ଦିବ୍ୟାଙ୍ଗ ବାଳକକୁ ବିମାନ ଯାତ୍ରା କଲା ଇଣ୍ଡୋଗୋ; ତଦନ୍ତ କରୁଛି DGCA

ଇଣ୍ଡିଗୋ ଜଣେ ଦିବ୍ଯାଙ୍ଗ ପିଲାଙ୍କୁ ରାଞ୍ଚି ବିମାନବନ୍ଦରରେ ବିମାନକୁ ଚଢ଼ିବାରେ ଅନୁମତି ପ୍ରଦାନ କରିନଥିଲା। ଏହା ପରେ ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ତଦନ୍ତ ଆରମ୍ଭ କରିଛି ଓ ଏକ ରିପୋର୍ଟ ଦାଖଲ କରିବାକୁ ବିମାନ କମ୍ପାନୀକୁ କହିଛି।

ଇଣ୍ଡୋଗୋ

ଇଣ୍ଡୋଗୋ

  • Share this:
News18 Odia Digital

ଇଣ୍ଡିଗୋ ଜଣେ ଦିବ୍ଯାଙ୍ଗ ପିଲାଙ୍କୁ ରାଞ୍ଚି ବିମାନବନ୍ଦରରେ ବିମାନକୁ ଚଢ଼ିବାରେ ଅନୁମତି ପ୍ରଦାନ କରିନଥିଲା। ଏହା ପରେ ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ତଦନ୍ତ ଆରମ୍ଭ କରିଛି ଓ ଏକ ରିପୋର୍ଟ ଦାଖଲ କରିବାକୁ ବିମାନ କମ୍ପାନୀକୁ କହିଛି।

ସୂଚନାନୁସାରେ ନାବାଳକ ଜଣଙ୍କ ଦିବ୍ୟାଙ୍ଗ ଓ ଭୟଭୀତ ଥିବାରୁ ତାଙ୍କୁ ବିମାନ ଯାତ୍ରା ପାଇଁ ଅନୁମତି ମିଳିନଥିଲା। ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ତାଙ୍କୁ ଯାତ୍ରା ପାଇଁ ଅନୁମତି ନ ମିଳିବାରୁ ନାବାଳକଙ୍କ ପରିବାର ଲୋକ ମଧ୍ୟ ଯାତ୍ରା ନ କରିବାକୁ ନିଷ୍ପତ୍ତି ନେଇଥିଲେ।

ବେସାମରିକ ବିମାନ ଚଳାଚଳ ମହାନିର୍ଦେଶକ (ଡିଜିସିଏ) ମୁଖ୍ୟ ଅରୁଣ କୁମାର କହିଛନ୍ତି ଯେ ନିୟାମକ ଏହି ପ୍ରସଙ୍ଗରେ ଇଣ୍ଡିଗୋରୁ ରିପୋର୍ଟ ମାଗିଛନ୍ତି। ଡିଜିସିଏ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି ଓ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ କହିଛନ୍ତି। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ  ଯେଉଁଥିରେ କର୍ମଚାରୀମାନେ ଯାତ୍ରୀମାନଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖାଯାଉଛି।

ଏହି ଘଟଣା ବିଷୟରେ ପଚରାଯିବାରୁ ଇଣ୍ଡିଗୋ କହିଛନ୍ତି ଯେ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଣେ ଭିନ୍ନକ୍ଷମ ପିଲା ନର୍ଭସ ଥିବାରୁ ମେ ୭ ରେ ସେ ଯାତ୍ରା କରିପାରିବେ ନାହିଁ। କର୍ମଚାରୀମାନେ ତାଙ୍କୁ ଶାନ୍ତ ହେବା ପାଇଁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ବିମାନ ସେବା ତାଙ୍କୁ ହୋଟେଲ ରହଣି ଯୋଗାଇ ଦେଇଛି ଓ ପରଦିନ ସକାଳେ ସେ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଛନ୍ତି।
Published by:Soumya Das
First published: