଷ୍ଟମର କେୟାର ସ୍କାମର୍ ମାନେ କଲ କରି ଠକେଇ କରୁଥିବା ଖବର ପ୍ରାୟ ସବୁ ଦିନ ଶୁଣିବାକୁ ମିଳୁଛି । ଏହି ପ୍ରକାର ସ୍କାମକୁ ପରିଣାମ ଦେବା ପାଇଁ ସାଇବର ସ୍କାମର୍ ମାନେ ରିମୋଟ୍ କଣ୍ଟ୍ରୋଲ୍ ଆପ୍ ଗୁଡିକୁ ବ୍ୟବହାର କରନ୍ତି ।

ଫୋନରେ ଏହି ୭ଟି ଆପ୍କୁ ଭୁଲରେ ବି ଡାଉନଲୋଡ୍ କରନ୍ତୁ ନାହିଁ; ନଚେତ୍ କିଛି ମିନିଟ୍ ମଧ୍ୟରେ ଖାଲି ହୋଇଯିବ ଆକାଉଣ୍ଟ
ଫୋନରେ ଏହି ୭ଟି ଆପ୍କୁ ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ
  • News18 Odia
  • Last Updated: January 7, 2021, 4:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭାରତରେ ଇଣ୍ଟରନେଟ୍ ୟୁଜରଙ୍କ ପାଇଁ କଷ୍ଟମର କେୟାର ସ୍କାମ ଏକ ପ୍ରମୁଖ ସମସ୍ୟା ପାଲଟିଛି । ଅନେକ ଥର ଏହି ପ୍ରକାର ସ୍କାମରେ ଶିକାର ହୋଇଥିବା ଲୋକେ ବଡ଼ କ୍ଷତି ସହିଥାନ୍ତି । ବାସ୍ତବରେ କୌଣସି କମ୍ପାନୀର କଷ୍ଟମର କେୟାର ନମ୍ବର ଜାଣିବା ପାଇଁ ଉପଭୋକ୍ତାମାନେ Google ରେ ସର୍ଚ୍ଚ କରନ୍ତି ଓ ତାପରେ ଏହାକୁ ଡାଏଲ୍ କରନ୍ତି । କିନ୍ତୁ ପ୍ରାୟତ Google ରେ ଖୋଜାଯାଇଥିବା କଷ୍ଟମର କେୟାର ନମ୍ବରର ପ୍ରଥମ ସର୍ଚ୍ଚର ଫଳାଫଳ ନକଲି ଥାଏ ଯାହା ସ୍କାମର୍ ଦ୍ୱାରା ପରିଚାଳିତ । ଏହି ନମ୍ବରରେ ଫୋନ୍ କରିବାର କିଛି ସମୟ ପରେ ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ଖାଲି ହୋଇଯାଏ । ଏଭଳି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି ।

ଏହି ରିମୋଟ୍ କଣ୍ଟ୍ରୋଲ୍ ଆପ୍ ବିପଜ୍ଜନକ ଅଟେ
କଷ୍ଟମର କେୟାର ସ୍କାମରଙ୍କ ସବୁଠାରୁ ବଡ଼ ଅସ୍ତ୍ର ହେଉଛି ରିମୋଟ୍ କଣ୍ଟ୍ରୋଲ୍ ଆପ୍ । ଏହି ସ୍କାମରମାନେ ଏହି ପ୍ରକାର ସ୍କାମକୁ ପରିଣାମ ଦେବାପାଇଁ ମୋବାଇଲ୍ ୟୁଜରଙ୍କୁ ଆଣ୍ଡ୍ରଏଡ୍ ଫୋନରେ ରିମୋଟ ଡେସ୍କଟପ୍ ଆପ୍ ଡାଉନଲୋଡ୍ କରିବାକୁ ବାଧ୍ୟ କରନ୍ତି । ଆଣ୍ଡ୍ରଏଡ୍ ଫୋନରେ ରିମୋଟ ଡେସ୍କଟପ୍ ଆପ୍ କିପରି କାମ କରେ ସେ ବିଷୟରେ ବହୁତ କମ୍ ସୂଚନା ଦିଆଯାଇଥାଏ ।

ଏହିପରି ଭାବେ ଲୁଟ କରନ୍ତି

ଏହି ସାଇବର ଠକମାନେ ମେସେଜ୍ ମାଧ୍ୟମରେ ଲୋକଙ୍କୁ ଏକ ଲିଙ୍କ୍ ପଠାନ୍ତି ଓ ସେମାନଙ୍କୁ ରିମୋଟ୍ ଆକ୍ସେସ୍ ସହିତ ଏକ ଆପ୍ ଡାଉନଲୋଡ୍ କରିବାକୁ କୁହନ୍ତି । କିନ୍ତୁ ଲୋକମାନେ ଜାଣନ୍ତି ନାହିଁ ଯେ ଆପ୍ ଡାଉନଲୋଡ୍ କରିବା ପରେ ସେମାନଙ୍କ ଫୋନ୍ ସମ୍ପୂର୍ଣ୍ଣ ଆକ୍ସେସ ଠକମାନଙ୍କ ହାତକୁ ଚାଲିଯାଏ । ଏହା ପରେ ଏହି ସ୍କାମରମାନେ ଫୋନରେ ସ୍କ୍ରିନ୍ ରେକର୍ଡିଂ କରିବା ଆରମ୍ଭ କରନ୍ତି । ଏହା ପରେ UPI ଲଗଇନ୍ ସମୟରେ ସେମାନେ ଅପାଙ୍କ ଫୋନରେ ଆସିଥିବା OTP ପାଇଯାଇଥାନ୍ତି ।

ଏହି ଆପଗୁଡ଼ିକୁ ଆପଣଙ୍କ ଫୋନରେ ଡାଉନଲୋଡ୍ କରନ୍ତୁ ନାହିଁ

1. TeamViewer QuickSupport
2. Microsoft Remote desktop
3. AnyDesk Remote Control
4. AirDroid: Remote access and File
5. AirMirror: Remote support and Remote control devices
6. Chrome Remote Desktop
7. Splashtop Personal- Remote Desktop

ରିମୋଟ୍ କଣ୍ଟ୍ରୋଲ୍ ସହିତ କୌଣସି ମାଲୱେର୍ ଆପ୍ ନୁହଁ । ଏଗୁଡିକ ବହୁତ ଉପଯୋଗୀ ଆପ୍ । କିନ୍ତୁ ଯେତେବେଳେ ଏହାର ଅପବ୍ୟବହାର ହୁଏ ସେତେବେଳେ ଏହା ଅତ୍ୟନ୍ତ ବିପଜ୍ଜନକ ହୋଇଯାଇଥାଏ । ଯେଉଁଥିପାଇଁ ୟୁଜର ବହୁତ କ୍ଷତି ସହିଥାନ୍ତି ।
Published by: Jagdish Barik
First published: January 7, 2021, 4:39 PM IST
corona virus btn
corona virus btn
Loading