News18 Odia Digital
DNA test reveal secret: ପ୍ରତ୍ୟେକ ପରିବାରରେ କିଛି ନା କିଛି ରହସ୍ୟ ରହିଥାଏ, ଯାହାକୁ କେହି ବି ଅନ୍ୟମାନଙ୍କ ସହିତ ସେୟାର କରିବାକୁ ଭଲ ପାଆନ୍ତି ନାହିଁ। ସେହିପରି ବେଳେବେଳେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କର ମଧ୍ୟ ନିଜର ରହସ୍ୟ ଥାଏ ଯାହା ସେମାନେ ସମସ୍ତଙ୍କ ସାମ୍ନାରେ ଆଣିବାକୁ ଚାହାଁନ୍ତି ନାହିଁ। ଯଦି ସେହି ରହସ୍ୟ ସାମ୍ନାକୁ ଆସେ ତେବେ ପରିବାରରେ ବିଭ୍ରାଟ ସୃଷ୍ଟି ହୋଇ ପରିବାର ଭାଙ୍ଗିଯାଏ।
ଏପରି ଏକ ଘଟଣା ସେହି ସମୟରେ ଘଟିଥିଲା ଯେତେବେଳେ ଜଣେ ୧୯ ବର୍ଷୀୟ ଯୁବକ ଯେତେବେଳେ ତାଙ୍କର DNA ଟେଷ୍ଟ କରିଥିଲେ। ଏହି ଟେଷ୍ଟରୁ ଏପରି ଜିନିଷ ଖୁଲାସା ହୋଇଥିଲା ଯେ ଯାହାକୁ ଜାଣିବା ପରେ ସେହି ଯୁବକଙ୍କ ପାଦ ତଳୁ ମାଟି ଖିସିଯାଇଥିଲା।
ଡେଲି ଷ୍ଟାର ନ୍ୟୁଜ୍ ୱେବସାଇଟ୍ ରିପୋର୍ଟ ଅନୁଯାୟୀ, ୧୯ ବର୍ଷୀୟ ଯୁବକ (DNA test reveal secret) ସୋସିଆଲ୍ ମିଡ଼ିଆ ସାଇଟ୍ ରେଡ୍ଡିଟ୍ରେ ଏପରି କଥା କହିଛନ୍ତି ଯେ ତାଙ୍କୁ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି।
ଯେତେବେଳେ ବର୍ଷ ବର୍ଷ ଧରି ଲୁଚି ରହିଥିବା ଏକ ରହସ୍ୟ ହଠାତ୍ ସାମ୍ନାକୁ ଆସେ, ସମସ୍ତେ ଚକିତ ହୋଇଯାଆନ୍ତି, କିନ୍ତୁ ଯେତେବେଳେ ଏହି ରହସ୍ୟ ନିଜ ମା' ସହିତ ଜଡିତ ହୁଏ, ସେତେବେଳେ ଜଣେ ବ୍ୟକ୍ତିର ଦୁନିଆ ଓଲଟପାଲଟ ହୋଇଯାଏ।
ଯୁବକ ଜଣକ କହିଥିଲେ ଯେ ସେ ତାଙ୍କ ଜନ୍ମଦିନରେ ପାଇଥିବା ପକେଟ ଟଙ୍କା ସହିତ ଥରେ ତାଙ୍କର ଡିଏନଏ ଟେଷ୍ଟ କରିଥିଲେ। ପରୀକ୍ଷା କରିବାକୁ ତାଙ୍କ ପିତା ମଧ୍ୟ କହିଥିଲେ, ତେଣୁ ସେ ମଧ୍ୟ ଯୁବକ ସହିତ ଯୋଗ ଦେଇଥିଲେ।
DNA
ଟେଷ୍ଟ ସମ୍ପୂର୍ଣ୍ଣ ମେଳ ଖାଉ ନଥିଲା୮ ହଜାର ଟଙ୍କା ପାଇଁ କରାଯାଇଥିବା ଏହି ଡିଏନ୍ଏ ଟେଷ୍ଟରେ ତାଙ୍କ ମାଙ୍କର ବଡ଼ ରହସ୍ୟ ସମସ୍ତଙ୍କ ସାମ୍ନାକୁ ଆସିଯାଇଥିଲା। ଯେତେବେଳେ ଟେଷ୍ଟ ରିପୋର୍ଟ ଆସିଲା, ଯୁବକଙ୍କର ଡିଏନ୍ଏ କେବଳ ୨୯.୨ ପ୍ରତିଶତ ତାଙ୍କ ପିତାଙ୍କ ସହିତ ମେଳ ଖାଉଥିବାବେଳେ ଆଉ ଅଧା ପ୍ରତିଶକ ନିଜ ସମ୍ପର୍କୀୟ ଭାଇଙ୍କ ସହ ମେଳ ଖାଉଥିଲା
ପଢ଼ନ୍ତୁ ଏହି ଖବର: ବୟସ ହିସାବରେ କେତେ ରହିବା ଦରକାର ଶରୀରର ଓଜନ? ଏମିତି ଜାଣନ୍ତୁ ଆପଣଙ୍କ BMIଯୁବକ ଜାଣିଥିଲେ ଯେ ଏହି ପରୀକ୍ଷାରେ କୌଣସି ଭୁଲ ହୋଇପାରିବ ନାହିଁ, ତେଣୁ ସେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। ପରେ ଯୁବକ ଜଣକ ତାଙ୍କ ସମ୍ପର୍କୀୟଙ୍କ ଭଉଣୀଙ୍କର ମଧ୍ୟ ପରୀକ୍ଷା କରିଥିଲେ ଏବଂ ଉଭୟଙ୍କ ସହିତ ମେଳ ହେବା ପରେ ସେମାନଙ୍କର ଡିଏନ୍ଏ ମଧ୍ୟ ୨୪.୬ ପ୍ରତିଶତ ବୋଲି ଜଣାପଡ଼ିଥିଲା। ଏହା ମଧ୍ୟ ଆଶ୍ଚର୍ଯ୍ୟଜନକ ଥିଲା କାରଣ ସମ୍ପର୍କୀୟ ଭାଇଙ୍କର କେବଳ ୧୨ ପ୍ରତିଶତ ଡିଏନ୍ଏ ମିଳଖାଉଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।