ନିଜ ଦାୟିତ୍ବରେ ରହି ଦୁର୍ନୀତି କରିବାକୁ କହିଲେ ମନ୍ତ୍ରୀ ଚନ୍ଦ୍ରନାଥ ସିହ୍ନା

ଯଦି କୌଣସି ଦୁର୍ନୀତି କରୁଥାଅ, ନିଜ ଦାୟିତ୍ବରେ ରହି କର। ବୋଲପୁରରେ ଆୟୋଜିତ ତୃଣମୂଳ କଂଗ୍ରେସ କର୍ମୀ ସମ୍ମିଳନୀରେ ବୁଥ୍ ସଭାପତିମାନଙ୍କୁ ଟିଏମସି ମନ୍ତ୍ରୀ ଚନ୍ଦ୍ରନାଥ ସିହ୍ନା କହିଛନ୍ତି।

ଟିଏମସି (ଫୋଟ ସୌଜନ୍ୟ: IndiaTvNews)

ଟିଏମସି (ଫୋଟ ସୌଜନ୍ୟ: IndiaTvNews)

  • Share this:
News18 Odia Digital

ଯଦି କୌଣସି ଦୁର୍ନୀତି କରୁଥାଅ, ନିଜ ଦାୟିତ୍ବରେ ରହି କର। ସେଥିପାଇଁ ଦଳ ଦାୟୀ ହେବ ନାହିଁ ବୋଲି ବୋଲପୁରରେ ଆୟୋଜିତ ତୃଣମୂଳ କଂଗ୍ରେସ କର୍ମୀ ସମ୍ମିଳନୀରେ ବୁଥ୍ ସଭାପତିମାନଙ୍କୁ ମମତା ବାନାର୍ଜୀଙ୍କ ମନ୍ତ୍ରୀ ଚନ୍ଦ୍ରନାଥ ସିହ୍ନା କହିଛନ୍ତି।

ରବିବାର ଦିନ ଇଲାମବାଜରର ଧରାମପୁର ଅଞ୍ଚଳରେ ଏକ ବୁଥ ଭିତ୍ତିକ ଶ୍ରମିକ ସମ୍ମିଳନୀ ହୋଇଥିଲା। ତାଙ୍କ ସହ ବୋଲପୁର ବିଧାୟକ ତଥା ମାଇକ୍ରୋ, କ୍ଷୁଦ୍ର ଓ ମଧ୍ୟମ ଓ ବୟନ ମନ୍ତ୍ରୀ ଚନ୍ଦ୍ରନାଥ ସିହ୍ନା ଯୋଗ ଦେଇଥିଲେ। ସେ କହିଥିଲେ, "ଆପଣ ପୂର୍ବରୁ ଯାହା କରିଛନ୍ତି ତାହା ଭୁଲିଯାଆନ୍ତୁ। ୨୦୧୪ ପର୍ଯ୍ୟନ୍ତ ଆପଣଙ୍କୁ କିଛି ନିୟମ ପାଳନ କରିବାକୁ ପଡିବ। ଯଦି ଆପଣ ଦଶ ବର୍ଷ ଶାସନ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଦୁଇ ବର୍ଷ ନିଷ୍ଠା କରିବାକୁ ପଡ଼ିବ।"

ବୁଥ୍‌ ଦାୟିତ୍ବରେ ଥିବା ସମସ୍ତଙ୍କୁ ମୋର ଅନୁରୋଧ ସେମାନେ ବୁଥ୍‌ର ସମସ୍ତ ଜନତାଙ୍କ ସହ ଯୋଗାଯୋଗ କରନ୍ତୁ। ଆଗରୁ ବି ମୁଁ ଏକଥା କହିଛି, କିନ୍ତୁ ଆପଣମାନେ ଶୁଣିଲେ ନାହିଁ। ତେଣୁ, ଶେଷଥର ପାଇଁ କହୁଛି ଯେ, ବୁଥ୍‌ ଦାୟିତ୍ବରେ ଥିବା ସମସ୍ତେ ବୁଥ୍‌ର ସବୁ ଜନତାଙ୍କ ସହ ଯୋଗାଯୋଗ କରନ୍ତୁ। କାହାକୁ ଛାଡ଼ନ୍ତୁ ନାହିଁ। ଯଦି ୨୦୨୪ ଲୋକସଭାରେ ଆମେ ଏକଜୁଟ ହୋଇପାରିବା ନାହିଁ ତେବେ, ବିଜେପି କ୍ଷମତାସୀନ ହୋଇ ଆପଣମାନଙ୍କୁ ତଡ଼ିଦେବ। ସେତେବେଳେ କାନ୍ଦିବା ଛଡ଼ା ଆମର ଆଉ କିଛି ଉପାୟ ନ ଥିବ।

ମନ୍ତ୍ରୀଙ୍କ ବିବୃତ୍ତିକୁ ସ୍ଥାନୀୟ ବିଜେପି ନେତା ସମାଲୋଚନା କରିଛନ୍ତି। ବିରୋଧୀ ଅଭିଯୋଗ କରିଛନ୍ତି ଯେ ମନ୍ତ୍ରୀ କେବଳ ଦୁଇ ବର୍ଷ ପାଇଁ ଦଳୀୟ କର୍ମୀଙ୍କୁ ଚେତାବନୀ ଦେଇଛନ୍ତି।
Published by:Soumya Das
First published: