News18 Odia Digital
ପାଟଣା: ନୂଆ ବର୍ଷ ଆରମ୍ଭରୁ ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦୀ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ଏକ ସ୍ଲୋଗାନ୍ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ବିହାରରେ ଜେଡିୟୁ ସରକାରର ଖଥିତ ‘‘କୁଶାସନ’’ ବିରୋଧରେ ବିଷୋଦ୍ଗାର କରିବା ସହ ନୀତିଶଙ୍କୁ ହଟାଇବାକୁ ଆହ୍ବାନ ଦେଇଛନ୍ତି ଲାଲୁ । ଏହାକୁ ନେଇ ରାଜ୍ୟର ରାଜନୀତି ହଠାତ୍ ଗରମ ହୋଇ ପଡ଼ିଛି ।
ଚ଼ାରା ଦୁର୍ନୀତିରେ ଛନ୍ଦି ହୋଇ ରାଞ୍ଚି ଜେଲ୍ରେ ଥିବା ଲାଲୁ ପ୍ରସାଦ
ନୀତି ଆୟୋଗର ରିପୋର୍ଟକୁ ଦର୍ଶାଇ ଏକ ଟ୍ୱିଟ୍ରେ କହିଛନ୍ତି ଯେ କେନ୍ଦ୍ର ସରକାର ବିହାର ସରକାରକୁ ଶୂନ୍ୟ ନମ୍ବର ଦେଇଛନ୍ତି ।ଲାଲୁ ଏବଂ ନୀତିଶଙ୍କ ମଧ୍ୟରେ ଟ୍ବିଟ୍ରରେ ବାକ୍ବିତଣ୍ଡା ଚାଲିଛି । ଲାଲୁ ନିଜ ଟ୍ବିଟର୍ ପୃଷ୍ଠାରେ ଲେଖିଛନ୍ତି: ‘‘ଦୋ ହଜାର ବିସ୍ ହଟାଓ ନୀତିଶ୍’’ । ଅର୍ଥାତ୍ ‘‘୨୦୨୦ ରେ ନୀତିଶ ସରକାରକୁ ଗାଦିରୁ ହଟେଇ ଦିଅ’’ ।
ଗତ ବର୍ଷ ୩୦ ଡିସେମ୍ବରରେ ନୀତି ଆୟୋଗଙ୍କ ଦ୍ବାରା ଜାରି ଏସ୍ଡିଜି ସୂଚକାଙ୍କରେ କେନ୍ଦ୍ର ବିହାରର ନୀତିଶ ସରକାରକୁ ସବୁଠୁ ବିଫଳ ବୋଲି ଘୋଷଣା କରିଥିଲା ଓ ପୂରା ରାଜ୍ୟକୁ ଶୂନ୍ୟ ନମ୍ବର ଦେଇଥିଲା ବୋଲି ଲାଲୁ କହିଛନ୍ତି ।
୨୦୧୯ ଡିସେମ୍ବରରେ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଥିଲା ଯେ ସାମାଜିକ ଓ ଆର୍ଥିକ ମାନଦଣ୍ଡ ଦୃଷ୍ଟିରୁ କେରଳ ଏକ ନମ୍ବର ଥିବା ବେଳେ ବିହାର ଥିଲା ସବୁଠୁ ତଳେ ।
ସେ ଟ୍ବିଟ୍ କରି ଏହି ପ୍ରଶ୍ନ କରିଛନ୍ତି ଯେ, ‘ଆପଣମାନେ କେବଳ ଆପଣ ବିଗତ ୧୫ ବର୍ଷରେ ହୋଇଥିବା ବିକାଶକୁ ନିରୀକ୍ଷଣ କରିବେ ନା କେବଳ ଟ୍ବିଟ୍ ଯୁଦ୍ଧ କରୁଥିବେ’ ।
ଗୁରୁବାର ଜେଡି(ୟୁ) ପକ୍ଷରୁ ଲାଲୁ ଓ ତାଙ୍କ ସ୍ତ୍ରୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡ ଦେବୀଙ୍କ ଶାସନ କାଳର ଏକ ପୋଷ୍ଟର ଜାରି କରିଥିଲା । ଯେଉଁଥିରେ ଉଭୟଙ୍କୁ ବିଦ୍ରୁପ କରାଯାଇଥିଲା । ଲଣ୍ଠନ ଆଲୁଅରେ ପିଲା ପାଠ ପଢ଼ୁଥିବା, ଲୋକଙ୍କ ହାତରେ ବନ୍ଧୁକ ଏବଂ ଭଙ୍ଗା ବା ଖାଲ ଢିପ ରାସ୍ତାକୁ ଚିତ୍ରଣ କରି କଟାକ୍ଷ କରାଯାଇଥିଲା ।
ତେବେ ନିଜ ସଂସ୍କରଣ ସହ ପୁଣି ଫେରିଛି ଆରଜେଡି । ଏନଡିଏ ନେତୃତ୍ବାଧୀନ ବିଜେପି ସରକାରର ବିଫଳ ପ୍ରଶାସନ ବିଷୟରେ ଅବଗତ କରାଇବା ସହ ଲେଖିଛନ୍ତି, ‘ପକ୍ଷୀ ନଥିବା ନୀତିଶ କୁମାରଙ୍କ ସହ ଉଡିବାକୁ ଚେଷ୍ଟା କରନ୍ତୁ ନାହିଁ । ଏଭଳି ହେଲେ ଆପଣଙ୍କୁ ଆଘାତ ହିଁ ଆଘାତ ଲାଗିବ’ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।